ଶିକୁଳିବନ୍ଧା ଜୀବନ କାଟୁଛନ୍ତି ୨ ମହିଳା

କୁନ୍ଦୁରା,୧୯।୧୧(ଡି.ଏନ୍‌.ଏ.)କୁନ୍ଦୁରା ବ୍ଲକ ଚେଣ୍ଡିଆ ଝିଲିଗାଁର ପଦ୍ମା ପରଜା (୨୬) ଓ ବଡ଼ ଝିଲିଗଁାର ରାଧା ପରଜା (୨୮)। ଏହି ୨ ମହିଳା ମାନସିକ ଭାବେ ଅସୁସ୍ଥ ଥାଇ ଗତ ୩/୪ ବର୍ଷ ହେବ ଶିକୁଳିବନ୍ଧା ଜୀବନ କାଟୁଛନ୍ତି। ପଦ୍ମା ୪ ବର୍ଷ ତଳୁ ମାନସିକ ଅସୁସ୍ଥ ଥାଇ କୁନ୍ଦୁରାର ସାରଗଗୁଡ଼ା ଅଞ୍ଚଳରେ ଏଣେତେଣେ ବୁଲୁଥିଲେ। ଯେତିକି ସମ୍ବଳ ଥିଲା, ସେଥିରେ ଆଖପାଖ ଡାକ୍ତରଖାନାରେ ଚିକିତ୍ସା କଲୁ। କିନ୍ତୁ ଆଉ ପାରିଲୁନି। କେତେବେଳେ କେଉଁ ଅସାମାଜିକ ହାବୁଡ଼ରେ ପଡ଼ିଯିବ, ସେଇ ଆଶଙ୍କାରେ ବାଧ୍ୟହୋଇ ଝିଅକୁ ଶିକୁଳିରେ ବାନ୍ଧି ରଖିଛୁ ବୋଲି କହିଛନ୍ତି ପଦ୍ମାଙ୍କ ମା’ ବୈଦି ପରଜା ଓ ଦାଦା ଭକତ ରାମ ପରଜା। ସେହିଭଳି ବଡ଼ଝିଲିଗାଁର ରାଧା ମଧ୍ୟ ମାନସିକ ଅସୁସ୍ଥ ହୋଇ ପରିବାର ଉପରେ ନିର୍ଭରଶୀଳ ରହିଛନ୍ତି। ୨୦୧୫ରେ ମା’ ବାପା ତାଙ୍କର ବିବାହ ବାଣୁଆଗୁଡ଼ା ପଞ୍ଚାୟତ ମୁଣ୍ଡାରିଗୁଡ଼ା ଗ୍ରାମର କୃଷ୍ଣ ପରଜାଙ୍କ ସହ କରାଇଥିଲେ ା ୨ ବର୍ଷ ସଂସାର କଲାପରେ ହଠାତ୍‌ ସେ ଘରେ ନ ରହି ବୁଲିବା ଓ ମନକୁ ମନ କହି ହସିବାକୁ ଲାଗିଲେ। ସ୍ବାମୀ ଶ୍ୱଶୁର ଯେତିକି ଚିକିତ୍ସା କରିବା କଥା କଲେ, କିନ୍ତୁ ପରେ ରାଧାଙ୍କୁ ତାଙ୍କ ବାପା ଗୋରା ପରଜାଙ୍କ ପାଖରେ ଛାଡ଼ିଦେଇ ଗଲେ। ଗୋରା ଅଳଙ୍କାର ବିକି ଝିଅର ଯଥାସମ୍ଭବ ଚିକିତ୍ସା କଲେ। କିନ୍ତୁ କିଛି ଫଳ ନ ହେବାରୁ ଝିଅକୁ ଶିକୁଳିରେ ବାନ୍ଧି ରଖିଛନ୍ତି। ରାଧାଙ୍କ ବାପା, ମା’, ଦାଦା ସମସ୍ତେ ଅତି ଗରିବ, କୁଲି ମଜୁରି କରି ଚଳନ୍ତି ା ତେଣୁ ଅଧିକ ଚିକିତ୍ସା ଦେଇାରୁ ନାହାନ୍ତି। ଏନେଇ କୁନ୍ଦୁରା ଭାରପ୍ରାପ୍ତ ବିଡିଓ ମାଧୁରୀ ଆଚାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏଯାବତ୍‌ ଏହି ଘଟଣା ଆମ ନଜରକୁ ଆସି ନ ଥିଲା ା ସରକାରଙ୍କ ନିୟମାନୁସାରେ ଯାହା ସହାୟତା ଦେଇହେବ ସେ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

ବିଜେଡି-କଂଗ୍ରେସ ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା: ମନମୋହନ ଦେଲେ ଏମିତି ପରାମର୍ଶ

ଭୁବନେଶ୍ୱର,୧୫।୪(ସୁନିତ୍‌ ମିଶ୍ର):୨୦୨୭ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ଏଥିଲାଗି ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ଆସନ ସଂରକ୍ଷଣ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ…

ଆହୁରି ବଢ଼ିବ ତାତି: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୫।୪ (ବନ୍ଦନା ସେଠୀ): ରାଜ୍ୟରେ ଆହୁରି ବଢିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ସେହିପରି ଆସନ୍ତା ୬ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗିରହିବ। ଦିନର…

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri