ଶିକ୍ଷାରେ ଦକ୍ଷତା

ହରିଶଙ୍କର ମିଶ୍ର
କିଛିଦିନ ପୂର୍ବରୁ ଏଇ ପୃଷ୍ଠାର ସମ୍ପାଦକୀୟ ନକଲି ପ୍ରମାଣପତ୍ରଧାରୀ ଠକ ଶିକ୍ଷକ ସମ୍ବନ୍ଧୀୟ ଥିଲା। ଜାଲିଆତି ଓ ଦୁର୍ନୀତି ଅନେକ ବର୍ଷରୁ ଶିକ୍ଷା ବିଭାଗକୁ କବଳିତ କରିସାରିଛି। ପୂର୍ବର ଶିକ୍ଷାଜିଲା ବା ମଣ୍ଡଳ ସ୍କୁଲ ପରିଦର୍ଶକ ଏବଂ ବର୍ତ୍ତମାନର ଗୋଷ୍ଠୀ ବା ଜିଲା ଶିକ୍ଷାଧିକାରୀ ସମସ୍ତେ ଶିକ୍ଷକ। ତେଣୁ ଗତ ଦୁଇ ଦଶନ୍ଧି ମଧ୍ୟରେ ନିଯୁକ୍ତ ଗୋଷ୍ଠୀ ବା ଜିଲା ଶିକ୍ଷାଧିକାରୀ ସମେତ ପ୍ରତ୍ୟେକ ବର୍ଗର ଶିକ୍ଷକଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସାମିଲ କରାଯିବା ଉଚିତ।
ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଶିକ୍ଷା ବିଭାଗକୁ ନୂଆ ରୂପ ଦେଇଥିଲେ। ରାଜ୍ୟର ପ୍ରତ୍ୟେକ ନିମ୍ନପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ, ଉଚ୍ଚ ପ୍ରାଥମିକକୁ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ କରାଇଥିଲେ। ସମସ୍ତ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନପ୍ରାପ୍ତ, ଛାତ୍ରୀ ଓ ଅନେକ ବର୍ଗର ଛାତ୍ରଙ୍କୁ ଦରମା ଛାଡ ଏବଂ ଅବିଭକ୍ତ ପୁରୀ ଜିଲାର ଶିକ୍ଷକମାନଙ୍କୁ ଡାକଘର ଜମାଖାତା ମାଧ୍ୟମରେ ପ୍ରତ୍ୟକ୍ଷ ଦରମା ପ୍ରଦାନ କରାଇଥିଲେ। ପରେ କିଛି ଶିକ୍ଷା ବେପାରୀଙ୍କ ଦ୍ୱାରା ସ୍କୁଲ ସୃଷ୍ଟି ହେଲା। ଦୃଢ ଦାପ୍ତରିକ ସହଯୋଗ ହେତୁ ଅନୁଦାନ ପ୍ରାପ୍ତି ସତ୍ତ୍ୱେ କିଛି ବିଦ୍ୟାଳୟର ସ୍ଥିତି ମଧ୍ୟ ନ ଥିଲା। ପରିଚାଳନା କମିଟି ଦ୍ୱାରା ଶିକ୍ଷକ ନିଯୁକ୍ତିରେ ଦକ୍ଷତା ଅପେକ୍ଷା ଆନୁଗତ୍ୟକୁ ଗୁରୁତ୍ୱ ଦିଆଯାଉଥିଲା। ଏମାନଙ୍କର ସର୍ବଦା ଆନ୍ଦୋଳନ ଯୋଗୁ ବିଜୁବାବୁ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଏମାନଙ୍କୁ ସରକାରୀ ଶିକ୍ଷକ ଘୋଷଣା କରିଦେଲେ। ଧୁଆ ଓ ଅଧୁଆ ମୂଳା ସମାନ ହୋଇଗଲେ।
ନବେ ଦଶନ୍ଧିରେ ଉପକୂଳ ଜିଲାମାନଙ୍କରେ ଶତାଧିକ ଘରୋଇ ହାଇସ୍କୁଲରେ ସିଟି ସ୍କୁଲ ଖୋଲିଗଲା। ଏଥିପାଇଁ ସରକାରୀ ସ୍ବୀକୃତି ଥିବାରୁ ଉଚ୍ଚ ନ୍ୟାୟାଳୟ ଗୋଟିଏ ବର୍ଷ ପରୀକ୍ଷା ପାଇଁ ଅନୁମତି ଦେଲେ। ପ୍ରାୟୋଜିତ କେନ୍ଦ୍ରରେ ପରୀକ୍ଷା ଯୋଗୁ ସମସ୍ତେ ଉତ୍ତୀର୍ଣ୍ଣ ହୋଇଗଲେ।
ସେଇ ଦଶନ୍ଧିରେ ଗୋଟିଏ ନିର୍ଦ୍ଦେଶନାମାର ସୁଯୋଗ ନେଇ ସାହାଯ୍ୟପ୍ରାପ୍ତ ହାଇସ୍କୁଲରେ ବିଜ୍ଞାନାଗାର ନ ଥାଇ ସହାୟକ ଓ ଦପ୍ତରୀ ପଦବୀ ସହ ମିଥ୍ୟା ଛାତ୍ରସଂଖ୍ୟାରେ ଅତିରିକ୍ତ ଶିକ୍ଷକ ନିଯୁକ୍ତି କରାଗଲା। ପ୍ରଥମେ କାଗଜପତ୍ରରେ ଏହାକୁ ଦୃଢ କରାଯାଇ ଉଚ୍ଚ ନ୍ୟାୟାଳୟଙ୍କ ଆଶ୍ରୟ ନିଆଗଲା। ନ୍ୟାୟାଳୟ ତତ୍କାଳୀନ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ଏହାର ତର୍ଜମା ଓ ଫଏସଲା ଦାୟିତ୍ୱ ଦେଲେ। ହଜାର ହଜାର ପଦବୀକୁ ନିୟମିତ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବକେୟା ବେତନ ଦିଆଗଲା।
ପୁରୀରେ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ମଧ୍ୟମାକୁ ମାଟ୍ରିକର ମାନ୍ୟତା ଯୋଗୁ ହଜାର ସଂଖ୍ୟାରେ ସଂସ୍କୃତ ଟୋଲ ଉପକୂଳ ଜିଲାରେ ଖୋଲିଗଲା। ଅସତ୍‌ ଉପାୟକୁ ପ୍ରୋତ୍ସାହନ ଏବଂ କର୍ତ୍ତୃପକ୍ଷଙ୍କ ପ୍ରୋତ୍ସାହନରେ ପାଶ୍‌ ହାର ବୃଦ୍ଧି ସରକାରଙ୍କୁ ଚିନ୍ତାଗ୍ରସ୍ତ କରାଇଲା। ଏହି ପରୀକ୍ଷା ମାଧ୍ୟମିକ ଶିକ୍ଷା ବୋର୍ଡକୁ ହସ୍ତାନ୍ତର ହେବାରେ ୯୦ ଶତାଂଶ ଟୋଲ ନିଶ୍ଚିହ୍ନ ହୋଇଗଲା। କିଛି ଟୋଲ ମାଧ୍ୟମରେ ପାସ୍‌ କରିଥିବା ପିଲାଙ୍କ ପ୍ରମାଣପତ୍ର ନେବାକୁ ଟୋଲ ନ ଥିବାରୁ ଜିଲାର ଗୋଟିଏ ଟୋଲରେ ଜିଲାପାଳଙ୍କ ହେପାଜତରେ ରଖାଗଲା। ଚିହ୍ନ ନ ଥିବା ଟୋଲ କିନ୍ତୁ ସରକାରୀ ସ୍ବୀକୃତି ପାଇଥିଲା। ଅବିଭକ୍ତ କୋରାପୁଟ ଜିଲାରୁ ପ୍ରାଥମିକ ଶିକ୍ଷକଙ୍କର ଉପକୂଳ ଜିଲାକୁ ନବେ ଦଶନ୍ଧିରେ ଏତେ ସଂଖ୍ୟାରେ ବଦଳି ଆଦେଶ ଆସିଲା ଯେ ତଦନ୍ତରେ ଅର୍ଦ୍ଧାଧିକ ନକଲି ଥିବା ବେଳେ ସମ୍ପୃକ୍ତ ଶିକ୍ଷକ ପୂର୍ବ ସ୍କୁଲର ଭୌଗୋଳିକ ସ୍ଥିତି ମଧ୍ୟ ଜାଣି ନ ଥିଲେ। ଏଥିପାଇଁ ଆନ୍ତଃଜିଲା ଶିକ୍ଷକଙ୍କ ବଦଳି ପାଇଁ ଉଚ୍ଚକ୍ଷମତା କମିଟି ଗଠିତ ହେଲା।
ରାଜ୍ୟସାରା ବଢିଚାଲିଛି ବାହାର ରାଜ୍ୟର ପ୍ରମାଣପତ୍ର। ପୁରୀରେ ନକଲି ହିନ୍ଦୀ ପ୍ରସାର ସମିତିର ପର୍ଦ୍ଦାଫାଶ ପରେ ଏବେ ବାହାର ରାଜ୍ୟରୁ ହିନ୍ଦୀ ପରୀକ୍ଷା ପ୍ରମାଣପତ୍ର ମିଳୁଛି। ବି.ଏଡ୍‌. ପ୍ରମାଣପତ୍ର ସଂଖ୍ୟା ସର୍ବାଧିକ ହେଲେ ବି ସମ୍ପୃକ୍ତ ଛାତ୍ରୀଛାତ୍ର ନିଜ ଅନୁଷ୍ଠାନର ଭୌଗୋଳିକ ସ୍ଥିତି ବା ଯାତାୟାତ ମାର୍ଗ ଜାଣି ନ ଥିବା ତଦନ୍ତରୁ ସ୍ପଷ୍ଟ ହେବ। ଏମାନଙ୍କର ଦକ୍ଷତା ଓଟିଇଟି ପରୀକ୍ଷାର ପନ୍ଦର ଶତାଂଶ ସଫଳତାରୁ ସ୍ପଷ୍ଟ ହେଉଛି।
ଜଣେ ଦକ୍ଷ ଶିକ୍ଷକ ହିଁ ସୁଶିକ୍ଷିତ ଛାତ୍ର ସୃଷ୍ଟିକରେ, ଯାହାକି ଆନୁଗତ୍ୟ, ଆନ୍ଦୋଳନ, ଦାପ୍ତରିକ ଅନୀତି, ରାଜନୈତିକ ଛତ୍ର, ନ୍ୟାୟାଳୟ ବା ଅର୍ଥ ବିନିମୟରେ ପ୍ରମାଣପତ୍ରରେ ନିଯୁକ୍ତ ଶିକ୍ଷକଙ୍କ ଦ୍ୱାରା ସମ୍ଭବ ନୁହେଁ। ଏକରୁ ପଚିଶ ପର୍ଯ୍ୟନ୍ତ ଅନର୍ଗଳ ପଣିକିଆ କହିବାରେ ଅନେକ ଗୁରୁ ଅସମର୍ଥ ହେଲେ ତାଙ୍କ ଛାତ୍ର ନବମ ଶ୍ରେଣୀରେ ଶୁଦ୍ଧ ବାକ୍ୟ ଲେଖିବେ କିପରି ଏବଂ ଶିକ୍ଷାରେ ଦକ୍ଷତା ଆସିବ କିପରି?
୧୧୩, ଗୁଣ୍ଡିଚାବିହାର, ସର୍ବୋଦୟନଗର, ପୁରୀ, ମୋ-୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri