ଶିଳ୍ପାୟନ ଧୂଅଁାବାଣ:ଧ୍ୱଂସ ହୋଇଯାଉଛି କ୍ଷୁଦ୍ରଶିଳ୍ପ,୫ ବର୍ଷରେ ୧୫ ହଜାର କ୍ଷୁଦ୍ର, ମଧ୍ୟମ ଶିଳ୍ପରେ ତାଲା

ଭୁବନେଶ୍ୱର, ୨୩ା୮(ବ୍ୟୁରୋ):ଶିଳ୍ପାୟନର ସ୍ବପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଆଲୁମିନିୟମ, ଇସ୍ପାତ, ଆଲୁମିନା, ସାର, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ ଭଳି ବଡ଼ ବଡ଼ ଶିଳ୍ପ ସାଙ୍ଗକୁ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା, ଶକ୍ତି, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ବୃହତ ପୁଞ୍ଜି ନିବେଶ ହେବ। ରାଜ୍ୟର ଭାଗ୍ୟ ବଦଳିଯିବ। ବେକାର ଯୁବତୀ ଯୁବକଙ୍କୁ କାମଧନ୍ଦା ମିଳିଯିବ। ଗତ ୫ ବର୍ଷ ହେବ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଏମିତି ସ୍ବପ୍ନ ଦେଖାଇ ଆସୁଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ କରି ଓଡ଼ିଶାକୁ ପୁଞ୍ଜି ନିବେଶ ହବ୍‌ରେ ପରିଣତ କରିବାକୁ ଚେଷ୍ଟା ଚାଲିଛି। ହେଲେ ସରକାର ରାଜ୍ୟରେ ଥିବା ପୁରୁଣା ଶିଳ୍ପଗୁଡିକୁ ଗୋଟିଏ ପରେ ଗୋଟିଏ ବନ୍ଦ କରି ଚାଲିଛନ୍ତି। କେବଳ ବଡ଼ ଶିଳ୍ପ ନୁହେଁ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ମଧ୍ୟ ସରକାରୀ ପ୍ରୋତ୍ସାହନ ଏବଂ ବଜାର ସୁବିଧା ନ ପାଇ ମୁହଁମାଡି ପଡ଼ିଲେଣି।
କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ୨୦୧୫ରେ ଶିଳ୍ପ ନୀତି କାର୍ଯ୍ୟକାରୀ କରିଥିବାବେଳେ ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୫ ପ୍ରଣୟନ କରିଥିଲେ। ୨୦୧୭-୧୮ରେ ୫୦,୧୫୮ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ସ୍ଥାପନ କରାଯାଇଥିଲା, ଯେଉଁଥିରେ କି ୨,୩୨୪.୪୬ କୋଟି ଟଙ୍କାର ପୁଞ୍ଜି ନିବେଶ ହେବା ସହ ୧.୪୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ ଗତ ୫ ବର୍ଷରେ ରାଜ୍ୟରେ ୧,୯୮,୭୩୬ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ସ୍ଥାପନ ହୋଇଥିବା ସରକାର ୨୦୧୮-୧୯ ଅର୍ଥନୈତିକ ସର୍ଭେ ରିପୋର୍ଟରେ କହିଛନ୍ତି। ଏଥିରେ ୧୦୯.୭୫ କୋଟି ଟଙ୍କା ନିବେଶ ହେବା ସହ ୬.୨୮ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିଛି। କ୍ଷୁଦ୍ରଶିଳ୍ପକୁ ପ୍ରୋତ୍ସାହନ ଦେଇ ଅନୁକୂଳ ପରିବେଶ ସୃଷ୍ଟି କରୁଥିବାରୁ ୨୦୧୮ ଷ୍ଟାର୍ଟଅପ୍‌ ର଼୍ୟାଙ୍କରେ ଓଡ଼ିଶା ଏକ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପରିଚୟ ପାଇପାରିଛି। ଜିଲାସ୍ତରରେ ସିଙ୍ଗଲଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଡିଏଲ୍‌ଏସ୍‌ଡବ୍ଲ୍ୟୁସିଏ) ଗଠନ କରି ଷ୍ଟାର୍ଟଅପ୍‌ ଓଡ଼ିଶା ଆରମ୍ଭ କରି ଏମ୍‌ଏସ୍‌ଏମ୍‌ଇଗୁଡିକୁ ପ୍ରୋତ୍ସାହିତ କରୁଛନ୍ତି।
ଏସବୁ ସତ୍ତ୍ୱେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କୁ ରାଜ୍ୟ ସରକାର ଆକୃଷ୍ଟ କରିବାରେ ବିଫଳ ହୋଇଛନ୍ତି। ଏମ୍‌ଏସ୍‌ଏମ୍‌ଇ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩୦ଟି ଜିଲାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡିକର ସ୍ଥିତି ଅତ୍ୟନ୍ତ ଦୟନୀୟ। ରାଜ୍ୟରେ ଗତ ୫ ବର୍ଷରେ ପଞ୍ଜୀକୃତ ହୋଇଥିବା ୧୫,୩୧୫ ସୂକ୍ଷ୍ମ ଓ ମଧ୍ୟମ ଶିଳ୍ପରେ ତାଲା ପଡିଛି। ଏଥିରେ ନିୟୋଜିତ ଥିବା ୧,୨୯,୯୫୦ ଜଣ ଲୋକ ବେକାର ହୋଇଯାଇଛନ୍ତି। ବନ୍ଦ ହୋଇଥିବା ଏହି ଶିଳ୍ପ ମଧ୍ୟରୁ ସୁନ୍ଦରଗଡରେ ସର୍ବାଧିକ ୨୦୨୦, କଟକ ୨୪୦୨, ଭୁବନେଶ୍ୱର ୧୫୦୪, ଗଞ୍ଜାମ ୧୦୬୧, ସମ୍ବଲପୁର ୫୩୩, ବରଗଡ ୩୩୪, କେନ୍ଦୁଝର ୬୮୩, ବାଲେଶ୍ୱର ୫୫୮, ଭଦ୍ରକ ୩୪୬, ଢେଙ୍କାନାଳ ୩୯୬, କଳାହାଣ୍ଡି ୪୧୮, ରାୟଗଡା ୨୫୬, ନବରଙ୍ଗପୁର ୧୫୭ ଏବଂ ମାଲକାନଗିରିରେ ୧୧୬ଟି ଶିଳ୍ପ ବନ୍ଦ ହୋଇଛି। ରାଜ୍ୟ ସରକାର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଏବଂ ବିଦେଶରେ ରୋଡ ଶୋ କରି ବଡ଼ ବଡ଼ ଶିଳ୍ପକୁ ଓଡ଼ିଶା ଆଣିବାକୁ ପାଣି ଭଳି ଟଙ୍କା ବୁହାଇ ଚାଲିଛନ୍ତି। ମାତ୍ର ରାଜ୍ୟର ଶିକ୍ଷିତ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ, ବଜାର ଓ ବ୍ୟାଙ୍କ ସୁବିଧା ଦେଇପାରୁ ନ ଥିବାରୁ ଆରମ୍ଭ ହେବାର ଅଳ୍ପ କେଇମାସ ପରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ତାଲା ପଡୁଛି । ସରକାରୀ ଉଦାସୀନତାକୁ ଯୁବ ଉଦ୍ୟୋଗୀ ମହଲ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri