ଶିଖ୍‌ ସମ୍ପ୍ରଦାୟକୁ ସମ୍ମାନିତ କରିବା ଲାଗି ଆମେରିକା ସିନେଟରେ ପ୍ରସ୍ତାବ ଗୃହୀତ

ଓ୍ବାଶିଂଟନ,୧୭ା୧୧(ପି.ଟି.): ଶିଖ୍‌ ଧର୍ମଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ଅବସରରେ ଏହାର ଐତିହାସିକ, ସାଂସ୍କୃତିକ ଓ ଧାର୍ମିକ ଗୁରୁତ୍ୱ ସମେତ ଆମେରିକାର ଅଭିବୃଦ୍ଧିରେ ଶିଖ୍‌ମାନଙ୍କ ଅବଦାନକୁ ସ୍ବୀକୃତି ଦେବା ଲାଗି ଆମେରିକା ସିନେଟରେ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ଇଣ୍ଡିଆନାର ରିପବ୍ଲିକାନ୍‌ ସିନେଟର ଟୋଡ୍‌ ୟଙ୍ଗ ଏବଂ ମେରିଲ୍ୟାଣ୍ଡର ଡେମୋକ୍ରାଟିକ୍‌ ସଦସ୍ୟ ବେନ୍‌ କାର୍ଡିନ ଏହି ପ୍ରସ୍ତାବ ଆଣିଥିଲେ। ଶିଖ୍‌ଧର୍ମ ଉପରେ ଏଭଳି ପ୍ରସ୍ତାବ ଗୃହୀତ ହେବା ଆମେରିକା ସିନେଟରେ ଏହା ପ୍ରଥମ ଘଟଣା। ପ୍ରସ୍ତାବରେ ଆମେରିକାକୁ ଅବଦାନ ଥିବା ୪ ଜଣ ଖ୍ୟାତନାମା ଶିଖ୍‌ଙ୍କ ନାମ ସ୍ଥାନ ପାଇଛି। ସେମାନେ ହେଲେ ପ୍ରଥମ ଏସୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ଦଲିପ ସିଂ ସୌଦ୍‌, ଫାଇବର୍‌ ଅପ୍‌ଟିକ୍ସର ଉଦ୍ଭାବକ ଡ. ନରିନ୍ଦର କପାନି, ଦିନାର ସିଂ ବୈଂସ ଏବଂ ରୋସା ପାର୍କସ୍‌ ଟ୍ରେଲବ୍ଲାଜର ପୁରସ୍କାର ବିଜେତା ଗୁରିନ୍ଦର ସିଂ ଖାଲସା। ଏହାବ୍ୟତୀତ ଗ୍ରାମୀ ପୁରସ୍କାର ବିଜେତା ଶିଖ୍‌ ମହିଳା ସ୍ନାତମ୍‌ କୌର, ନ୍ୟୁୟର୍କ ପୋଲିସରେ କାର୍ଯ୍ୟରତ ଗୁର୍‌ସୋଚ୍‌ କୌର ଏବଂ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବର୍‌କେଲି ପ୍ରଫେସର ସୁପ୍ରିତ୍‌ କୌରଙ୍କୁ ସେମାନଙ୍କ ଅବଦାନ ଲାଗି ସ୍ବୀକୃତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଲକ୍ଷ ଡଲାର ଜରିମାନା ଦେବେ ଏଲନ ମସ୍କ…

ଓ୍ବାଶିଂଟନ,୫।୧ : ଦକ୍ଷିଣ କୋରିଆ ଦ୍ୱାରା ଏଲୋନ ମସ୍କଙ୍କ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସଲାକୁ ୨୨ ଲକ୍ଷ ଡଲାର ଜରିମାନା କରାଯାଇଛି। ଦକ୍ଷିଣ କୋରିଆର ଆଣ୍ଟିଟ୍ରଷ୍ଟ...

ଭିନ୍ନ ଢଙ୍ଗରେ କରୋନା ସଂକ୍ରମିତ ଶିଶୁଙ୍କୁ ଉପହାର ଦେଲେ ସାନ୍ତା

ଲିମା,୨୦ ।୧୨: କରୋନା ମହାମାରୀ ମଧ୍ୟରେ ବି ସାରା ବିଶ୍ୱ ଖ୍ରୀଷ୍ଟମାସକୁ ନେଇ ପ୍ରସ୍ତୁତି ଜାରି ରଖିଛି । ପେରୁରେ ଭିନ୍ନ ଢଙ୍ଗରେ ସାନ୍ତା କ୍ଲଜ...

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍‌ ହେଉଛନ୍ତି ଭାରତର ଜ୍ୱାଇଁ

ଲଣ୍ଡନ, ୨୪।୭: ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ସହ ଏକ ଖାସ୍‌ ସମ୍ପର୍କ ରହିଛି। ବୋରିସ୍‌ ଗତବର୍ଷ ଛାଡପତ୍ର ଦେଇଥିବା ସ୍ତ୍ରୀ ମ୍ୟାରିନା...

ସାମରିକ ଏୟାରଫିଲ୍ଡ ନିକଟରେ ବିସ୍ଫୋରଣ: ୧୦ ମୃତ

କାବୁଲ,୧।୧:ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ସାମରିକ ଏୟାରଫିଲ୍ଡ ନିକଟରେ ରବିବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା...

ଗୋଟିଏ ମିନିଟ୍‌ରେ ଜୀବନ ନେଇଯାଏ ଏହି ମଶା

ଚାଇନାର ସିଚୁଆନ୍‌ରେ ଦେଖାଯାଉଥିବା ଏକ ମଶାର ନାଁ ହେଉଛି ହୋଲୋରୁସିଆ ମିକାଡୋ। ଦୁନିଆରେ ଦେଖାଯାଉଥିବା ୩୫୦୦ ପ୍ରଜାତିର ମଶାଙ୍କ ମଧ୍ୟରୁ ଏହା ଗୋଟିଏ। ଦେଖିବାକୁ ଏହାର...

ଟୋକିଓ ଅଲିମ୍ପିକ ଉପରେ କରୋନା ଆତଙ୍କ: ପାଣିରେ ପଡ଼ିବ ୨୬୦୦ କୋଟି ଡଲାର !

ଟୋକିଓ,୨୭।୨: ଟୋକିଓ ଅଲିମ୍ପିକ୍‌-୨୦୨୦କୁ ଆଉ ୩ ମାସ ବାକି ରହିଛି। ଏହା ଜୁଲାଇରେ ଟୋକିଓରେ ହେବ ବୋଲି ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତେବେ କରୋନା...

ଇରାନର ମିଶାଇଲ ଆକ୍ରମଣରେ ଆମେରିକାର ୧୧ସେନା ହୋଇଥିଲେ ଆହତ: ରିପୋର୍ଟ

ତେହେରାନ,୧୭।୧: ଆମେରିକା ଆକ୍ରମଣରେ ଇରାନର ସେନା କମାଣ୍ଡର କାସିମ ସୋଲମାନୀଙ୍କ ମୃତ୍ୟୁ ହେବା ପରେ ୨ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ସୋଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ...

ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆର ଷଡ଼ଯନ୍ତ୍ର, ଗୋଦାମରେ ବୋମାମାଡ଼…

କ୍ୱିଭ୍‌, ୧୨।୩ : ୟୁକ୍ରେନ୍‌ରେ ଖାଦ୍ୟ ସଙ୍କଟ ସୃଷ୍ଟି ପାଇଁ ରୁଷିଆ ସୈନ୍ୟଙ୍କ ପକ୍ଷରୁ ଷଡ଼ଯନ୍ତ୍ର ହୋଇଛି। ତେଣୁ କେତେକ ଖାଦ୍ୟଶସ୍ୟ ଗୋଦାମରେ ରୁଷିଆ ସୈନ୍ୟ...

Advertisement
Archives

Model This Week