ଶିକ୍ଷକ ସ୍ବାମୀକୁ ଲଣ୍ଡା, ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଲେ; ଲଜ୍ଜାରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର, ୨ା୬(ବ୍ୟୁରୋ)- ଜଣେ ଶିକ୍ଷକଙ୍କୁ ଲୋକେ ଲଣ୍ଡା କରିବା ସହ ତାଙ୍କ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଉଲଗ୍ନ କରି ବୁଲାଇଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧିରୁକିଟି ବସ୍ତିରେ କିଛିଦିନ ତଳେ ଘଟିଥିବା ଏହି ସ୍ପର୍ଶକାତର ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି। ବସ୍ତିର କେତେଜଣ ଲୋକ ଏପରି କାଣ୍ଡ ଘଟାଇଛନ୍ତି। ଅନ୍ୟପକ୍ଷରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଉକ୍ତ ଶିକ୍ଷକଙ୍କୁ ଗିରଫ କରି ଜେଲ୍‌ ପଠାଇଦେଇଥିବାବେଳେ ଭିଡିଓ ଭାଇରାଲ ଯୋଗୁ ଶିକ୍ଷୟିତ୍ରୀ ଜଣକ ଲୋକଲଜ୍ଜାରେ ମାନସିକ ଭାରସାମ୍ୟ ହରାଇଛନ୍ତି। ଏପରି କି ସେ ଶନିବାର ମଧ୍ୟାହ୍ନରେ ବସ୍ତି ନିକଟ ଟ୍ରେନ୍‌ ଲାଇନ ଉପରେ ଠିଆ ହୋଇ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।

ଶିକ୍ଷୟିତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି। କିନ୍ତୁ ପୋଲିସ ଏହାକୁ ଗୁରୁତ୍ୱ ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି। ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ସେ ଓ ତାଙ୍କ ସ୍ବାମୀ ଧିରୁକୁଟି ସାହିରେ ଏକ କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ପାଠ ପଢାନ୍ତି। ଗତ ୨୮ ତାରିଖରେ ତାଙ୍କ ସ୍ବାମୀ ବାକିଥିବା ୭ ହଜାର ଟଙ୍କା ଆଣିବାକୁ ଜଣେ ଛାତ୍ରୀଙ୍କ ଘରକୁ ଯାଇଥିଲେ। ବାକି ଟଙ୍କାକୁ ନେଇ ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଛାତ୍ରୀଙ୍କୁ ଶିକ୍ଷକ ଜଣକ ଅସଦାଚରଣ କରିଥିବା ନେଇ ତାଙ୍କ ପରିବାର ଲୋକେ ବାହାରେ ହାଲ୍ଲା କରିଥିଲେ। ଫଳରେ ବସ୍ତିର କେତେଜଣ ଲୋକେ ଉତ୍ତ୍ୟକ୍ତ ହୋଇ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଲଣ୍ଡା କରି ବୁଲାଇଥିଲେ। ଏକଥା ଶୁଣି ତାଙ୍କ ସ୍ତ୍ରୀ ସେଠାରେ ପହଞ୍ଚତ୍ ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ମଧ୍ୟ ଉଲଗ୍ନ କରାଯାଇ ମାଡ଼ ମରାଯାଇଥିଲା। ପୋଲିସ ସେଠାରେ ପହଞ୍ଚତ୍ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। କିନ୍ତୁ ଛାତ୍ରୀଙ୍କ ପରିବାର ଲୋକେ ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିବାରୁ ତାଙ୍କୁ ପୋଲିସ ୨୯ ତାରିଖରେ ଗିରଫ କରିଥିଲା। ଅନ୍ୟପକ୍ଷରେ ଶିକ୍ଷୟିତ୍ରୀଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ଉଲଗ୍ନ କରି ଅସଦାରଚଣ କରାଯିବାର ଭିଡିଓ ପ୍ରଘଟ ହୋଇଥିଲେ ମଧ୍ୟ ପୋଲିସ ନୀରବଦ୍ରଷ୍ଟା ସାଜିଛି ବୋଲି ସେ କହିଛନ୍ତି।

ଏ ସଂକ୍ରାନ୍ତରେ ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ର ନାଥ ସେଠୀଙ୍କୁ ପଚାରିବାରୁ ସେ କୁହନ୍ତି, ପ୍ରାଥମିକ ତଦନ୍ତରୁ ଆମେ ଶିକ୍ଷକଙ୍କୁ ଗିରଫ କରିଛୁ। ଶିକ୍ଷକଙ୍କୁ ଲଣ୍ଡା କରିବା ନେଇ ଆଉ ଏକ ମାମଲା ହୋଇଛି। କିନ୍ତୁ ଭାଇରାଲ ଭିଡିଓ ବିଷୟରେ ଆମ ପାଖରେ କୌଣସି ତଥ୍ୟ ନାହିଁ। ଅଭିଯୋଗର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଯାଉଛି ଧନ, ମୋତେ ଭୁଲ ବୁଝିବ ନାହିଁ’

ହାଟଡିହୀ,୧୮।୩(ଡି.ଏନ୍‌.ଏ.): ‘ମୋ’ ଦୁଇ ଭଉଣୀ ମୋ’ କଥାରେ ରାଜି ହେଲେ ନାହିଁ । ତେଣୁ ମୋ ଦେହ,ମନ ଭଲ ରହିଲା ନାହିଁ । ସେଥିପାଇଁ ଆତ୍ମହତ୍ୟା...

ପୁରୁଣା କାନ୍ଥରେ ନୂଆ ସ୍ମାର୍ଟ କ୍ଲାସ୍‌ରୁମ୍‌

ଯାଜପୁର ଅଫିସ,୨୧ା୯:ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି) ପାଣ୍ଠିରେ ଖର୍ଚ୍ଚ ହେଉଥିବା ମୋ ସ୍କୁଲ ଅଭିଯାନରେ ବ୍ୟାପକ ଅନିୟମିତତା ହେଉଥିବା...

ବିଜେଡିକୁ ଭୟ କ୍ରସ୍‌ ଭୋଟିଂ

ବାହାନଗା, ୮ା୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ଆରମ୍ଭ ହୋଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରସ୍ତୁତି। ଆସନ୍ତା ୧୨ ତାରିଖରେ ହେବ...

ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଣଦେଖା

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ପୌରସଂସ୍ଥାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମାନ ଗ୍ରାଚ୍ୟୁଇଟି ଟଙ୍କା ପ୍ରଦାନ କରାଯାଉ ନାହିଁ। ଅନ୍ୟ ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଗ୍ରାଚ୍ୟୁଇଟି ପରିମାଣ ତୁଳନାରେ...

ଚିକିଟି ଏନ୍‌ଏସିର ୫ ଓ୍ବାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌

ଚିକିଟି,୨୪ା୬(ଡି.ଏନ.ଏ.)- ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୫ ଓ୍ବାର୍ଡକୁ ମଙ୍ଗଳବାର ଜିଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ୧୨ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିର...

୬୦ ହଜାର ଟଙ୍କା ପାଇଁ ବନ୍ଧାପଡ଼ିିଲା ମୃତଦେହ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ। ଏହାର ସୁଯୋଗ ନେଇ କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ପ୍ରଥମେ ରୋଗୀର ଅବସ୍ଥା...

ଯୁବକଙ୍କୁ କାବୁ କରିବାକୁ ଯାଇ ଆଇଆଇସିଙ୍କ ଗୋଡ଼ ଭାଙ୍ଗିଲା

ପାଟଣା,୨ା୨(ସ୍ବ.ପ୍ର.): କୁରାଢ଼ି ଧରି ଉତ୍ପାତ କରୁଥିବା ଜଣେ ଯୁବକଙ୍କୁ କାବୁ କରିବାକୁ ଯାଇ କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ରାଜେନ୍ଦ୍ର ସ୍ବାଇଁ ଆହତ ହୋଇଛନ୍ତି।...

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଗଲା

ଫୁଲବାଣୀ ଅଫିସ,୯।୬: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକର ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପଟାଙ୍ଗି ପଞ୍ଚାୟତର ପଦାସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।...

Advertisement
Archives

Model This Week