ଶିକ୍ଷକଙ୍କ ଉପରେ ମରଣାନ୍ତକ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ: ମିଳିତମଞ୍ଚ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କ ପ୍ରତି ହୋଇଥିବା ମରଣାନ୍ତକ ଆକ୍ରମଣକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପ୍ରତିବାଦ କରିଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ମିଳିତ ମଞ୍ଚର ଆବାହକ ଗୋଲକ ନାୟକ, ପବିତ୍ର ମହଲା ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଆକ୍ରମଣ ଘଟଣା ଉପରେ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ର ଲାଠୋର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଏହି ଘଟଣା ଘଟିଛି। ସ୍ଥାନୀୟ ସରପଞ୍ଚ ପ୍ରବୀଣ କୁମାର ଅଗ୍ରଓ୍ବାଲ କ୍ୱାରାଣ୍ଟାଇନ୍‌ ସେଣ୍ଟର ଦାୟିତ୍ୱରେ ଥିବା ଶିକ୍ଷକ ନାରାୟଣ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଶିକ୍ଷକମାନେ ନିଷ୍ଠା ତଥା ନିଃସ୍ବାର୍ଥପର ଭାବେ ରାଜ୍ୟ ସରକାରଙ୍କୁ କୋଭିଡ୍‌-୧୯ର ମୁକାବିଲା କରିବାରେ ସହଯୋଗ କରୁଛନ୍ତି। ହେଲେ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ରାଜନେତାମାନେ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ସ୍ଥାନରେ ମରଣାନ୍ତକ ଆକ୍ରମଣ କରିଥିବା ନଜରକୁ ଆସୁଛି। ତେଣୁ ଏନେଇ ରାଜ୍ୟ ସରକାର କୌଣସି ଦୃଢ଼ ପଦକ୍ଷେପ ନ ନେଲେ ମିଳିତମଞ୍ଚ ପକ୍ଷରୁ ଏନେଇ ଦୃଢ଼ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପହାର ଲୋଭରେ ୧.୨୫ ଲକ୍ଷ ହରାଇଲେ ମହିଳା

ଭୁବନେଶ୍ୱର,୧୦।୫ (ବ୍ୟୁରୋ):ଉପହାର ପାଇବା ଆଶାରେ ୧ଲକ୍ଷ ୨୫ହଜାର ହରାଇଛନ୍ତି ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳର ଜଣେ ମହିଳା। ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ...

ରାଜ୍ୟରୁ ପୁଣି ୬୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୭।୭ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୦ ଜଣଙ୍କ ଜୀବନ...

୩୫ ବର୍ଷରେ ଚୋରି କରିଥିଲେ ୫ କୋଟି ଟଙ୍କା

ଭୁବନେଶ୍ୱର,୫।୧୦(ବ୍ୟୁରୋ): ଚୋରି କରିବା ଥିଲା ନିଶା, ଆଉ ପେସା। ବାରମ୍ବାର ଚୋରି କରି ଗିରଫ ହେଉଥିଲେ, ଜେଲ ବି ଯାଉଥିଲେ। ହେଲେ ଜେଲରୁ ବାହାରିବା ପରେ...

ଆସିବ ସବ-ଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟ ସରକାର ଆଜି କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିରେ ରଜ୍ୟରେ ସବ-ଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆଣିବାକୁ ନିଷ୍ପତ୍ତି...

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି।...

ଜମିରୁ ମହିଳାଙ୍କଠାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ମହାକାଳପଡ଼ା,୨୯ା୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଳାଇଲୋ ଗ୍ରାମ ଚାଷ ଜମି ମଝି ରାସ୍ତାରୁ ଗୁରୁବାର ଜଣେ ମହିଳାଙ୍କଠାରୁ ସଦ୍ୟ ନବଜାତ ଶିଶୁକନ୍ୟାକୁ ଗାଁର ଦୁଇଜଣ...

କଟକଣା ମାନୁନାହାନ୍ତି ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ା ଅଫିସ,୨୮ା୧୧: ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପାଇଁ ଗତ ନଭେମ୍ବର ପହିଲାରୁ ଆସନ୍ତା ୨୦୨୨ ମେ ଶେଷ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ କଟକଣା...

Advertisement
Archives

Model This Week