ଶିଶୁ କନ୍ୟା ଅଲୋଡ଼ା କି

ବୈକୁଣ୍ଠନାଥ ମିଶ୍ର

ପ୍ରାଚୀନ କାଳରେ ନାରୀ ଶିକ୍ଷାରହିତ ଭାବେ କେବଳ ପୁରୁଷର ସମସ୍ତ ଉଦାସୀନତାର ଶିକାର ହୋଇ ଆସିଥିଲା ା କ୍ରମେ ସମୟ ପରିବର୍ତ୍ତନ ହେଲା ଓ ନାରୀ ପ୍ରତି ସମାଜର କଠୋରତାରେ ସାମାନ୍ୟ ହ୍ରାସ ଘଟିଲା। ନାରୀ ଯେ ପୁରୁଷର ସମକକ୍ଷ- ଏଇ କଥାକୁ ପ୍ରମାଣିତ କରିବାକୁ ନାରୀକୁ କମ୍‌ ସଂଘର୍ଷ କରିବାକୁ ପଡ଼ିନାହିଁ। ତଥାପି ଏ ସଂଘର୍ଷର ଅନ୍ତ ଘଟିନାହିଁ ା ଏବେ ନାରୀକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷର ସାମ୍‌ନା କରିବାକୁ ପଡୁଛି ; ଯଦିଓ ସେ ପୂର୍ବାପେକ୍ଷା ଅଧିକ ସଶକ୍ତ ହୋଇଛି ା
ନାରୀ ସିନା ଏକ, ହେଲେ ତା’ର ଭୂମିକା ଅନେକ। ସେ ଜନନୀ ରୂପେ ସ୍ନେହ ମମତାର ମନ୍ଦାକିନୀ ବୁହାଇଦିଏ ତ କେବେ ଭଗ୍ନୀରୂପେ ଭାଇ ହାତରେ ରାଖୀଟିଏ ବାନ୍ଧିଦେଇ ତା’ଠାରୁ ଦାବିକରେ ସର୍ବବିଧ ସୁରକ୍ଷା। ପୁଣି ସ୍ତ୍ରୀ ଭାବେ ସ୍ବାମୀ ସହ ସଂସାର ବାନ୍ଧେ ଓ ସମକର୍ମ, ସମଧର୍ମରେ ଦୀକ୍ଷିତ ହୋଇ ସଂସାରର ଦନ୍ତୁରିତ ଓ କଣ୍ଟକିତ ପଥକୁ ସରଳ ସୁଗମ କରିଦିଏ। ଏ ସବୁର ନିର୍ଯାସ ହେଲା ଆମ ପାଇଁ ନାରୀଟିଏ ଆବଶ୍ୟକ ମାତା, ଭଗିନୀ ଓ ଜାୟାର ଭୂମିକା ନିଭାଇବା ପାଇଁ ା କିନ୍ତୁ ସେହି ନାରୀ କନ୍ୟାସନ୍ତାନ ରୂପେ ଆମକୁ ପ୍ରାପ୍ତ ହେଲେ ସବୁ ଅଙ୍କ ଯେମିତି ଭୁଲ ହୋଇଯାଏ ା କନ୍ୟା ସନ୍ତାନଟିଏ ଭୂମିଷ୍ଠ ହେଲେ ମାତାପିତା ଓ ପରିବାରର ତା’ପ୍ରତି ଭୃକୁଞ୍ଚନ ସୃଷ୍ଟିହୁଏ। ଆକାଶଟା ଯେମିତି ମୁଣ୍ଡ ଉପରେ ଛିଡ଼ିପଡ଼େ। ଅଧିକାଂଶ କ୍ଷେତ୍ରରେ କନ୍ୟା ସନ୍ତାନଟି ଏ ଦୁନିଆର ଆଲୋକ ଦେଖିବା ପୂର୍ବରୁ ମାତୃଗର୍ଭରୁ ହିଁ ତାକୁ ନିଃଶେଷ କରିଦିଆଯାଏ ା ଭ୍ରୂଣ ଚିହ୍ନଟ ଯଦିଓ ନିଷେଧ ହୋଇଛି ଅଧିକାଂଶ କ୍ଷେତ୍ରରେ ଅସାଧୁ ନିରୀକ୍ଷଣକାରୀଙ୍କ ସହାୟତାରେ ଏହା ସମ୍ଭବ ହେଉଛି ା ପୁତ୍ର ପ୍ରାପ୍ତିର ଲାଳସା ଆମ ମନ ଓ ହୃଦୟକୁ ପୁଲକିତ କରୁଛି ା ପୁତ୍ରର ବୃଦ୍ଧ ମାତାପିତାଙ୍କ ପ୍ରତି ନିର୍ଯାତନାର କରୁଣ କାହାଣୀ ଶ୍ରୁତିଗୋଚର ହେଉଥିଲେ ମଧ୍ୟ, ପୁତ୍ର ସନ୍ତାନ ପ୍ରାପ୍ତି ନିମିତ୍ତ କି ପ୍ରଚଣ୍ଡ ଅଭୀପ୍‌ସା ! ଫକୀରମୋହନଙ୍କ କାଳଜୟୀ ‘ଡାକମୁନ୍‌ସୀ’ରେ ପୁତ୍ର ଗୋପାଳବାବୁଙ୍କର ରୁଗ୍‌ଣ ପିତା ହରି ସିଂହଙ୍କ ପ୍ରତି ନିର୍ଯାତନାର କାହାଣୀ ଆମ ସମ୍ମୁଖରେ ଥାଇ ମଧ୍ୟ ପୁତ୍ରମୋହ ତଥାପି ଆମ ମନପ୍ରାଣକୁ ଆଚ୍ଛାଦିତ କରୁଛି ା
ନାରୀ ହେଉଛି ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ନିଜେ ଅନାହାର ଓ ଅର୍ଦ୍ଧାହାରରେ ରହି ପରିବାରର ପେଟଚିନ୍ତା କରିବା ନାରୀ ଚରିତ୍ରର ଏକ ବୈଶିଷ୍ଟ୍ୟ ା
ସଂସାରର ସମସ୍ତ ପ୍ରତିକୂଳତାକୁ ସାମ୍ନାକରି ସନ୍ତାନକୁ ଭଲ ମଣିଷଟିଏ କରିବାର କାମନା କରିଥାଏ। ଏସବୁ ସତ୍ତ୍ୱେ ନିସ୍ତାର ମିଳୁନାହିଁ ଏ ନାରୀ ସମାଜକୁ। କୁନି କୁନି କନ୍ୟାମାନେ ସ୍ବର୍ଗ ରାଜ୍ୟର ପରୀ ସଦୃଶ। କିଛି ବର୍ଷ ହେଲା ସେହି ପରୀମାନେ ସମାଜରୁ ଅନ୍ତର୍ନିହିତ ହୋଇ ଯାଉଥିବାର ଖବର ନିତି ଶ୍ରୁତିଗୋଚର ହେବାରେ ଲାଗିଛି ା
ଏ ବିଷୟରେ ଜାତୀୟ କ୍ରାଇମ୍‌ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ିବି)ର ରିପୋର୍ଟ ଅତ୍ୟନ୍ତ ଉଦ୍‌ବେଗଜନକ। ବିଗତ ୫ବର୍ଷ ମଧ୍ୟରେ ଅପହୃତ ଶିଶୁଙ୍କ ସଂଖ୍ୟା ଅକଳ୍ପନୀୟ ଭାବେ ବୃଦ୍ଧି ପାଇଛି।
ସେମାନେ ଏବେ କେଉଁଠି ଓ କିପରି ଅଛନ୍ତି, ତା’ର ହିସାବ କାହା ପାଖରେ ନାହିଁ ା ନିଃସଙ୍ଗତାର ସୁଯୋଗ ନେଇ ଛୋଟଛୋଟ ଝିଅମାନଙ୍କୁ କୌଶଳରେ ଅପହରଣ କରାଯାଇ ଅଜ୍ଞାତବାସରେ ରଖାଯାଉଛି। ଅପହର୍ତ୍ତା ସେମାନଙ୍କୁ ମୋଟାଅଙ୍କରେ ବିକି ଦେଉଛନ୍ତି। ଏଥିରେ କେତେକ ର଼୍ୟାକେଟ ସମଗ୍ର ଭାରତରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି ା ସେହି କୁନିକୁନି ଝିଅମାନଙ୍କୁ ସାଧାରଣ ଖାଦ୍ୟ ପୋଷାକ ଦିଆଯାଇ ଛୋଟମୋଟ କାମରେ ନିଯୁକ୍ତି କରାଯାଉଛି। କେତେକଙ୍କୁ ଦାଦନ ଖଟାଯାଉଛି ତ ଆଉ କାହାକୁ ବୟସାଧିକ ପୁରୁଷଙ୍କ ସହ ବିବାହ କରିଦିଆଯାଉଛି। ଦାଦନ ଖଟୁଥିବା ଝିଅମାନଙ୍କୁ ମଧ୍ୟ ଯୌନ ଉପତ୍ୀଡ଼ନରୁ ମୁକ୍ତି ମିଳୁନାହିଁ। ସବୁଠାରୁ ଭୟଙ୍କର କଥା ହେଉଛି ସେମାନଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗକୁ ବହୁମୂଲ୍ୟରେ ବିକ୍ରି କରିଦିଆଯାଉଛି। ଜାତୀୟ କ୍ରାଇମ ରେକର୍ଡସ ବ୍ୟୁରୋର ତଥ୍ୟ ଅନୁସାରେ କେବଳ ଓଡ଼ିଶାରେ ୨୦୧୯ରେ ନିଖୋଜ ହୋଇଛନ୍ତି ୫୫୦୩ ଜଣ ଶିଶୁକନ୍ୟା। ୨୦୧୫ପରଠାରୁ ଓଡ଼ିଶାରେ ନିରୁଦ୍ଦିଷ୍ଟ ଶିଶୁକନ୍ୟାଙ୍କ ସଂଖ୍ୟା ପ୍ରାୟ ୭୫ପ୍ରତିଶତ ବୃଦ୍ଧି ପାଇଛି ା
ସର୍ବୋଚ୍ଚ ନ୍ୟାୟାଳୟ ଏକ ଜନସ୍ବାର୍ଥ ମାମଲାର ବିଚାରକରି ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିଖୋଜ ଶିଶୁମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବାକୁ ା
ନିଖୋଜ ଶିଶୁମାନଙ୍କ ଉଦ୍ଧାର ପାଇଁ ଅପରେଶନ ‘ମୁସ୍କାନ’‘ସ୍ମାଇଲ’ଏବଂ ‘ପରୀ ପାଇଁ କଥାଟିଏ’ ଭଳି ସମସ୍ତ ପ୍ରକଳ୍ପ ଓ ତା’ସହ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଚେତାବନୀ ପୂର୍ଣ୍ଣଫଳପ୍ରଦ ହୋଇପାରିନାହିଁ ା
ଉପରୋକ୍ତ ଅଭିଯାନ ଦ୍ୱାରା ଉଦ୍ଧାର ହୋଇଛନ୍ତି ୧୪୯୦ଜଣ ପରୀ। ଜାତୀୟ କ୍ରାଇମ ରେକର୍ଡସ ବ୍ୟୁରୋର ସଦ୍ୟତମ ରିପୋର୍ଟ ଅନୁଯାୟୀ ଦେଶରେ ବର୍ଷକୁ ନିଖୋଜ ଶିଶୁଙ୍କ ସଂଖ୍ୟା ୧ଲକ୍ଷ ୩୫ହଜାର। ଅର୍ଥାତ ପ୍ରତି ଘଣ୍ଟାରେ ନିଖୋଜ ହେଉଛନ୍ତି ପ୍ରାୟ ୧୫ଶିଶୁକନ୍ୟା। ପରିସ୍ଥିତି ଏତେ ଗମ୍ଭୀର ଯେ, ଭବିଷ୍ୟତରେ ପୁଅମାନଙ୍କ ବିବାହ ପାଇଁ ଝିଅଟିଏ ମିଳିବା କଷ୍ଟକର।
ଭାରତ ସରକାରଙ୍କର ଏକ ସର୍ଭେ ରିପୋର୍ଟ ଅନୁସାରେ ଦେଶର ସବୁ ରାଜ୍ୟରେ କନ୍ୟାଭ୍ରୂଣ ହତ୍ୟା ଚାଲିଛି। ଉକ୍ତ ରିପୋର୍ଟ କହେ ବିଗତ ୩୫ବର୍ଷ ମଧ୍ୟରେ ହତ୍ୟା କରାଯାଇଛି ପ୍ରାୟ ୩କୋଟି ୫୦ଲକ୍ଷ କନ୍ୟାଭ୍ରୂଣ ା ଏମାନେ ବଞ୍ଚତ୍ଥିଲେ ଦେଶର ବିକାଶରେ କିଛି ନା କିଛି ସହଭାଗୀ ହୋଇଥାନ୍ତେ।
ରେକର୍ଡ ଅନୁଯାୟୀ ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ ପ୍ରତି ୧୦୦୦ପୁରୁଷରେ ନାରୀ ସଂଖ୍ୟା ୯୭୦। ଆଶ୍ୱସ୍ତିକର କଥା ଏହି ଯେ ବଣପାହାଡ଼ ଘେରା ଆଦିବାସୀ ଜନଜାତିଙ୍କ ମଧ୍ୟରେ କନ୍ୟାଭ୍ରୂଣ ହତ୍ୟା ପ୍ରାୟତଃ ଦେଖାଯାଏ ନାହିଁ ା ସଭ୍ୟ ଶିକ୍ଷିତ ବୋଲାଉଥିବା ଜନସମାଜରେ ଏହା ଏକ ସଂକ୍ରାମକ ବ୍ୟାଧିପରି ମାଡି ଚାଲିଛି। କନ୍ୟାଭ୍ରୂଣ ହତ୍ୟା ସହ କୁନିକୁନି ଝିଅମାନଙ୍କୁ ଅପହରଣ ଓ ହତ୍ୟା ମଧ୍ୟ କରାଯାଉଛି ା ଏହାର କିଛି ପ୍ରତିକାର ନାହିଁ ା
ମହାତ୍ମା ଗାନ୍ଧୀ କହିଥିଲେ, ”ନାରୀ ହେଉଛି ପୁରୁଷର ସମାନ ମାନସିକ ଦକ୍ଷତା ରଖୁଥିବା ସାଥୀ, ଯାହାର କି ପୁରୁଷର ପ୍ରତ୍ୟେକ ଗତିବିଧି ସହ ସମାନ ଅଂଶଗ୍ରହଣ କରିବାର ଅଧିକାର ରହିବା ସହିତ ପୁରୁଷ ସହ ତା’ର ସମାନ ସ୍ବାଧୀନତା ଓ ସ୍ବତନ୍ତ୍ରତାର ଅଧିକାର ମଧ୍ୟ ରହିଛି।“ ନାରୀ ହେଉଛି ଶକ୍ତି ପ୍ରଦାୟିନୀ, ପ୍ରିୟଦର୍ଶିନୀ ା ସେ ସରସ୍ବତୀ, ଲକ୍ଷ୍ମୀ, କରୁଣାମୟୀ। ସେ ସ୍ମୃତି, ମେଧା, ଧୃତି, କ୍ଷମା, ସି୍ନଗ୍‌ଧା, ଅଭୟା ା ସେ ଧରିତ୍ରୀ, ସର୍ବଂସହା ା
ନାରୀ ପ୍ରତି କୌଣସି ଅଶୋଭନୀୟ ଆଚରଣ କେବେ ବି ଗ୍ରହଣୀୟ ନୁହେଁ ା ନାରୀ ଅମର୍ଯ୍ୟାଦା ବିନାଶର ଦ୍ୱାର ଉନ୍ମୁକ୍ତ କରେ ା ସୁତରାଂ ନାରୀକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ସର୍ବାଦୌ ଗ୍ରହଣୀୟ ା
ଆମ ଶିଶୁକନ୍ୟାମାନେ ଯେ ଅଲୋଡ଼ା ନୁହନ୍ତି -ଏ କଥା ଆମକୁ ହୃଦୟଙ୍ଗମ କରିବାର ଅଛି ା
ସିଦ୍ଦଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri