ଶିକ୍ଷକ ଅଭାବ ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

ସାକ୍ଷୀଗୋପାଳ,୨୯।୮(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଦାଶବିଦ୍ୟାଧରପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ପ୍ରତିବାଦରେ ଗୁରୁବାର ବିଦ୍ୟାଳୟରେ ତାଲା ପକାଇ ଦିଆଯାଇଛି । ଶିକ୍ଷୟିତ୍ରୀ ମିନତୀ ମିଶ୍ରଙ୍କ ବଦଳି ଆଦେଶ ବାତିଲ ଓ ଦୁଇବର୍ଷ ହେଲା ବିଦ୍ୟାଳୟରେ ଖାଲି ପଡ଼ିଥିବା ବିଜ୍ଞାନ ଶିକ୍ଷକ ଓ କଳା ଶିକ୍ଷକଙ୍କୁ ନିଯୁକ୍ତି ଦାବିରେ ଅଭିଭାବକ, ଶିକ୍ଷା କମିଟିର ସଭ୍ୟାସଭ୍ୟ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। ଫଳରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକମାନେ ଦିନ ତମାମ ଗେଟ୍‌ ସମ୍ମୁଖରେ ବସି ରହିଛନ୍ତି । ବାରମ୍ବାର ବିଭିଗୀୟ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ କରିବାକୁ ଲିଖିତ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା ବୋଲି ଅଭିଭାବକମାନଙ୍କ ସହିତ ସ୍ଥାନୀୟ ସରପଞ୍ଚ ହରିହର ନନ୍ଦ, ଶିକ୍ଷା କମିଟି ସଦସ୍ୟ ରବୀନ୍ଦ୍ର ମୁଦୁଲି ପ୍ରମୁଖ କହିଛନ୍ତି। ଖବରପାଇ ସତ୍ୟବାଦୀ ବ୍ଲକ ସହ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ମିଶ୍ର, ବିଦ୍ୟାଳୟ ସାଧନ କେନ୍ଦ୍ର ସଂଯୋଜକ ରାମଚନ୍ଦ୍ର ଦାଶ ବିଦ୍ୟାଳୟରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୬ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ପ୍ରଧାନଶିକ୍ଷକଙ୍କ ସହିତ ୧୦ଟି ଶ୍ରେଣୀ ପାଇଁ ୮ ଜଣ ଶିକ୍ଷକ ରହିଥିବାବେଳେ ଚଳିତ ୨୭ ତାରିଖରେ ସେମାନଙ୍କ ମଧ୍ୟରୁ ଶିକ୍ଷୟିତ୍ରୀ ମିନତୀ ମିଶ୍ରଙ୍କୁ ବଦଳି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ

ଯୋଡ଼ା,୧୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଖଣିଜ ଚୋରା କାରବାର ଥମିବାର ନାଁ ନେଉନାହିଁ। ଯୋଡ଼ା ଥାନା ତଥା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଠାରେ ଗୁରୁବାର...

ସଂଘବଦ୍ଧ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ

ଦିଗପହଣ୍ଡି,(ଡି.ଏନ.ଏ.)/ପାଟପୁର,୧୧ା୧୨-ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ୨୦୦୪ ଏପ୍ରିଲ ୧୨ ରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତ କିଛିଦିନ...

ଯାଜପୁର: ବ୍ରହ୍ମବରଦାରୁ ଉଠିଲା ସଟ୍‌ଡାଉନ୍‌, ଲକ୍‌ଡାଉନ୍‌ ବଳବତ୍ତର; ଖୋଲିଲା କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ

ରସୁଲପୁର,୧୩ା୪(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମବରଦା ଅଞ୍ଚଳର ୩କିମି...

କାନ୍ଥ ଧସି ୧ ମୃତ, ୨ ଆହତ

ସମ୍ବଲପୁର, ୧୩।୯(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ମାଲିପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଘରର କାନ୍ଥ ଧସି ଜଣଙ୍କ ମୃତ୍ୟୁ...

ଘରକୁ ଫେରୁଥିଲେ, ସଙ୍ଗରୋଧ କେନ୍ଦ୍ରକୁ ଗଲେ

ବାମରା,୨୮।୪(ଡି.ଏନ.ଏ): ଓଡ଼ିଶାରେ ଥିବା ବାହ୍ୟ ରାଜ୍ୟ ଶ୍ରମିକଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇ ରାଜ୍ୟ ଛାଡି ନ ଯିବା ପାଇଁ...

ବଲାଙ୍ଗୀରରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ସ୍ଥାପନ ଯୋଜନା

ବଲାଙ୍ଗୀର ଅଫିସ, ୧୩ା୧୧ – ବଲାଙ୍ଗୀର ଜିଲା ତୁଷରା ତହସିଲ ଅନ୍ତର୍ଗତ ପେଣ୍ଡିମୁଣ୍ଡା ନିକଟ ତେଲନଦୀ କୂଳରେ ବିଶ୍ୱର ସର୍ବୋଚ୍ଚ ବାଲୁକା କଳା ନିର୍ମାଣ କରାଯିବାର...

୧୧ଲକ୍ଷ ୩୫ ହଜାର ଭତ୍ତା ଟଙ୍କା ଲୁଟ୍‌ ଘଟଣା: ୪ ଅଭିଯୁକ୍ତ ଗିରଫ, ୪ଲକ୍ଷ ଉଦ୍ଧାର

ସୁନ୍ଦରଗଡ଼/କୁଆଁରମୁଣ୍ଡା, ୧୨।୧୨ (ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ୫ଟି ପଞ୍ଚାୟତର ୧୧ଲକ୍ଷ ୩୫ ହଜାର ଭତ୍ତା ଟଙ୍କା...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଧାମନଗର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆ ଗ୍ରାମର ରବିନ୍ଦ୍ର ବେହେରା(୨୨)ଙ୍କର ମୃତଦେହ ନିକଟସ୍ଥ ପୋଖରୀରୁ ବୁଧବାର ସକାଳେ ଉଦ୍ଧାର ହୋଇଛି। ମଙ୍ଗଳବାର ରାତିରୁ ରବିନ୍ଦ୍ର ନିଖୋଜ...

Advertisement
Archives

Model This Week