ଶିକ୍ଷା ବିଭାଗର ଅଜବ ନୀତି: ସୁରଭି ପରଦିନ ଷାଣ୍ମାସିକ ପରୀକ୍ଷା

(ଦିନେଶ ଦେହୁରୀ) ବନ୍ତଳା,୨୭।୧୦ – ଅନୁଗୋଳ ଶିକ୍ଷା ଜିଲାରେ ଶିକ୍ଷା ବିଭାଗର ଅଜବ ନୀତି ପ୍ରତିଭା ବିକାଶରେ ଅନ୍ତରାୟ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ଗଣ ଶିକ୍ଷାମନ୍ତ୍ରୀ ଆସନ୍ତା ୨୯ ତାରିଖରୁ ନଭେମ୍ବର ୨ ପର୍ଯ୍ୟନ୍ତ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବ ବୋଲି ଘୋଷଣା କରିଥିବାବେଳେ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଆସନ୍ତା ୨୮ରେ ସୁରଭି କାର୍ଯ୍ୟକ୍ରମ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଏପରି ସ୍ଥିତିରେ କିପରି ପିଲାମାନେ ସୁରଭି ଓ ପରୀକ୍ଷା ପାଇଁ ଏକା ସଙ୍ଗେ ପ୍ରସ୍ତୁତ ହେବେ ସେ ନେଇ ସମସ୍ୟାରେ ପଡିଛନ୍ତି। ଏହାକୁ ନେଇ ଅଭିଭାବକମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଭାଗ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ପ୍ରତିଭା ବିକାଶ ଦିଗରେ ବାଧା ସୃଷ୍ଟି କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏଥିଯୋଗୁ ଅନେକ ଛାତ୍ରୀଛାତ୍ର ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଯାଇ ସୁରଭିରେ ଭାଗ ନେବାକୁ ବଞ୍ଚିତ ହେବେ ବୋଲି ସେମାନେ ପ୍ରକାଶ କରିଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ୨୯ ତାରିଖରେ ଷାଣ୍ମାସିକ ପରୀକ୍ଷା ଦେବେ। ଏହା ପୂର୍ବଦିନ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲାର ପ୍ରତ୍ୟେକ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର ହୋଇଛି। ପ୍ରତି ବ୍ଲକରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୬୦ ଛାତ୍ରୀଛାତ୍ର ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜଣାଇ ଦିଆଯାଇଛି। ଏଥିରେ ବରିଷ୍ଠ ବିଭାଗରେ ଅଷ୍ଟମରୁ ଦଶମ ଏବଂ କନିଷ୍ଠ ବିଭାଗରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାମାନେ ଭାଗ ନେବେ। କ୍ଲଷ୍ଟରସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ବ୍ଲକସ୍ତରକୁ ମନୋନୀତ ହେବେ। ୨୮ ତାରିଖ ସୁଦ୍ଧା ସୁରଭି କାର୍ଯ୍ୟକ୍ରମ ଶେଷ କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅନୁଗୋଳର ୮ଟି ବ୍ଲକରୁ ଅନୁଗୋଳ, ବଅଁରପାଳ, ତାଳଚେରରେ ଏହା ହୋଇପାରି ନାହିଁ। ଫଳରେ ୨୮ ତାରିଖରେ ଅନୁଗୋଳ ବ୍ଲକ ଓ ମ୍ୟୁନିସିପାଲଟି ଅଞ୍ଚଳର ୧୭ଟି କ୍ଲଷ୍ଟରକୁ ନେଇ ପିଟିସି ହାଇସ୍କୁଲ, ବଅଁରପାଳ ବ୍ଲକ ଅଞ୍ଚଳର ୧୬ ଟି କ୍ଲଷ୍ଟରକୁ ନେଇ କୁଇଓ ଜାମୁନାଳୀ ଅଲେଖ ପାଟଣା ସ୍କୁଲ ଓ ତାଳଚେର ବ୍ଲକର ୧୩ ଟି କ୍ଲଷ୍ଟରକୁ ନେଇ ଯୁବରାଜ ହାଇସ୍କୁଲରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେଣୁ ସୁରଭି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇ ପିଲାଙ୍କ ପରୀକ୍ଷା ଶେଷ ହେବା ପରେ ଏହାକୁ ଆୟୋଜନ କରାଯିବାକୁ ଅଭିଭାବକମାନେ ଦାବି କରିଛନ୍ତି।
ଏ ନେଇ ଅଭିଭାବକ କଲ୍ୟାଣୀ ବେହେରା, ସୁଜାତା ବେହେରା, ରଞ୍ଜନ ସାହୁ, ତପସ୍ବନୀ ସାହୁ ପ୍ରମୁଖ କୁହନ୍ତି, ପରୀକ୍ଷା ପୂର୍ବଦିନ ସୁରଭି କାର୍ଯ୍ୟକ୍ରମ କରିବା ଠିକ ନୁହେଁ। ପିଲାମାନେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇପାରିବେ ନାହିଁ। ମେଧାବୀ ପିଲାମାନଙ୍କୁ ସୁରଭି କାର୍ଯ୍ୟକ୍ରମକୁ ଛାଡିବାକୁ ଅଭିଭାବକମାନେ ଇଚ୍ଛା କରିବେ ନାହିଁ। ଫଳରେ ଏହି କାର୍ଯ୍ୟକ୍ରମ ବିଫଳ ହେବ। ପରୀକ୍ଷା ପରେ ସୁରଭି ଆୟୋଜନ କରାଯାଉ। ଜିଲା ଶିକ୍ଷା ବିଭାଗ, ଡିପିସି, ବ୍ଲକ ଶିକ୍ଷା ଅଧିକାରୀମାନେ ମନଇଚ୍ଛା କାର୍ଯ୍ୟ କରୁଥିବା ଅନୁଗୋଳ ବ୍ଲକ ଚେୟାରମ୍ୟାନ ନିରଞ୍ଜନ ଦେହୁରୀ, ପୋକତୁଙ୍ଗା ସରପଞ୍ଚ ରୀନା ରାଣୀ ପ୍ରଧାନ, ବନ୍ତଳା ସରପଞ୍ଚ ହରିହର ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅନୁଗୋଳ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରକାଶ ପାଗଳ, ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଜିଲା ସଭାପତି ପ୍ରଦୀପ ବାହୁକ ପ୍ରମୁଖ କୁହନ୍ତି, ବର୍ଷା ପାଇଁ ସୁରଭି କାର୍ଯ୍ୟକ୍ରମକୁ ଘୁଞ୍ଚା ଯାଇଛି। କିନ୍ତୁ ୨୮ ରେ ସୁରଭି ସାରି ୨୯ ରେ ପରୀକ୍ଷା ଦେବା ପିଲାଙ୍କ ପକ୍ଷେ କଷ୍ଟକର ହେବ। ସେମାନେ ମାନସିକସ୍ତରରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ ନାହିଁ। ଏ ନେଇ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ସୁରଭି କାର୍ଯ୍ୟକ୍ରମ ଡିପିସି ଓ ବିଇଓମାନେ କରୁଛନ୍ତି। ଡିପିସି ନିରଞ୍ଜନ ସାହୁ କୁହନ୍ତି, ଏଥିରେ ମୁଁ କିଛି କରି ପାରିବି ନାହିଁ। ପୂର୍ବରୁ ସୁରଭି କାର୍ଯ୍ୟକ୍ରମ ପାଇଁ ଦିନ ସ୍ଥିରୀକୃତ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ:ରାସ୍ତା ମରାମତି ପରେ ଉଚ୍ଛେଦ ହେଉ

ବଇଣ୍ଡା,୧୦।୯(ଡି.ଏନ.ଏ.)କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ବାମୁର ପର୍ଯ୍ୟନ୍ତ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୧୧, ୧୨, ୧୩ ତାରିଖରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି...

ଫସଲ ନଷ୍ଟକଲେ ହାତୀପଲ

ବଅଁରପାଳ/ ବଇଣ୍ଡା,୨୩।୧୧ (ଡି.ଏନ.ଏ.): ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତରେ ହାତୀପଲ ଉପଦ୍ରବ କରିଛନ୍ତି। ଚାଷୀ ଚିତ୍ତରଞ୍ଜନ ସାହୁ, ବିଦ୍ୟାଧର ବେହେରା, ଅକ୍ଷୟ ବେହେରା, ଧନେଶ୍ୱର ବେହେରା,...

ଡିସେମ୍ବର ସୁଦ୍ଧା ଇନର ରିଙ୍ଗ ରୋଡ୍‌

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ସହର ପ୍ଲାନିଂରେ ଯୋଡିହେବ ଇନର ରିଙ୍ଗ ରୋଡ୍‌। ଜିଲାପାଳଙ୍କ ଏହି ପରିକଳ୍ପନା ପରେ ଏ ନେଇ ପ୍ରଶାସନ ପକ୍ଷରୁ ମଙ୍ଗଳବାର...

ଘରକୁ ଫେରିବ ଫିଙ୍ଗା ସାମଗ୍ରୀ

ଅନୁଗୋଳ ଅଫିସ, ୨।୬: ଭଙ୍ଗା ହେଉ କି କଳଙ୍କିଲଗା ସାମଗ୍ରୀ, ଆଉ ଅଦରକାରୀ ହୋଇ କେହି ରହିବ ନାହିଁ। ଏପରି କି ମନ୍ଦିରରୁ ବାହାରୁଥିବା ବାସୀ...

ବିଜୁ ମଇଦାନରେ ସେଲ୍‌ଫି କର୍ନର

ଅନୁଗୋଳ ଅଫିସ, ୨ା୧୧: ଅନୁଗୋଳ ସହରର ହେବ ସୌନ୍ଦର୍ଯ୍ୟକରଣ। ଆସନ୍ତା ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ବ୍ଲୁ ପ୍ରିଣ୍ଟ...

ତାର ସଜାଡ଼ିଲା ବିଦ୍ୟୁତ୍‌ ବିଭାଗ

କଣିହାଁ, ୧୪ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ଝରାବେରଣୀ ଓ ପଟ୍ଟାଖମଣ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଉପରେ ୩୩ କେଭି...

ଅବକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଅନୁଗୋଳ ଅଫିସ, ୧୩।୫ – ଅନୁଗୋଳର କରଡ଼ାଗାଡ଼ିଆ ଠାରେ ଥିବା ଦେଶୀ ମଦ ଭାଟିକୁ ଲକ୍‌ଡାଉନ୍‌ ପୂର୍ବରୁ ସିଲ୍‌ କରାଯିବା ପରେ ବି ସେଠାରେ ଚୋରା...

ହଣ୍ଡପା ପ୍ରାଣୀ ଚିକିତ୍ସାଳୟ ଅବହେଳିତ: ଆସୁନାହାନ୍ତି କର୍ମଚାରୀ, ମିଳୁନି ଚିକିତ୍ସା

ବଇଣ୍ଡା,୧୭।୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ପ୍ରାଣୀ ଚିକିତ୍ସାଳୟ ଅବହେଳିତ ହୋଇପଡ଼ିଛି। କର୍ମଚାରୀମାନେ ଚିକିତ୍ସାଳୟ ଖୋଲୁ ନ ଥିବାବେଳେ ଗୃହପାଳିତ ପଶୁଙ୍କୁ ଚିକିତ୍ସା ମିଳୁ ନ...

Advertisement
Archives

Model This Week