ଶିଳ୍ପୀଙ୍କ ରଙ୍ଗ, ତୂଳୀ ବଖାଣିଲା ମହାପ୍ରଭୁଙ୍କ ଗାଥା

ପୁରୀ ଅଫିସ,୧୧ା୭: ଶିଳ୍ପୀର ପରିକଳ୍ପନା ବାସ୍ତବିକ ନିଆରା। କେତେବେଳେ କାନ୍‌ଭାସ ଉପରେ ତା’ ମନର ଭାବକୁ ଫୁଟାଇଥାଏ ତ ପୁଣି କେତେବେଳେ ତୋଳି ଧରେ ଅନ୍ୟର କଥା ଓ ଭାଷାକୁ। ତା’ ହାତର ସ୍ପର୍ଶରେ ଏଠି ରଙ୍ଗ, ତୂଳୀ କଥା କୁହନ୍ତି। ସବୁକିଛି ଲାଗେ ଜୀବନ୍ତ ଆଉ ବାସ୍ତବ। ଏମିତି ଏକ ନିଆରା ମୂହୁର୍ତ୍ତ ସୃଷ୍ଟି ହୋଇଥିଲା ଭକ୍ତ ସାଲବେଗ ସ୍ମୃତି ପୀଠରେ। ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ, ପୁରୀ ଆନୁକୂଲ୍ୟରେ ଦୁଇ ଦିନ ଧରି ଚାଲିଥିବା ଜାତୀୟ ଚିତ୍ରକଳା କର୍ମଶାଳା ଓ ଚିତ୍ର ପ୍ରଦର୍ଶନୀ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶରୁ ୧୮ଜଣ ଶିଳ୍ପୀ ଯୋଗଦେଇଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଦାଣ୍ଡକୁ କାନ୍‌ଭାସ୍‌ ଉପରେ ରଙ୍ଗ, ତୂଳୀରେ ସଜାଇଥିଲେ ଶିଳ୍ପୀମାନେ। ସେମାନଙ୍କ କଳା, ଚାତୁରୀ ସମସ୍ତଙ୍କ ମନ ଛୁଇଁଥିଲା। ସମସ୍ତଙ୍କ ଚିତ୍ର ମହାପ୍ରଭୁଙ୍କ ବିଭିନ୍ନ ଲୀଳାଖେଳାକୁ ପ୍ରତିପାଦିତ କରିଥିଲା। ଶ୍ରୀକ୍ଷେତ୍ର ମାଟିର ଗୌରବ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ନାରାୟଣ ମହାରଣା ତାଙ୍କ କାନଭାସ୍‌ରେ ମହାପ୍ରଭୁଙ୍କ ପ୍ରତି ଚୈତନ୍ୟ ଦେବଙ୍କ ଅପୂର୍ବ ଭକ୍ତିଭାବକୁ କାନ୍‌ଭାସରେ ସଜାଇଥିଲେ। ଚକାନୟନ ବେଶ୍‌ ମନୋଲୋଭା ହୋଇଥିଲା। ସେହିପରି ଶ୍ରୀକୃଷ୍ଣ ବଂଶୀ ଧରି ଯମୁନା କୂଳରେ ବୁଲୁଥିବା ଚିତ୍ର ଅଙ୍କନ କରିଥିଲେ ଦିଲ୍ଲୀର ଜଣେ ଚିତ୍ରଶିଳ୍ପୀ। ସେ କୁହନ୍ତି, ଯିଏ ଜଗନ୍ନାଥ ସେ ବି କୃଷ୍ଣ । ତେଣୁ ମହାପ୍ରଭୁଙ୍କୁ କୃଷ୍ଣ ରୂପରେ ଦେଖାଇବା ଲାଗି ମୋର ଏହି ଚିତ୍ରକଳା। ଉତ୍ତରପ୍ରଦେଶର ଯୁବ ଚିତ୍ରଶିଳ୍ପୀ ସଙ୍ଗମ ସାଗର ରତ୍ନସିଂହାସନ ଉପରେ ସିଂହାରୀ ସେବକ ଚତୁର୍ଦ୍ଧାବିଗ୍ରହଙ୍କୁ ବେଶ କରିବା, ରଥଯାତ୍ରା ଏବଂ ଶ୍ରୀମନ୍ଦିରକୁ ରଙ୍ଗ, ତୂଳୀରେ ବାସ୍ତବତାର ରୂପ ଦେବାକୁ ଚେଷ୍ଟା କରିଛନ୍ତି। ଅମୀୟ ପଟ୍ଟନାୟକଙ୍କ ଚିତ୍ର ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଉପରେ ପର୍ଯ୍ୟବସିତ ଥିଲା। ଶ୍ରୀକ୍ଷେତ୍ରକୁ ଇସ୍କନ ଭକ୍ତମାନେ ବହୁ ସଂଖ୍ୟାରେ ଆସି ବଡ଼ଦାଣ୍ଡରେ ହରେକୃଷ୍ଣ, ହରେରାମ ଗାଇ ଭକ୍ତି ଭାବରେ ଭିଜି ଯାଉଛନ୍ତି।ଏହାଦ୍ୱାରା ଦେଶ ବିଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ହେଉଛି। ନୀଳଚକ୍ର ପତିତପାବନ ବାନା କିପରି ସେମାନଙ୍କୁ ଆଶୀର୍ବାଦ ଦେଉଛି ତାହାକୁ ଚିତ୍ରରେ ଦେଖାଇଥିଲେ ମୀନକେତନ। ବଡଦାଣ୍ଡ ମାଟିରେ ମହାପ୍ରଭୁଙ୍କ ଚିତ୍ର କରିବାର ସୁଯୋଗ ପାଇଥିବାରୁ ଶିଳ୍ପୀମାନେ ବେଶ୍‌ ଖୁସି ହୋଇଛନ୍ତି। ଏହି ଶିବିରକୁ ଅନୁଷ୍ଠାନର ଅଧ୍ୟକ୍ଷ ଚିତ୍ରଶିଳ୍ପୀ ଦୁର୍ଗାମାଧବ କର ପରିଚାଳନା କରିଥିବାବେଳେ ଉଦ୍‌ଯାପନୀ ଦିବସରେ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

ଇମ୍ରାନଙ୍କ ଦଳର ଚାରି ଜଣ ନେତାଙ୍କୁ ଦଶ ବର୍ଷ ଜେଲଦଣ୍ଡ

ଲାହୋର,୨୧।୬: ଶନିବାର ପାକିସ୍ତାନର ଏକ କୋର୍ଟ ୨୦୨୩ ଦଙ୍ଗା ସହିତ ଜଡିତ ଏକ ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଚାରି ଜଣ…

ଆଜି ଏହି ସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ…

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri