ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗଁ।, ୬।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ପଞ୍ଚାୟତ ହାତୀମୁଣ୍ଡାର ତାମାଙ୍ଗି ସରକାରୀ ଉଚ୍ଚ ବିଦ୍ୟାଳୟ ଫାଟକରେ ବୁଧବାର ତାଲା ପକାଇ ଆନ୍ଦୋଳନ ଚଳାଇଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ। ଶିକ୍ଷକ ପଦବୀ ପୂରଣ ସହ ବିଦ୍ୟାଳୟରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଧାରଣାରେ ବସିଛନ୍ତି। ମହାତ୍ମା ଗାନ୍ଧୀ ଏବଂ ଡ. ଆମ୍ବେଡକରଙ୍କ ଫଟୋଚିତ୍ର ରଖି ବିକ୍ଷୋଭ ଚାଲିଛି। ବର୍ଷା ସତ୍ତ୍ୱେ ମଧ୍ୟ ଧାରଣା ଜାରି ରହିଛି। ଖବର ଲେଖାହେବା ସୁଦ୍ଧା ପ୍ରଶାସନ ପହଞ୍ଚତ୍ ନାହିଁ।
ତାମାଙ୍ଗି ବିଦ୍ୟାଳୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ମୋଟ ୧୫୭ ଜଣ ଛାତ୍ରୀଛାତ୍ର ରହିଛନ୍ତି। ମାତ୍ର ୪ଟି କ୍ଲାସରୁମ୍‌ ରହିଥିବାବେଳେ, ପ୍ରଧାନ ଶିକ୍ଷକ ଭାବେ ଜଣେ ଶିକ୍ଷାସହାୟକ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ମିଶାଇ ୬ ଜଣ ଶିକ୍ଷକ ୧୦ଟି ଶ୍ରେଣୀକୁ ପାଠପଢ଼ାଉଛନ୍ତି। ବୁଧବାର ସୁଦ୍ଧା ସମସ୍ୟା ସମାଧାନ ପାଇଁ ଅଞ୍ଚଳବାସୀ ଡେଡ୍‌ଲାଇନ୍‌ ଦେଇଥିଲେ। ଏହାପୂରଣ ପରେ ଧାରଣାକୁ ଓହ୍ଲାଇଛନ୍ତି। ପ୍ରମୁଖ ଦାବି ଗୁଡିକ ମଧ୍ୟରେ ରହିଛି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ, ଶ୍ରେଣୀଗୃହ, ପାଚେରି, ଖେଳପଡ଼ିଆ ନିର୍ମାଣ ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ପ୍ରଦାନ ବ୍ୟବସ୍ଥା କରିବା। ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିଭାବକ କମିଟି ଦାବି ପୂରଣ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ବହୁବାର ଅଭିଯୋଗ କରିଥିଲେ। ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପଦକ୍ଷେପ ନେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୨୦୧୮ ନଭେମ୍ବର ୬ରେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଶିକ୍ଷକ ପଦବୀ ପୂରଣ ବଦଳରେ ଏଠାରୁ ଅନ୍ୟତ୍ର ବଦଳି କରିଦିଆଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ୨୦୧୫ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ଘୋଷଣା କରାଗଲା। ପୂର୍ବରୁ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ରହିଥିବାବେଳେ ପରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଖୋଲାଗଲା। ମାତ୍ର ଶିକ୍ଷକ ନିଯୁକ୍ତି ହେଲେନାହିଁ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ହିଁ ନବମ ଏବଂ ଦଶମ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଫଳରେ ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ବିଜ୍ଞାନ, ଗଣିତ, ଇଂଲିଶ, ସଂସ୍କୃତ, ହିନ୍ଦୀ, ଖେଳ ଶିକ୍ଷକ ଶୀଘ୍ର ନିଯୁକ୍ତି ପାଇଁ ପ୍ଲାକାର୍ଡ ଧରି ଦାବି ଜଣାଇଛନ୍ତି। ବୁଧବାର ବର୍ଷା ଲାଗିରହିଥିଲେ ମଧ୍ୟ ଆନ୍ଦୋଳନ ଜାରି ରହିଛି। ଖବର ଲେଖାଯିବା ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିବାରୁ ଉତ୍ତେଜନା ଦେଖାଦେଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପୂର୍ବତନ ସମିତିସଭ୍ୟ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉପେନ୍ଦ୍ର ବଳିଆର ସିଂ କହିଛନ୍ତି।
ଏନେଇ ବିଇଓ ବ୍ରହ୍ମାନନ୍ଦ ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏବେ ତାମାଙ୍ଗି ହାଇସ୍କୁଲ ପାଇଁ ଶିକ୍ଷକ ପଦବୀ ପୂରଣ କରିବା ସମ୍ଭବ ନୁହେଁ। ଆବଶ୍ୟକ ପବଦୀ ପୂରଣ ପାଇଁ ଶିକ୍ଷକ ଅଭାବ ରହିଛି। ଉକ୍ତ ବିଦ୍ୟାଳୟର ୨ ଜଣ ଶିକ୍ଷକ ଅନ୍‌ଲାଇନରେ ବଦଳି ପାଇଁ ଆବେଦନ କରିଥିଲେ। ତାଙ୍କ ବଦଳି ପରେ ସେଠାରେ ଦୁଇଜଣ ଏମ୍‌ଏ (ଏମ୍‌ଇଡି) ଶିକ୍ଷକଙ୍କୁ ଦିଆଯାଇଛି। ସେମାନେ ହିଁ ଏବେ ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ପଢ଼ାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ହାତ ମୁଠା ଶକ୍ତ କର, ସବୁ ଯୋଜନାର ଫାଇଦା ନିଅ

ଦାରିଙ୍ଗବାଡ଼ି,୨୫।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ମା’ ପାଟ୍ଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ଭାଜପାର ଦାରିଙ୍ଗବାଡି ମଣ୍ଡଳ କର୍ମକର୍ତ୍ତାଙ୍କ ସାଙ୍ଗଠନିକ ବୈଠକ...

ଜି.ଉଦୟଗିରିରେ ୧୦ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୧୪ା୧୧(ଡି.ଏନ.ଏ.): କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରବିବାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସକୁ ହ୍ରାସ ପାଇଛି। ସ୍ଥାନୀୟ କୃଷି ଗବେଷଣା...

ପୁଣି ପୋଷ୍ଟର ଜାରି କଲେ ମାଓବାଦୀ, ଭୋଟ ବର୍ଜନ ପାଇଁ ଆହ୍ବାନ

ବାଲିଗୁଡ଼ା,୧୨ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓବାଦୀ ସଙ୍ଗଠନ କନ୍ଧମାଳ ଜିଲାରେ ସେତିକି ସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି। ଶନିବାର ପୁଣି...

ଲକ୍ଷ୍ମୀବଜାର, ବରାଳିନୀ ସାହିରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌

ଜି.ଉଦୟଗିରି,୨୧ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ ଗୁରୁବାର କଣ୍ଟେନମେଣ୍ଟ ଜୋନ୍‌କୁ ଉଠାଇ ଦିଆଯାଇଛି। ଏଥିସହିତ ବରାଳିନୀ...

କଲଭର୍ଟ ଦବିଲା, ଯାତାୟାତ ବାଧାପ୍ରାପ୍ତ

ଖଜୁରିପଡ଼ା,୨୦ା୧୧(ଡି.ଏନ.ଏ.)- ଖଜୁରିପଡା ବ୍ଲକ ବଲସକୁମ୍ପା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଖଲିଗୁଡ୍ରି ଗ୍ରାମକୁ ବଲସକୁମ୍ପାଠାରୁ ଟୁକୁଲପଡ଼ା ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ ବିଭିନ୍ନ କାର୍ଯ୍ୟରେ ପଞ୍ଚାୟତ କିମ୍ବା...

ପୁଣି ଭାସିଗଲା ଅସ୍ଥାୟୀ କଲଭର୍ଟ

ରାଇକିଆ,୨୦ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ାଠାରେ ଥିବା ଅସ୍ଥାୟୀ ପୋଲ ଉପରେ ପୁଣି ବର୍ଷା ପାଣି ପ୍ରବାହିତ ହେବାରୁ ରାଇକିଆ-ଦାରିଙ୍ଗିବାଡ଼ି ରାସ୍ତାରେ ଯାତାୟାତ ବନ୍ଦ...

ଲୋକଙ୍କ ସମସ୍ୟା ବୁଝିଲେ ଗୃହ ବିଭାଗ ପ୍ରମୁଖ ସଚିବ

ଜି.ଉଦୟଗିରି,୧୧ା୧୨(ଡି.ଏନ.ଏ.)-ଗୃହ ବିଭାଗର ପ୍ରମୁଖ ସଚିବ ତଥା କନ୍ଧମାଳ ଜିଲା ନୋଡାଲ ଅଫିସର ସଞ୍ଜୀବ ଚୋପ୍ରା ମଙ୍ଗଳବାର ଜି.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତକରି ଲୋକଙ୍କ ସମସ୍ୟା...

ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ଚାଲିଗଲା ଶିଶୁପୁତ୍ରଙ୍କ ଜୀବନ

କୋଟଗଡ଼,୩୧।୮(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବାରଖମା ଅଞ୍ଚଳରେ ଏକ କବାଡ଼ି ସାମଗ୍ରୀ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଜଣେ ଶିଶୁ ପୁତ୍ରଙ୍କ...

Advertisement
Archives

Model This Week