ଶାହିଦଙ୍କୁ ସଫଳ ଅଭିନେତାର ପରିଚୟ ଦେଲା ‘କବିର ସିଂ’

ମୁମ୍ବାଇ: ଅଭିନେତା ଶାହିଦ କପୁରଙ୍କ ଅଭିନୀତ ‘କବିର ସିଂ’ ରିଲିଜର ପ୍ରଥମ ଦିନରେ ହିଁ ୨୦କୋଟି ଟଙ୍କା ଅର୍ଜନ କରିପାରିଛି। ଏହାଦ୍ୱାରା ଶାହିଦ କପୁର ନିଜ କ୍ୟାରିୟରରେ ସବୁଠୁ ବଡ଼ ସଫଳତା ଅର୍ଜନ କରିପାରିଛନ୍ତି। ଫିଲ୍ମ ନିର୍ମାତାଙ୍କ କହିବାନୁଯାୟୀ, କବିର ସିଂ ହେଉଛି ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମେକ୍‌। ଶୁକ୍ରବାର ଏହା ମୁକ୍ତିଲାଭ କରିଥିବାବେଳେ ୨୦.୨୧ କୋଟି ଅର୍ଜନ କରିପାରିଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତବର୍ଷର ଅଳ୍ପ କେତେକ ବକ୍ସ ଅଫିସ ହିଟ୍‌ ଫିଲ୍ମ ସହ ଯୋଡ଼ି ହୋଇପାରିଛି।

ବ୍ୟବସାୟିକ ବିଶ୍ଳେଷକ ତରନ୍‌ ଆଦର୍ଶ ଶନିବାର ଟୁଇଟ୍‌ କରିଛନ୍ତି, ‘କବିର ସିଂ’ ପ୍ରଥମ ଦିନରେ ହିଁ ହିଟ୍‌ ହୋଇଛି। ଏହାଦ୍ୱାରା ଶାହିଦ କପୁରଙ୍କ ସର୍ବୋତ୍ତମ କ୍ୟାରିୟର ଆରମ୍ଭ ହୋଇଛି। ଏହା ମଧ୍ୟ ‘ପଦ୍ମାବତ୍‌’ର ପ୍ରଥମ ଦିନ ରିଲିଜର ଆୟ (୧୯କୋଟି)କୁ ଟପିଯାଇଛି। ୨୦୧୯ରେ ‘ଟୋଟାଲ ଧମାଲ୍‌’ (ଅଣଛୁଟିଦିନ ରିଲିଜ)ର ପ୍ରଥମ ଦିନର ଆୟ (୧୬.୫୦ କୋଟି)କୁ ମଧ୍ୟ ଅତିକ୍ରମ କରିଯାଇଛି। ଫିଲ୍ମ ଦେଖିବାକୁ ତରୁଣ ଦର୍ଶକଙ୍କ ମଧ୍ୟରେ ଅହେତୁକ ଆଗ୍ରହ ବୃଦ୍ଧିପାଇଥିବାରୁ ଏତେଟା ସଫଳତା ମିଳିଥିବା ଆଦର୍ଶ ପ୍ରକାଶ କରିଛନ୍ତି। ତାଙ୍କ କହିବାନୁଯାୟୀ, ଭାରତର ୩,୧୨୩ ପ୍ରେକ୍ଷାଳୟରେ ଏହା ରିଲିଜ ହୋଇଛି।

ମୂଳ ଫିଲ୍ମରେ ଅଭିନେତା ବିଜୟ ଦେବେରକୋଣ୍ଡା ଏବଂ ଅଭିନେତ୍ରୀ ଶାଲିନୀ ପାଣ୍ଡେ ଅଭିନୟ କରିଥିବାବେଳେ ଏହାର ହିନ୍ଦୀ ରିମେକ୍‌ରେ ଅଭିନୟ କରିଛନ୍ତି ଶାହିଦ ଏବଂ କିୟାରା ଆଡଭାନୀ। ‘କବିର ସିଂ’ରେ କବିର (ଶାହିଦ) ଜଣେ ଶେଷବର୍ଷ ମେଡିକାଲ ଛାତ୍ର। ସେ ତାଙ୍କ ଜୁନିୟର ଛାତ୍ରୀ ପ୍ରୀତି (କିୟାରା)ଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଉକ୍ତ ଫିଲ୍ମକୁ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ଭୂଷଣ କୁମାର, ମୁରାଦ ଖେତାନି, କ୍ରିଷନ୍‌ କୁମାର ଏବଂ ଅଶ୍ୱିନ୍‌ ଭାର୍ଦେ।


Enter your email to get our daily news in your inbox.

All Right Reserved By Dharitri.Com

୭୫ ଟଙ୍କା ଥିଲା ପ୍ରଥମ ରୋଜଗାର, ଏବେ ୧୦୦ କୋଟି କ୍ଲବ୍‌ରେ…

ବମ୍ବେ: ଯେତେ ବଡ଼ ସୁପରଷ୍ଟାର ସେତେ ଅଧିକ ପାଉଣା। ହେଲେ ସବୁବେଳେ ସ୍ଥିତି ସମାନ ନ ଥାଏ। ଏଣୁ କଳାକାରମାନେ ନିଜର ପ୍ରଥମ ଦରମାକୁ ଭୁଲିପାରିନଥାନ୍ତି।...

ଇଣ୍ଡିଆନ ଆଇଡଲ ସିଜନ୍‌-୧୩ର ବିଜେତାଙ୍କୁ ଫଲୋ କରନ୍ତି ବିରାଟ କୋହଲି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହୋଉଥିବା ଇଣ୍ଡିଆନ ଆଇଡଲ ସିଜନ୍‌-୧୩ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। ୟୁପିର ଋଷି ସିଂ ସିଜନ୍‌-୧୩ର ବିଜେତା ହୋଇଛନ୍ତି।...

ସୁଶାନ୍ତଙ୍କ ସମ୍ମାନରେ ୩୪୦୦ ପରିବାରଙ୍କୁ ଭୋଜନ ଦେବେ ପ୍ରଗ୍ୟା

ମୁମ୍ବାଇ, ୧୮।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସୁଶାନ୍ତଙ୍କ ସହିତ ଅଭିଷେକଙ୍କ...

ଶ୍ରୀଦେବୀଙ୍କ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଏକାକି ଗଲେ ବୋନି

ମୁମ୍ବାଇ: ବଲିଉଡ୍‌ ଚାନ୍ଦନି ଗର୍ଲ ଶ୍ରୀଦେବୀଙ୍କ ମୃତ୍ୟୁକୁ ୨ ବର୍ଷ ପୂରଣ ହୋଇ ସାରିଛି। ଏଥିପାଇଁ ତାଙ୍କ ଘର ଚେନ୍ନାଇରେ ଏକ ସ୍ବତନ୍ତ୍ର ପ୍ରାର୍ଥନା ସଭାର...

ସିନେମା ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ କିଆରାଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ଦୀର୍ଘ ପାଖାପାଖି ୬ ମାସ ହେବ କରୋନା ମହାମାରୀ ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି ସିନେମା ହଲ୍ । ଏବେ ଅନ୍‌ଲକ୍ ଚାଲିଥିଲେ ବି...

୧୭ ବଲିଉଡ ସେଲିବ୍ରିଟିଙ୍କ ଉପରେ ଇଡ଼ି ନଜର…

ମୁମ୍ବାଇ,୧୬।୯ : ଅନଲାଇନ ବେଟିଂ ପ୍ଲାଟଫର୍ମ ମହାଦେବ ବୁକ ଆପର ପ୍ରମୋଟର ସୌରଭ ଚନ୍ଦ୍ରକର ଚଳିତ ବର୍ଷ ଫେବୃଆରୀରେ ଦୁବାଇରେ ବିବାହ କରିଥିଲେ। ଏହି ବିବାହ...

ମା’ ହେବାକୁ ୧୫ କିଲୋ ଓଜନ ବଢ଼ାଇଲେ କ୍ରିତି

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଫଟୋ। ଏମିତିରେ ବି-ଟାଉନ ତାରକାଙ୍କ ଫଟୋ ଭାଇରାଲ ହେବା କିଛି ନୂଆ କଥା...

କେଜ୍‌ରିଓ୍ବାଲ୍‌ଙ୍କ କାଶକୁ ନେଇ ଏମିତି କହିଦେଲେ ଶତ୍ରୁଘ୍ନ ସିହ୍ନା: ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୬।୫: କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week