ଶିମିଳିପାଳରୁ ଶିକାରୀ ଗିରଫ

ଖୁଣ୍ଟା, ୭।୫(ଡି.ଏନ.ଏ.)-ଡୁକୁରା ରେଞ୍ଜ ଅଧୀନ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରୁ ଗତ ବୁଧବାର ବିଳମ୍ବିତ ରାତିରେ ବନ କର୍ମଚାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି। ସେ ହେଲେ ଉକ୍ତ ରେଞ୍ଜ ତଥା ଉଦଳା ଥାନା ଅଧୀନ କାଶୀକୁଣ୍ଡଳ ଗ୍ରାମର ମଧୁ ନାଏକ( ୪୦)। ବୁଧବାର ବିଳମ୍ବିତ ରାତିରେ ମଧୁ ବିଭିନ୍ନ ଶିକାର ସରଞ୍ଜାମ ଧରି ଶିମିଳିପାଳ ସଂରକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ ନଂ. ଇଡି ୪ ଅଞ୍ଚଳରେ ପ୍ରବେଶ କରିଥିବା ବେଳେ ବନ କର୍ମଚାରୀଙ୍କ ହାବୁଡ଼ରେ ପଡିଥିଲେ। ବନ କର୍ମଚାରୀମାନେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଧନୁ, ୧୦ଟି ତୀର, ଗୋଟିଏ କୁରାଢ଼ି, ଗୋଟିଏ କଟୁରି, ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି ଡୁକୁରା ରେଞ୍ଜ କାର୍ଯ୍ୟାଳୟକୁ ନେଇଯାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଗ ଥଇଥାନ, ପରେ ଉଚ୍ଛେଦ

ଚାନ୍ଦବାଲି,୨୦।୩(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ସନ୍ନିକଟ ବୈତରଣୀ ନଦୀକଡ଼ରୁ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପ୍ରଥମ ଦିନରେ କ୍ରସ୍‌ଷ୍ଟାଣ୍ଡ ରୋଡ୍‌ର...

ଭକ୍ତି ଆଣିଛି ସଂହତି

ଓଡାପଡା,୨୯ା୧୦ (ଦିନେଶ ଦାସ) ସମଗ୍ର ଗାଁ ଏବେ ପାଲଟିଛି ଗୋଟିଏ ଗୋଷ୍ଠୀ। ସାହି ସାହି ଭିତରେ ଏବେ ନା ଅଛି ମତାନ୍ତର ନା ମନାନ୍ତର। ପୁରୁଣା...

୮ ମାସ ପରେ ସିଙ୍ଗରାଇଙ୍କୁ ମିଳିଲା ଚିକିତ୍ସା ସେବା

ଆନନ୍ଦପୁର,୧୭। ୧୦(ସ୍ବ.ପ୍ର.)-ଚିକିତ୍ସା ସେବା ଅପହଞ୍ଚ ଥିବା ଇଲାକାରେ ଏବେବି ଅନ୍ଧବିଶ୍ୱାସକୁ ଲୋକେ ଗ୍ରହଣ କରୁଛନ୍ତି। ଲୋକମାନେ ଗୁଣିଗାରେଡି, ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସର ମୋହ ଛାଡିବାକୁ ପ୍ରସ୍ତୁତ...

ଟାଟା ସ୍ପଞ୍ଜ କାରଖାନା କର୍ତ୍ତୃପକ୍ଷ ଦୁଃଖ ଶୁଣିଲେନି: ଧାରଣାସ୍ଥଳରେ ସ୍ବାମୀଙ୍କୁ ଶ୍ରାଦ୍ଧ ଦେଲେ ମହିଳା

ଯୋଡ଼ା, ୮।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନା ଫାଟକ ସମ୍ମୁଖରେ ଗତ ୮୩ ଦିନ ଧରି ଧାରଣାରେ ବସିଛନ୍ତି ବିଳାସୀ କାରୁଆ। ପୁଅ...

ମନ୍ତ୍ରୀଙ୍କ ଗସ୍ତରେ ବନ୍ଧୁକ ହଟାଗଲା

କେନ୍ଦ୍ରାପଡ଼ା ଅଫିସ, ୪ା୨: ପୋଲିସକୁ ମନ୍ତ୍ରୀମାନେ ଏବେ ଭୟ କଲେଣି। ପୋଲିସ ଗୁଳିରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜୀବନ ଯିବା ପରେ ଏହାର ପ୍ରଭାବ...

ସ୍ବାସ୍ଥ୍ୟ ସମସ୍ୟା ନେଇ ସିଡିଏମ୍‌ଓଙ୍କୁ ଫେରାଦ

ବରଗଡ଼ ଅଫିସ୍‌,୧୮।୧: ବରଗଡ଼ ଜିଲା ଅଭିଭାବକ ସଂଘର ଏକ ପ୍ରତିନିଧି ଦଳ ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମ୍‌ଓ) ଡା. ଚାରୁବାଳା ରଥଙ୍କୁ ଫେରାଦ ହୋଇ ବିଭିନ୍ନ...

ତଦନ୍ତ ପାଇଁ ଏଡିଏମ୍‌ଙ୍କ ନିର୍ଦ୍ଦେଶ

ରାଉରକେଲା ଅଫିସ,୨୭ା୯: କରୋନା ମହାମାରୀ ସମୟରେ ରାଉରକେଲା ସେକ୍ଟର-୧୬ ସ୍ଥିତ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଶ୍ନପତ୍ର ବିଲ୍‌ ପ୍ରସ୍ତୁତି ଜାଲିଆତି ଘଟଣାକୁ ନେଇ ସହରରେ...

ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ମହିଳା ଗୁରୁତର

ପାଟଣା,୧୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ହାଟ ତୋଟା ସାହିରେ ଶନିବାର ରାତିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ମହିଳା ଗୁରୁତର...

Advertisement
Archives

Model This Week