ଶିକ୍ଷା ହିଁ ସାମାଜିକ ବିପର୍ଯ୍ୟୟରୁ ମୁକ୍ତିର ବାଟ

ବଲାଙ୍ଗୀର ଅଫିସ, ୪ା୬
ଆମ ସମାଜରେ ଅନେକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି ା ଏହା ଆମ ସାମାଜିକ ଜୀବନକୁ ପ୍ରଭାବିତ କରୁଛି ା ତେବେ ଏଥିରୁ ମୁକ୍ତିର ଏକମାତ୍ର ବାଟ ହେଉଛି ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବ୍ୟକ୍ତି ଜୀବନକୁ ସଂଗଠିତ କରିବା ା ଏହି ଗୁରୁତ୍ୱପୂର୍ଣ୍ଣ କାମଟି ଉପଯୁକ୍ତ ଶିକ୍ଷା ଦ୍ୱାରା ହିଁ ସମ୍ଭବ ହୋଇପାରିବ ବୋଲି ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଓଁଙ୍କାର ପାଣିଗ୍ରାହୀ ସ୍ମାରକୀ ବକ୍ତୃତାରେ ମୁଖ୍ୟଅତିଥି ପ୍ରଫେସର ଡ ମଧୁସୂଦନ ପତି କହିଛନ୍ତି ା ଜିଲା ଲେଖକ ପରିଷଦ ତରଫରୁ ସାମ୍ବାଦିକ ଭବନଠାରେ ଆୟୋଜିତ ଏହି ସ୍ମାରକୀ ବକ୍ତୃତାରେ ‘ଫୁଟପାଥ୍‌ର ଆଖିରେ ସତ୍ତା ଓ ଶାସିତ’ ଶୀର୍ଷକରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ା ଏଥିରେ ମୁଖ୍ୟଅତିଥି ଭାବେ ପ୍ରଫେସର ପତି, ମୁଖ୍ୟବକ୍ତା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ଇତିହାସ ବିଭାଗ ଅଧ୍ୟାପକ କିଶୋର ମେହେର ଓ ସଂଯୋଜକ ଡ. ସନ୍ତୋଷ କୁମାର ରଥ ମଞ୍ଚାସୀନ ଥିଲେ ା ପ୍ରଥମେ ସ୍ବର୍ଗତ ଓଁଙ୍କାର ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ା ଅତିଥି ଓ ତାଙ୍କ ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସ୍ବାଗତ ବକ୍ତବ୍ୟ ଦେଇଥିଲେ ା କିଶୋର କୁମାର ମିଶ୍ର ସ୍ବର୍ଗତ ଓଁଙ୍କାର ପାଣିଗ୍ରାହୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ତାଙ୍କ ସାହିତି୍ୟକ ଜୀବନ ଓ ସମାଜସେବା କ୍ଷେତ୍ର ଉପରେ କହିଥିଲେ ା ଅଳ୍ପ ବୟସରେ ଓଁଙ୍କାର ଆରପାରିକୁ ଚାଲିଯାଇଥିଲେ ମଧ୍ୟ ବଲାଙ୍ଗୀରର ବୌଦ୍ଧିକ ଜୀବନକୁ ସେ କିଭଳି ପ୍ରଭାବିତ କରିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ ା ମୁଖ୍ୟବକ୍ତା ମେହେର ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ଗଣତାନ୍ତ୍ରିକ ବ୍ୟବସ୍ଥା କିଭଳି ସଙ୍କଟ ଦେଇ ଗତି କରୁଛି ତାହା ଉପରେ ଆଲୋଚନା କରିଥିଲେ ା ବଜାର ଅର୍ଥନୀତି ଓ ବଜାର ସମାଜ ଭିତରେ ରହିଥିତ୍ବା ତାରତମ୍ୟ ଓ ଏହାଦ୍ୱାରା ଆମ ସାମାଜିକ ଜୀବନରେ କିଭଳି ପ୍ରଭାବ ପଡୁଛି କହିଥିଲେ ା ବିଭିନ୍ନ ପ୍ରକାର ସ୍କୁଲ ରହିବା ଦ୍ୱାରା ଆମେ ସମାଜ ଭିତରେ କିଭଳି ଭିନ୍ନ ପ୍ରକାରର ଛାତ୍ର ଓ ବିଶେଷକରି ମଣିଷ ତିଆରି ସମାଜକୁ ବିଭାଜିତ କରୁଛୁ କହିଥିଲେ ା ଘରୋଇ ସ୍କୁଲର ତଥାକଥିତ ଆଭିଜାତ୍ୟ ଶ୍ରେଣୀର ଛାତ୍ରୀଛାତ୍ର ଓ ସରକାରୀ ସ୍କୁଲର ବଞ୍ଚତ୍ତ ଗରିବ ଶ୍ରେଣୀର ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମନ୍ବୟ ଓ ମିଳାମିଶା ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ା ଏହା ନହେଲେ ସାମାଜିକ ତାରତମ୍ୟ ଆଗକୁ ଆହୁରି ବଢ଼ିବ ବୋଲି ସେ ଚେତାବନୀ ଦେଇଥିଲେ ା ମୁଖ୍ୟଅତିଥି ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ହିଁ ଆମକୁ ବିପଥଗାମୀ କରୁଛି ବୋଲି କହିଥିଲେ ା ବ୍ୟକ୍ତି ନିଜେ ଏକ ଶୁଦ୍ଧପୂତ ଜୀବନ ଜୀଇଁବାକୁ ଚେଷ୍ଟା ନକଲେ ସାମାଜଟି ଆପେ ଶୁଦ୍ଧ ଓ ସଂସ୍କାରିତ ହେବନାହିଁ ବୋଲି ସେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ଫସି ରହିଛନ୍ତି ୨୫ରୁ ଅଧିକ ଯୁବତୀ

ସମ୍ବଲପୁର, ୨୮।୩ (ବ୍ୟୁରୋ):ସମ୍ବଲପୁରର ଜିଲାର କୁଚିଣ୍ଡା, ଜମନକିରା, ଯୁଯୁମୁରା ଓ ବଲାଙ୍ଗୀର ଜିଲାର ପ୍ରାୟ ୨୫ଜଣ ଯୁବତୀ ତାମିଲନାଡୁରେ ଫସି ରହିଛନ୍ତି । ଲକ୍‌ ଡାଉନ...

ନିୟମ ମାନି ଘରେ ରହିବାକୁ ଛାତ୍ରୀଛାତ୍ରଙ୍କୁ କୁଳପତିଙ୍କ ପରାମର୍ଶ

ସମ୍ବଲପୁର, ୬।୪ (ବ୍ୟୁରୋ)- ସଂପ୍ରତି ଦେଶରେ କରୋନା କଟକଣା ଲାଗି ରହିଛି । ତେଣୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ମଧ୍ୟ ଅସୁବିଧା ଉପୁଜୁଛି । ଏହାକୁ ଦୃଷ୍ଟିରେ...

ପେନସନ ଟଙ୍କାରୁ ସହାୟତା

ସମ୍ବଲପୁର, ୧୯।୪ (ବ୍ୟୁରୋ)- କରୋନା ଭୂତାଣୁକୁ ପ୍ରତିରୋଧ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ା ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ସ୍କୁଲର...

ରାସ୍ତାକଡ଼ରୁ ଅସହାୟଙ୍କୁ ଉଦ୍ଧାର କରି ଭିମ୍‌ସାରରେ ଭର୍ତ୍ତି କଲେ ସାମାଜିକ କର୍ମୀ

ସମ୍ବଲପୁର, ୩୦।୪ (ବ୍ୟୁରୋ)- କରୋନା ଭୂତାଣୁ ସମସ୍ତଙ୍କୁ ଭୟାତୁର କରିଛି । ରାସ୍ତା କଡରେ ପଡି ରହିଥିବା ଅସହାୟମାନଙ୍କୁ ମଧ୍ୟ ସେବା କରିବା ପାଇଁ ଜନସାଧାରଣ...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ: ଭଙ୍ଗାରୁଜା, ଲାଠିଚାର୍ଜ

ସମ୍ବଲପୁର, ୬।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ମଙ୍ଗଳବାର ଅଶାନ୍ତ ହୋଇ ପଡିଛି । ଯୁକ୍ତ ୩ ଥାର୍ଡ ସେମିଷ୍ଟାରର ପରୀକ୍ଷାକୁ ଅନ୍‌ଲାଇନ ପ୍ରକ୍ରିୟାରେ କରିବାକୁ ଛାତ୍ରୀଛାତ୍ରମାନେ...

ଯାତ୍ରାମଣ୍ଡପ ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: କାମ ବନ୍ଦ ଲାଗି ବିଡିଓଙ୍କୁ ଦାବିପତ୍ର

ଜମନକିରା,୩୦।୧(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଛେମୁଣ୍ଡା ଗାଁରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଆରମ୍ଭ ହୋଇଥିବା ଯାତ୍ରାମଣ୍ଡପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ...

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌। ହେଲେ ପାଖାପାଖି ମାସେ ହେଲା...

ବେସରକାରୀ ଜାଗାରେ ୫୦ ବର୍ଷର ସ୍କୁଲ୍‌, ଛାଡ଼ିବା ପାଇଁ ନୋଟିସ୍‌

ଜମନକିରା,୨୯ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ସଦର ମହକୁମାସ୍ଥିତ କଦଳୀମୁଣ୍ଡା ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟକୁ ନିଜ ଜାଗା ଦାବି କରି ସ୍କୁଲକୁ ନୋଟିସ୍‌ କରାଯାଇଛି।...

Advertisement
Archives

Model This Week