ଶିମିଳିପାଳରେ ରୋପ୍‌ୱେ ନିର୍ମାଣ ପ୍ରସ୍ତାବ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରୋଜିନୀ

ବାରିପଦା ଅଫିସ,୧୫ା୧୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ପରିଚିତ। ଶୀତଦିନରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ବୁଲି ଆସିବା ଏବଂ ରାତ୍ରିଯାପନ କରିବା ପାଇଁ ଭଲ ପାଆନ୍ତିି। ଏଠାରେ ପର୍ଯ୍ୟଟନର ବିକାଶ ନିମନ୍ତେ ଭିତ୍ତିଭୂମି ଉନ୍ନତିର ଆବଶ୍ୟକତା ରହିଛି। ସବୁଦିନିଆ ରାସ୍ତା ନିର୍ମାଣ ସମ୍ଭବପର ହୋଇପାରୁ ନ ଥିବାରୁ ଏହା ମଧ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ରୋପ୍‌ୱେ ଦ୍ୱାରା ସଂଯୋଗ କରାଯାଇ ପାରିବ ବୋଲି ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ୍‌ ମତ ପ୍ରକାଶ କରିଛନ୍ତି। ଏହି ଅଭୟାରଣ୍ୟକୁ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ରୋପ୍‌ୱେ ନିର୍ମାଣ କରାଯିବା ଏକାନ୍ତ ଜରୁରୀ ବୋଲି ହେମ୍ବ୍ରମ୍‌ କହିଛନ୍ତି। ଏହାର ସର୍ଭେ ଏବଂ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ନିମନ୍ତେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତିି ା
ରୋପ୍‌ୱେ ନିର୍ମାଣ କରାଯିବା ଦ୍ୱାରା ବନ୍ୟଜନ୍ତୁୁମାନେ ପ୍ରଭାବିତ ହେବେ ନାହିଁ ଏବଂ ସବୁ ଋତୁରେ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସିପାରିବେ। ଏହା ଦ୍ୱାରା ଆଦିବାସୀବହୁଳ ମୟୂରଭଞ୍ଜ ଜିଲାରେ ଯୁବକମାନଙ୍କ ପାଇଁ ରୋଜଗାରର ନୂଆ ଉପାୟ ବାହାରିପାରିବ। ଜିଲାରେ ହୋଟେଲ ଶିଳ୍ପର ବିକାଶ ମଧ୍ୟ ହୋଇପାରିବ। ରୋପ୍‌ୱେ ନିର୍ମାଣ ଦ୍ୱାରା ଏହା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ରାଜ୍ୟ ସଭା ସଦସ୍ୟା କହିଛନ୍ତି। ହେମ୍ବ୍ରମ୍‌ଙ୍କ ଏହି ପ୍ରସ୍ତାବକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ବିଶିଷ୍ଟ ପରିବେଶବିତ୍‌ ସନ୍ତୋଷ ମହାନ୍ତିି, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ସିନେଟ୍‌ ସଦସ୍ୟ ପ୍ରଦୀପ ନାୟକ, ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ, ପୂର୍ବତନ ଜିଲା ପରିଷଦ ସଭାପତି କମଳା ତିରିଆ ପ୍ରକୃତିପ୍ରେମୀ ଶିମିଳିପାଳ ମଧ୍ୟରେ ରୋପ୍‌ୱେ ନିର୍ମାଣ ହେବା ଦ୍ୱାରା ଅବାଧ ପଶୁ ଶିକାର, ଗଛକଟା ଓ କାଠଚୋରିକୁ ରୋକାଯାଇ ପାରିବ ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତିି ା ତେଣୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କମାରଯୋଡ଼ା ପ୍ରାଥମିକ ବିଦ୍ୟାଳୟ: ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନ ଭୋଜନ

ଯୋଡ଼ା,୭ା୩(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କମାରଯୋଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ଦେଖାଯାଇଛି। ନିମ୍ନମାନର ଖାଦ୍ୟ ପରସା ଯାଉଥିବା...

ଜୁଆ ଆଡ୍ଡା ଉପରେ ଚଢାଉ: ୧୬ ଗିରଫ, ୧ ଲକ୍ଷ ୫୩ ହଜାର ଟଙ୍କା ସହ ୧୮ ମୋବାଇଲ ଜବତ

ହିଞ୍ଜିଳିକାଟୁ ୪।୦୯(ଡି.ଏନ.ଏ): ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମପଞ୍ଚାୟତର ମାଛବନ୍ଧଠାରେ ପୋଲିସ ଏକ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ କରିଛି। ଚଢାଉରେ ୧୬...

ନିଆଁରେ ପୋଡ଼ି ଯୁବତୀଙ୍କ ଜୀବନ ଗଲା

ରାଉରକେଲା ଅଫିସ,୧୧ା୨: ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅର୍ନ୍ତଗତ ନୂଆବସ୍ତିର ଜଣେ ଯୁବତୀ ଗୁରୁବାର ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଆଫ୍ରିନ ଖାତୁନ(୧୯)।...

କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କେସିଙ୍ଗା,୨୦ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର େ୧ ନଂ ଜୋନ୍‌ରେ ବିଜେଡି,କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେଉଛି। ଏହି ଜୋନ୍‌ରେ ୨୮ହଜାର ୪୯୯ଭୋଟର...

ରାବଣ ପୋଡ଼ି ଚଳିତବର୍ଷର ମୁଖ୍ୟ ଆକର୍ଷଣ

ନୂଆପଡ଼ା ଅଫିସ,୩୦।୯: ଚଳିତବର୍ଷ କରୋନା କଟକଣା ନ ଥିବାରୁ ନୂଆପଡ଼ା ଜିଲାର କୋଣଅନୁକୋଣରେ ସାରଦୀୟ ଦୁର୍ଗାପୂଜା ହର୍ଷଉଲ୍ଲାସ ସହିତ ପାଳନ କରାଯାଉଛି। ନବରାତ୍ର ପାଇଁ ଜିଲାର...

ବିପଦସଙ୍କୁଳ ଅବସ୍ଥାରେ ବ୍ରିଟିଶ ଅମଳର ସ୍କୁଲ

ଗୋପ,୧୭।୩ (ଡି.ଏନ୍‌.ଏ.): ଗୋପ ବ୍ଲକରେ ଥିବା ବ୍ରିଟିଶ ଶାସନ ଅମଳର ନିଗମାନନ୍ଦ ସ୍ମାର୍ଟ ସ୍କୁଲ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ଥିବା ଅଭିଯୋଗ ହୋଇଛି। ପୂର୍ବରୁ ସ୍କୁଲ...

ଡାକବଙ୍ଗଳା ମହିଳା ସୁଇପରଙ୍କୁ ଗଳାକାଟି ହତ୍ୟା

ବାଲେଶ୍ୱର ଅଫିସ,୧୮ା୬: ବାଲେଶ୍ୱର ଜିଲା ଜଳେଶ୍ୱର ପୌରପରିଷଦ ଅଧୀନରେ ଥିବା ପୂର୍ତ୍ତ ବିଭାଗର ଡାକବଙ୍ଗଳାର ମହିଳା ସୁଇପରଙ୍କୁ ବୁଧବାର ରାତିରେ କିଛି ଦୁର୍ବୃତ୍ତ ବଳାତ୍କାର କରିବା...

ଏମିତି ବି ଆସେ ମୃତ୍ୟୁ

ବାଲିଗୁଡ଼ା,୧୭ା୨: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଲଣ୍ଡାଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବାହାଘର ଭୋଜି ଖାଇ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଜଣେ...

Advertisement
Archives

Model This Week