ଶହେ କିଲୋମିଟର ବେଳାଭୂମିକୁ ସଫା କଲେ ୧୦ହଜାର ସ୍ବେଚ୍ଛାସେବୀ

ପୁରୀ ଅଫିସ,୨୧।୯: ପୁରୀରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ ହୋଇଛି। ଶନିବାର ଜିଲାର ପ୍ରାୟ ଶହେ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିକୁ ଏକାସାଙ୍ଗରେ ୧୦ହଜାର ସ୍ବେଚ୍ଛାସେବୀ ସଫେଇ କରିଥିବା ଦେଖିବାକୁ ମିଳିଛି। ସକାଳ ୬ରୁ ସାଢେ ୭ଟା ପର୍ଯ୍ୟନ୍ତ ଅରଖକୁଦାଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ସବୁ ବର୍ଗର ଲୋକ ସାମିଲ ହୋଇଥିଲେ। ଏହା ବିଶ୍ୱର ସବୁଠୁ ବୃହତ୍‌ ବେଳାଭୂମି ସଫେଇ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। କେବଳ ପୁରୀ ପୌରସଂସ୍ଥା ଅଧୀନରେ ଥିବା ୭କିଲୋମିଟର ବେଳାଭୂମିକୁ ୧୭ଟି ଜୋନରେ ବିଭକ୍ତ କରାଯାଇ ଏକକାଳୀନ ସଫେଇ କରାଯାଇଥିଲା। ଏହାପରେ ସକାଳ ୮ଟାରେ ରାଜଭବନ ପଛପଟ ବେଳାଭୂମିରେ ସମସ୍ତେ ଏକତ୍ରିତ ହୋଇ ବେଳାଭୂମିକୁ ସଫା ରଖିବା ଲାଗି ଶପଥ ନେଇଥିଲେ। ଏହି ଅବସରରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବଲିଉଡ୍‌ ଅଭିନେତ୍ରୀ ନନ୍ଦିତା ଦାସ, ଅଭିନେତା ବିଦ୍ୟୁତ୍‌ ଜାମୱାଲଙ୍କ ସମେତ ବହୁ ସେଲିବ୍ରିଟି ଯୋଗଦେଇଥିଲେ। ବେଳାଭୂମିକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିଲେ ଅଧିକ ପର୍ଯ୍ୟଟକ ଆସିବେ। ଅଧିକ ପର୍ଯ୍ୟଟକ ଆସିଲେ ରାଜ୍ୟର ଆର୍ଥିକ ମାନଦଣ୍ଡ ଆହୁରି ସୁଦୃଢ଼ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ମିଳୁନି ଖାଦ୍ୟ, ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା

ଦାରିଙ୍ଗବାଡ଼ି,୭ା୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତଃ ବିଭାଗରେ ଚିକିତ୍ସାଧୀନ ରହିଥିବା ରୋଗୀଙ୍କୁ ରୋଷେଇ ଖାଦ୍ୟ ଠିକ୍‌ ସମୟରେ ମିଳୁନାହିଁ। ଗତ ୩ ଦିନ...

କଲଭର୍ଟ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣା,୧୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ନିକଟରେ ଏକ କଲଭର୍ଟ ତଳୁ ଗୁରୁବାର ସକାଳୁ ଜଣେ ଯୁବକଙ୍କ କ୍ଷତ...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଖଇରା, ୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ କରୋନା ମୁକାବିଲାରେ ନିଜକୁ ସମର୍ପିତ କରିଥିବା ଅଧିକାରୀମାନଙ୍କୁ ମଙ୍ଗଳବାର ଆୟୁଷ୍ମାନ ଏବଂ ସୁନ୍ଦର ଓଡିଶାର ମିଳିତ ଆନୁକୂଲ୍ୟରେ ସମ୍ବର୍ଦ୍ଧିତ...

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

କେନ୍ଦୁଝର,୨।୩(ସ୍ବ.ପ୍ର.): ସ୍ଥାନୀୟ ଅତିରିକ୍ତ ଜିଲା ଜଜ ଓ ସ୍ବତନ୍ତ୍ର ଜଜ (ପୋକ୍ସୋ) ଶୁଭଶ୍ରୀ ତ୍ରିପାଠୀ ଏକ ୧୩ ବର୍ଷର ନାବାଳିକା ବଳାତ୍କାର ମାମଲାର ଗୁରୁବାର ଶୁଣାଣି...

ଆକ୍ରାନ୍ତ ପୋଲିସ ଅଧିକାରୀଙ୍କ ସ୍ତ୍ରୀ କରୋନା ପିଜିଟିଭ

କଟକ ଅଫିସ,୩୦।୬: କଟକ ସିଡିଏ ସେକ୍ଟର ୯ରୁ ପୂର୍ବରୁ ଜଣେ ପୋଲିସ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିଲେ। ଫଳରେ ପରିବାର ବର୍ଗଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ...

ବାର୍‌ହା ଫାଶରେ ପଡ଼ି ଯୁବକ ଗୁରୁତର

ଲୋଇସିଂହା,୬।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସିଆଲବାହାଲି ଗାଁରେ ବିଛାଯାଇଥିବା ବାର୍‌ହା ଫାଶରେ ପଡ଼ି ଜଣେ ଯୁବକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ସେ...

ସୁୁନ୍ଦରଗଡ଼ ଜିଲାରେ ୬୭୪ଟି ବୁଥରେ ଚାଲିଛି ମତଦାନ

ସୁନ୍ଦରଗଡ଼,୨୨।୨(ଡି.ଏନ୍‌.ଏ): ସୁନ୍ଦରଗଡ ଜିଲାରେ ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ୨୨ତାରିଖ ଭୋଟ ଗ୍ରହଣ ହେଉଛି। ଏହି ନିର୍ବାଚନରେ ଜିଲାର ହେମଗିର, ଲେଫ୍ରିପଡା ଏବଂ...

ଭଦ୍ରକର ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ: ଜଳିଗଲା ୨୦ ବଖରା

ଭଦ୍ରକ ଅଫିସ,୧୧ା୫: ରବିବାର ବିଳମ୍ବିତ ରାତିରେ ଭଦ୍ରକର ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ୨୦ ବଖରା ଜଳିଯାଇଛି। ଭଦ୍ରକ ପୌରପାଳିକା ଜାନୁଗଞ୍ଜ ବଢିଆ...

Advertisement
Archives

Model This Week