Posted inଖେଳ

ଶାସ୍ତ୍ରୀ, ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୧୩।୬(ପି.ଟି.)- ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ଓ ତାଙ୍କ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ଚଳିତ ବିଶ୍ୱକପ୍‌ ପରେ ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି କରାଯାଇଛି। ବିଶ୍ୱକପ୍‌ ପରେ ଏମାନଙ୍କ ଚୁକ୍ତି ଶେଷ ହେବାର କାର୍ଯ୍ୟକ୍ରମ ଥିଲା। ତେବେ କ୍ରିକେଟ ପ୍ରଶାସକ କମିଟି (ସିଓଏ) ଏମାନଙ୍କ କାର୍ଯ୍ୟକାଳକୁ ଆଉ ୪୫ ଦିନକୁ ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସିଓଏ ମୁଖ୍ୟ ବିନୋଦ ରାଏ ବିଶ୍ୱକପ୍‌ରେ ବିଭିନ୍ନ ପଦ ପାଇଁ ସାକ୍ଷାତକାର ନେବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେବସାଇଟ୍‌ରେ ସିଓଏ ତା’ର ବୈଠକ ନେଇ ବିବରଣୀ ଅପ୍‌ଲୋଡ୍‌ କରିଛି।
ବୈଠକରେ ଆଲୋଚନା କରିବାପରେ କାର୍ଯ୍ୟକାଳ ବୃଦ୍ଧି କରିବାକୁ ସିଓଏ ନିଷ୍ପତ୍ତି ନେଇଛି। ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର, ବୋଲିଂ କୋଚ୍‌ ଭାରତ ଅରୁନ ଓ ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧରଙ୍କୁ ନେଇ ଭାରତୀୟ ସପୋର୍ଟ ଷ୍ଟାଫ୍‌ ଗଠିତ। ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିରେ ସପୋର୍ଟଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ତଥା ଚୁକ୍ତି ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଥିଲା। ୨୦୧୭ରେ ଅନିଲ କୁମ୍ବଲେ ପଦରୁ ଓହରିବା ପରେ ଶାସ୍ତ୍ରୀ ଭାରତର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଥିଲେ। ନିଯୁକ୍ତି ବେଳେ ଶାସ୍ତ୍ରୀ ଓ ସପୋର୍ଟ ଷ୍ଟାଫ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧିନେଇ କୌଣସି କ୍ଲଜ ନଥିଲା। ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର-୧୨ରେ ପହଞ୍ଚିଲା ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ,୨୦ା୧୦: ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ...

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ଦ୍ୱିତୀୟ ସ୍ଥାନକୁ ଶେଫାଳୀ ଉଠିଲେ

ଦୁବାଇ,୧୦।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟିଂ ସେନସେଶନ ଶେଫାଳୀ ବର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ...

ପନ୍ତଙ୍କୁ ଓପନିଂ ପଠାଇବାର କାରଣ କହିଲେ ରୋହିତ

ଅହମ୍ମଦାବାଦ,୧୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାଇଁ ରୋହିତ ଶର୍ମାଙ୍କ ସହ ଓପନିଂ କରିବାକୁ ଓହ୍ଲାଇଥିଲେ ରିଷଭ ପନ୍ତ। ଟିମ୍‌ ମ୍ୟାନେଜମେଣ୍ଟର ଏଭଳି ନିଷ୍ପତ୍ତି...

ଧୋନୀଙ୍କୁ ଆଇପିଏଲର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୮।୩- ଭାରତୀୟ କ୍ରିକେଟ ବିଶେଷଜ୍ଞଙ୍କ ମତରେ ଆଇପିଏଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିପାରେ। ମାତ୍ର କରୋନା ଭାଇରସ ଯୋଗୁ...

ଧୋନୀଙ୍କୁ ‘ମିସ୍‌’ କରୁଛନ୍ତି ସାକ୍ଷୀ: କହିଲେ, ତୁମ ଖେଳନା ଆସିଗଲା, ଏବେ ଅପେକ୍ଷା କରିଛି ତୁମକୁ

ରାଞ୍ଚି, ୧୨।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ଏବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଛନ୍ତିି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି...

ଡିସେମ୍ବର ୩ରୁ ଭାରତ-ଅଷ୍ଟ୍ରେଲିଆ ସିରିଜ

ମେଲବୋର୍ନ, ୨୮ା୫(ପି.ଟି.)-  ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୪ଟି ଭେନ୍ୟୁ ଚୂଡ଼ାନ୍ତ କରିଛି। ପ୍ରଥମ ଟେଷ୍ଟ ଡିସେମ୍ବର ୩ରେ ବ୍ରିସବେନଠାରେ ହେବା...

ଆଜି ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ,୪।୯: ଏସିଆ କପ୍‌ ଟି୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ୍‌ ଖେଳିବ ଭାରତ। ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ସୁପର୍‌-୪ରେ ପ୍ରବେଶ...

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ଭାରତରେ ନିଯୁକ୍ତ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ ଲେନାନ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ବିଜ୍‌ନେସ୍‌ (ଏକ୍ସଆଇଏମ୍‌ବି)ସ୍ଥିତ...

Advertisement
Archives

Model This Week