Posted inଜାତୀୟ

ଶାହିନ ବାଗ୍‌ରେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ: ପୋଲିସ ଅଯଥା ବନ୍ଦ କରିଛି ରାସ୍ତା; ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ,୨୩।୨: ଶାହିନ ବାଗ୍‌ରେ ୨ ମାସରୁ ଅଧିକ ଦିନ ଧରି ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରଦର୍ଶନ ଜାରି ରହିଛି। ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପ୍ରଦର୍ଶନକାରୀଙ୍କ ସହିତ କଥାବାର୍ତ୍ତା ହେବା ସହିତ ସମାଧାନର ପଥ ବାହାର କରିବା ପାଇଁ ନିଯୁକ୍ତ କରାଯାଇଥିବା ଓ୍ବଜାହତ୍‌ ହବିବୁଲ୍ଲା ରାସ୍ତା ବନ୍ଦ ନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ,ଶାହିନ ବାଗ୍‌ରେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ରହିଛି। ତେବେ ପୋଲିସ ପକ୍ଷରୁ ଅଯଥା ରାସ୍ତା ବନ୍ଦ କରାଯାଇଛି। ପୋଲିସ ଏହି ଅଞ୍ଚଳର ୫ଟି ସ୍ଥାନରେ ରାସ୍ତା ଅବରୋଧ କରିଥିବା ସତ୍ୟପାଠରେ ଉଲ୍ଲେଖ ହୋଇଛି। କେବଳ ସ୍କୁଲ ବସ୍‌ ଓ ଆମ୍ବୁଲାନ୍ସ୍‌କୁ ଯାଞ୍ଚ୍‌ ପରେ ଯିବାକୁ ଅନୁମତି ଦିଆଯାଉଥିବା ଏଥିରେ ଦର୍ଶାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ବହିବୁଲ୍ଲା ଶାହିନ ବାଗ୍‌ରେ ଲୋକଙ୍କ ସହିତ କଥାହୋଇ ସତ୍ୟପାଠ ସଂଗ୍ରହ କରିଛନ୍ତି। ସୂଚନାଯୋଗ୍ୟ, ହବିବୁଲ୍ଲା ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର। ସେ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଆୟୋଗର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରଗ୍ସ ମାମଲା: କମେଡିଆନ ଭାରତି ସିଂଙ୍କ ଫ୍ଲାଟରୁ ମିଳିଲା ଗଞ୍ଜେଇ!

ମୁମ୍ବାଇ,୨୧ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଯାଞ୍ଚ ଜାରି ରଖିଛି । ଏଥିରେ ଜଣକ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ...

ବିନା ପକ୍ଷପାତରେ ସହାୟତା ଦିଅ

ନାଗପୁର,୨୭ା୪(ପି.ଟି.): ଦେଶ କରୋନା ମହାମାରୀର ସମ୍ମୁଖୀନ ହୋଇଥିବାବେଳେ ପରିସ୍ଥିତିର ସୁଯୋଗ ନେବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରସ୍ବାର୍ଥ ବିରୋଧୀ ଶକ୍ତିକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ...

ଆଇନ ମନ୍ତ୍ରୀଙ୍କଠାରୁ ଦାୟିତ୍ୱ ଛଡ଼ାଇ ନେଲେ ନୀତୀଶ…

ପାଟନା,୩୧।୮ : ବିହାରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପହରଣ ଅଭିଯୋଗରେ ଘେରି ରହିଥିବା କାର୍ତ୍ତିକେୟ ସିଂଙ୍କ ଠାରୁ ଆଇନ ମନ୍ତ୍ରଣାଳୟର...

ଥରିଲା ଜମ୍ମୁକଶ୍ମୀର

ଶ୍ରୀନଗର,୮।୧୧: ଜମ୍ମୁକଶ୍ମୀରର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ସନ୍ଧ୍ୟା ୬.୫୬ରେ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ)...

ଲକ୍‌ ଡାଉନରେ ପ୍ରତି ଘଣ୍ଟାରେ ୯୦ କୋଟି ଟଙ୍କା ରୋଜଗାର କରିଥିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ, ୨୯।୯: ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପ୍ରତି ଘଣ୍ଟାର ରୋଜଗାର ବିଷୟରେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ...

ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୫: ରବିବାର ପ୍ରକାଶ ପାଇଥିବା ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ। ‘ଆମକୁ ବୁଝିବା ଦରକାର ଯେ, ଏକ୍‌ଜିଟ୍‌ ପୋଲ...

୧୦ ବର୍ଷ ପରେ ଜେଲ୍‌ରୁ ବାହାରିଲେ ଉପ ମୁଖ୍ୟମନ୍ତ୍ରୀଙ୍କ ବାପା

ନୂଆଦିଲ୍ଲୀ,୧୦।୨: ପୂର୍ବତନ ଏମ୍‌ପି ଅଜୟ ଏସ୍‌ ଚୌତାଲା ଗୁରୁବାର ଦିଲ୍ଲୀର ତିହାର ଜେଲରୁ ମୁକୁଳିଛନ୍ତି। ତାଙ୍କୁ ଭେଟିବା ପାଇଁ ପୁଅ ତଥା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ...

ଦୁଇ ପଟେ ଘେରି ରହିଛି ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଓ ‘ମହା’: ୫ ରାଜ୍ୟରେ ନଭେମ୍ବର ୮ରୁ ୧୦ ପ୍ରବଳ ବର୍ଷା ସୂଚନା

ନୂଆଦିଲ୍ଲୀ,୬।୧୧: ଦେଶର ଦୁଇ ପଟେ ଦୁଇ ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଓ ‘ମହା’ ଘେରି ରହିଛି। ଏହାର ପ୍ରଭାବରେ ୫ଟି ରାଜ୍ୟରେ ନଭେମ୍ବର ୮ରୁ ୧୦...

Advertisement
Archives

Model This Week