ଶହୀଦ ମେମୋରିଆଲ କ୍ରିକେଟ: ଫିରିଙ୍ଗିଆ, ରାଇକିଆ ବିଜୟୀ

ଫୁଲବାଣୀ ଅଫିସ,୩ା୧- ଫୁଲବାଣୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପୋଲିସ ପଡିଆରେ ଶହୀଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏସ୍‌ପି ପ୍ରତୀକ ଗୀତା ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ମ୍ୟାଚରେ ଫିରିଙ୍ଗିଆ ଟିମ୍‌ ବିପକ୍ଷ ଆର୍‌. ନୂଆଗାଁ ଟିମ୍‌କୁ ହରାଇ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରାଇକିଆ ଦଳ ବିପକ୍ଷ ପୋଲିସ ଟିମ୍‌କୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇଛି। ଆର୍‌.ନୂଆଗାଁ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୧୪୧ ରନ କରିଥିଲା । ଜବାବରେ ଫିରିଙ୍ଗିଆ ଟିମ୍‌ ୫ ଉଇକେଟ ହରାଇ ୧୪୨ ରନ କରି ମ୍ୟାଚ ଜିତିଥିଲା। ଦ୍ୱିତୀୟ ମ୍ୟାଚରେ ରାଇକିଆ ପ୍ରଥମେ ବ୍ୟାଟିଂ କରି ୧୦୨ ରନ କରିଥିଲା। ଜବାବରେ ପୋଲିସ ଟିମ୍‌ ୯୫ ରନ କରି ମ୍ୟାଚ ହାରିଥିଲା। ସୂଚନାଯୋଗ୍ୟ, ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କନ୍ଧମାଳ ପୋଲିସର ୩ ଯବାନଙ୍କ ସ୍ମୃତିରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ୧୦ଟି ଟିମ ଭାଗ ନେଇଛନ୍ତି। ଆସନ୍ତା ୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲଝାଡ଼ୁ ଚାଷ ଦେଇଛି ରୋଜଗାର

ଦାରିଙ୍ଗବାଡ, ୫।୩(ଡି.ଏନ୍‌.ଏ): ସବୁ ଘରେ ରାତି ପାହିଲେ ଖୋଜା ପଡେ ଝାଡୁ। ପ୍ଲାଷ୍ଟିକ ଯୁଗରେ ଏବେ ବି ଫୁଲଝାଡୁର ଚାହିଦା ରହିଛି। ସେହିପରି ରାଜ୍ୟରେ ବିଭିନ୍ନ...

ମଦ ରନ୍ଧାବେଳେ ପୋଲିସର ଚଢାଉ

ଶଙ୍କରାଖୋଲ,୧୬ା୬(ଡି.ଏନ୍‌.ଏ.)- ଟିକାବାଲି ଥାନା ଅଞ୍ଚଳ ବାଞ୍ଜାମାହା ଗ୍ରାମ ସଂଲଗ୍ନ ଜଙ୍ଗଲରେ ମଙ୍ଗଳବାର ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢାଉ କରିଥିଲା। ଜଙ୍ଗଲରେ...

ନିର୍ମାଣ ଶ୍ରମିକଙ୍କୁ ମିଳିନି ସହାୟତା

ଫୁଲବାଣୀ ଅଫିସ,୧୯ା୪-କରୋନା ଲକ୍‌ଡାଉନ୍‌ରେ ଫୁଲବାଣୀ ସହରର ଅନେକ ନିର୍ମାଣ ଶ୍ରମିକ ସରକାରଙ୍କ ଘୋଷିତ ୧୫ଶହ ଟଙ୍କା ସହାୟତା ଅର୍ଥ ପାଇ ନ ଥିବା ଅଭିଯୋଗ କରି...

ଦାରିଙ୍ଗବାଡ଼ିରେ ଭାରତ ବନ୍ଦର ପ୍ରଭାବ

ଦାରିଙ୍ଗବାଡ଼ି,୨୭ା୯(ଡି.ଏନ୍‌.ଏ.): କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଖିଳଭାରତ କଂଗ୍ରେସ କମିଟି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି। ବ୍ଲକ...

ସଫେଇ କର୍ମଚାରୀ ସମ୍ମାନିତ

ବାଲିଗୁଡ଼ା,୧୮ା୪(ଡି.ଏନ୍‌.ଏ.)- ବାଲିଗୁଡ଼ା ଏନ୍‌ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସାମାଜିକ କର୍ମୀ...

ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ

ଜି. ଉଦୟଗିରି ୧୪।୬(ଡି.ଏନ୍‌.ଏ. ): କନ୍ଧମାଳ ଜିଲା ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ...

କରୋନା ପ୍ରତିହତ ପାଇଁ ସଚେତନ କଲେ ବିଧାୟକ, ପ୍ରଶାସନିକ ଅଧିକାରୀ

ବାଲିଗୁଡ଼ା,୧୮ା୪(ଡି.ଏନ୍‌.ଏ.): ମହାମାରୀ କରୋନା ଭୂତାଣୁ ରୋକିବା ନିମନ୍ତେ ସବୁସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ...

ବାଲିଗୁଡା ହତ୍ୟାକାଣ୍ଡ ଘଟଣା: ଅଭିଯୋଗର ଚାରିଦିନ ଭିତରେ ୪ ଅଭିଯୁକ୍ତ ଗିରଫ

ବାଲିଗୁଡା,୨୭।୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଥାନା ବୁଡ଼ାଗୁଡା ଅଞ୍ଚଳରେ ଏକ ହତ୍ୟା ଘଟଣାର ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବାଲିଗୁଡ଼ା ପୋଲିସ। ପୂର୍ବ...

Advertisement
Archives

Model This Week