Advertisement
Posted inରାଜ୍ୟ

ଶାସନ୍ଦା ସଂଖ୍ୟାଲଘୁ ବସ୍ତି ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ: କ୍ଷେତ୍ର ପରିଦର୍ଶନ କଲେ ବିଧାୟିକା

ବିଞ୍ଝାରପୁର,୨୨ା୬(ଡି.ଏନ,ଏ): ବିଞ୍ଝାରପୁର ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରଖିବା ପାଇଁ ଶାସନ୍ଦା ଗ୍ରାପର ସଂଖ୍ୟାଲଘୁ ବସ୍ତିର ସୁବିଧା ପାଇଁ କେତେକ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ବିଭାଗୀୟ ଅଧିକାରୀଙ୍କୁ ନେଇ ଗୁରୁବାର ଶାସନ୍ଦା ପଞ୍ଚାୟତ ପରିଦର୍ଶନ କରିଛନ୍ତି। ପଞ୍ଚାୟତବାସୀଙ୍କ ସମସ୍ୟା ଦୂର କରିବା ପାଇଁ ବିଞ୍ଝାରପୁର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ପରିସରରେ ବିଧାୟିକା ମଲ୍ଲିକ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆକ୍ସନ ପ୍ଲାନ କରିଥିବା ଜଣାପଡିଛି। ଶାସନ୍ଦା ପଞ୍ଚାୟତର ସଂଖ୍ୟାଲଘୁ ବସ୍ତିରେ ବର୍ଷାଦିନିଆ ଜଳ ନିଷ୍କାସନ ପାଇଁ ୭ଟି ଡ୍ରେନ, ବନ୍ଧସାହି ଓ ବେହେରାସାହିକୁ ଯାତାୟାତ ପାଇଁ ଅସୁବିଧା ହେଉଥିବାରୁ ସେତୁ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଇଦଗା ପଡିଆ ଢଳେଇ, କଳାଭଉଁରି ନାଳର ପୁନରୁଦ୍ଧାର କାର୍ଯ୍ୟ କରାଯିବ ବୋଲି ଜଣାପଡିଛି। ଅପରାହ୍ନରେ ବିଧାୟିକା ମଲ୍ଲିକ ଅଧିକାରୀଙ୍କ ସହ ଶାସନ୍ଦା ପଞ୍ଚାୟତ ପରିଦର୍ଶନ କରିଥିଲେ। ବିଧାୟିକାଙ୍କ ସମେତ ବିଞ୍ଝାରପୁର ବିଡିଓ ମିନତି ଜଗଦେବ, ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ଜିଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ମିଶ୍ର, ପୂର୍ତ୍ତ ବିଭାଗ ଏସଡିଓ ବିଜ୍ଞରାଜ ଜେନା, କନିଷ୍ଠ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଜେନା, ଜଳ ସମ୍ପଦ ବିଭାଗର ଏସଡିଓ ସତ୍ୟସାଗର ଭୂୟାଁ, କନିଷ୍ଠ ଯନ୍ତ୍ରୀ ନବୀନ କିଶୋର ପାଣିଗ୍ରାହୀ, ଡ୍ରେନେଜ ଏସଡିଓ ଅଧର ପ୍ରସାଦ ଜେନା, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରା, ଆରଡି ବିଭାଗ ଏସଡିଓ ଦୀପ୍ତିପ୍ରସାଦ ସାମଲ, ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ତୃପତ୍ଞ୍ଜଳି ରଥ, ବ୍ଲକ କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ କାମଦେବ ଧଳ, ପୂର୍ବତନ ଉପାଧ୍ୟକ୍ଷା ଅହଲ୍ୟା ସ୍ବାଇଁ, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ନାୟକ, ସ୍ବର୍ଣ୍ଣଲତା ସାମଲ, ମୁରଲୀଧର ବେହେରା, ତାହେର ଅଲ୍ଲି ଖାନ, ସେଖ ନଜିମୁଦ୍ଦିନ, ବୀରେନ୍ଦ୍ର ପଣ୍ଡା, ଅଜୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କାର୍ଯ୍ୟାଳୟରେ ପାସ୍‌ପୋର୍ଟ କେଳେଙ୍କାରୀ: ନକଲି ପାସ୍‌ପୋର୍ଟରେ ସୌଦି ପଳାଇଛନ୍ତି ସନ୍ଦିଗ୍ଧ; ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ଙ୍କ ଲିଙ୍କ୍‌ ସନ୍ଦେହ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଅସଲି ନମ୍ବରରେ ନକଲି ପାସ୍‌ପୋର୍ଟ। ଭୁବନେଶ୍ୱର ପାସ୍‌ପୋର୍ଟ ଅଫିସରେ ହୋଇଛି ଏଭଳି କେଳେଙ୍କାରୀ। ଉକ୍ତ ନକଲି ପାସ୍‌ପୋର୍ଟରେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍‌...

ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)।...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ : ବିଭିନ୍ନ ପ୍ରକଳ୍ପ କଲେ ଉଦ୍‌ଘାଟନ

ଦାରିଙ୍ଗବାଡ଼ି,୧୮।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ସନ୍ଧ୍ୟାରେ ଗସ୍ତ କରି ବୁଧବାର ବିଭିନ୍ନ ବ୍ଲକରେ ଏକାଧିକ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ସେ...

ଗଞ୍ଜାମ ଜିଲା: ଆଜି ବନ୍ଦ ରହିବ ସ୍କୁଲ, ଅଙ୍ଗନଓ୍ବାଡି

ବ୍ରହ୍ମପୁର ଅଫିସ,୬ା୯- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ଦିନତମାମ ବର୍ଷା ଯୋଗୁ ଜିଲାର...

ଫୁଟବଲ ଖେଳବେଳେ ପଡ଼ିଆରେ ବଜ୍ରପାତ: ଚାଲିଗଲା ୨ ଖେଳାଳିଙ୍କ ଜୀବନ

ସୁନ୍ଦରଗଡ଼/ନୂଆଗାଁ,୯।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅଧୀନ କନ୍ଦରକେଲା ପଞ୍ଚାୟତ ବନେଇଲତା ଗ୍ରାମରେ ରବିବାର ଅପରାହ୍ନରେ ଫୁଟବଲ ଟୁର୍ନାମେଣ୍ଟ ଚାଲିଥିବାବେଳେ ବଜ୍ରପାତ ଘଟି ୨ ଖେଳାଳିଙ୍କ...

‘ବିଜୁବାବୁ ଆଙ୍କିଥିଲେ ବିକାଶର ନକ୍ସା’

ଭୁବନେଶ୍ୱର,୫।୩(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶନିବାର ୧୦୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି...

ବରିଷ୍ଠ ନାଗରିକଙ୍କ ପାଇଁ ସବୁ ଜିଲାରେ ହେବ ଫିଜିଓଥେରାପି ସେଣ୍ଟର

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟର ସବୁ ଜିଲାରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ୟୁନିଟ୍‌ କାର୍ଯ୍ୟ କରିବ। ଏଥିସହ ସବୁ ଜିଲାରେ ଫିଜିଓଥେରାପି ସେଣ୍ଟର...

ଓଡ଼ିଶାରେ ସୁସ୍ଥ ହେଲେ ଆଉ ୩,୭୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ): ଓଡ଼ିଶାରେ ଗୁରୁବାର ୩ ହଜାର ୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ...

Advertisement
Archives

Model This Week