ଶହୀଦ ବାଳକ

ଡ. ଉଦ୍ଧବ ଚରଣ ନାୟକ

୧୯୩୮ ଅକ୍ଟୋବର ୧୧ ପାହାନ୍ତା ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟ  ଏଇଠି ଟଳି ପଡିଥିଲେ ଛଅଜଣ ମହାରଥୀ । ଅତ୍ୟାଚାରୀ ଗୋରା ଫଉଜ ଆଉ ବର୍ବର ଢେଙ୍କାନାଳ ରାଜାଙ୍କ ପୋଲିସ ଗୁଳିରେ  ସେମାନେ ହେଲେ ବାରବରଷର ବାଳକ ବାଜି ରାଉତ, ଲକ୍ଷ୍ମଣ ମଲ୍ଲିକ, ନଟ ମଲ୍ଲିକ, ହୁରୁଷି ପ୍ରଧାନ (ନୀଳକଣ୍ଠପୁର) ଆଉ ଭୁବନର ରଘୁ ନାଏକ ଓ ଗୁରୀ ନାଏକ। ତା’ ପୂର୍ବରୁ ଢେଙ୍କାନାଳ ଗଡଜାତ ରାଜ୍ୟ ପରଜଙ୍ଗ ଓମଢ଼ି (କାମାକ୍ଷାନଗର) ଇଲାକାରେ ଗୋରା ଫଉଜ ଓ ଢେଙ୍କାନାଳ ରାଜାଙ୍କ ପୋଲିସ ଫଉଜ ମିଶି ଆରମ୍ଭ କରି ଦେଇଥିଲେ ବର୍ବରୋଚିତ ଅତ୍ୟାଚାର । ସେମାନଙ୍କ ଆକ୍ରମଣର ପ୍ରତିହତ ପାଇଁ ଲୋକେ ଥିଲେ ପ୍ରସ୍ତୁତ ା‘ମାରିବୁ ନୋହିଲେ ମରିବୁ’ ଏହା ଥିଲା ଢେଙ୍କାନାଳ ପ୍ରଜାଙ୍କର ସ୍ଲୋଗାନ। ଅନେକ ଲୋକ ମଲେ ା ପୋଲିସ ବି ମଲେ ା ଏହା ଥିଲା ଢେଙ୍କାନାଳ ଗଣ ଆନ୍ଦୋଳନ ବା ଗଣ ବିପ୍ଳବ ା ପୋଲିସ ଫଉଜ ଗାଁ ଗଁାରେ ପଶି ଅତ୍ୟାଚାର, ବଳାତ୍କାର, ଲୁଣ୍ଠନ, ଶୋଷଣ କରିବାରେ ଲାଗିଲେ ା ସେମାନେ ମାଡ଼ି ଆସିଲେ କାମାକ୍ଷାନଗର ଦେଇ ଭୁବନ ଇଲାକାକୁ ା ଭୁବନ ପାଖ ନୀଳକଣ୍ଠପୁର ବ୍ରାହ୍ମଣୀ ଘାଟରେ ପାର ହୋଇ ଢେଙ୍କାନାଳ ଗଡକୁ ଫେରିଯିବାର ମସୁଧା କରିଥାନ୍ତି ା
ଅକ୍ଟୋବର ୧୦ ରାତିରେ ଭୁବନଠାରେ ବସିଲା ପ୍ରଜାମଣ୍ଡଳ ଜରୁରୀ ବୈଠକ  ଆଲୋଚନା ହେଲା କେଉଁମାନେ ଡଙ୍ଗା ଜଗି ଫଉଜକୁ ବାଟ ଓଗାଳିବେ । ବାର ବରଷର ବାନର ସେନା ବାଜି ରାଉତ କହିଲେ,ମୁଁ ଡଙ୍ଗା ଜଗିବି  ବାଜି ରାଉତ ବୀରଦର୍ପରେ ଆସି ମା’ଙ୍କୁ କହିଲେ ବୋଉ ମୋତେ ଶୀଘ୍ର ଖାଇବାକୁ ଦେ, ଆଜି ରାତିରେ ଆମେ ଡଙ୍ଗା ଜଗିବୁ  ରାଜାଙ୍କ ପୋଲିସ ଓ ଗୋରା ଫଉଜକୁ ସେପାରିକୁ ଛାଡିବୁ ନାହିଁ । ଶେଷରେ ମା’ ଅମାନିଆ ବୀରପୁତ୍ରର ମଥାରେ ପିନ୍ଧାଇଦେଲା ମା’ ମଙ୍ଗଳାଙ୍କ ସିନ୍ଦୂର ା ହାତରେ ଧରେଇ ଦେଲା କପିଳାସ ଠେଙ୍ଗା । ବନ୍ଦାପନା କରି ବିଦାୟ ଦେଲା ପୁଅକୁ  ବାଜି ଚାଲିଗଲା ନଦୀ ଘାଟକୁ ା
ବାଜିଆର ଜନ୍ମ ନୀଳକଣ୍ଠପୁର ଗାଁର ଏକ ଖଣ୍ଡାୟତ ପରିବାରରେ ୧୯୨୬ ଅକ୍ଟୋବର ୫ରେ ା ବାପାଙ୍କ ନାଁ ହରି ରାଉତ ଓ ମା’ଙ୍କ ନାମ ରଣିଆ ରାଉତ ା ରାତ୍ରିର ଦ୍ୱିତୀୟ ପ୍ରହର ା ବାଜି ଅଣ୍ଟାରେ ଡଙ୍ଗା ଦଉଡି ବାନ୍ଧି ଡଙ୍ଗାକୁ ନେଇ ରଖିଛି କୂଳ ଠାରୁ ଟିକିଏ ଦୂରରେ ା ଫଉଜ ଘାଟ ପାଖରେ ପହଞ୍ଚତ୍ ଡାକ ଛାଡିଲେ ‘ଆରେ କିଏ ଅଛ, ଡଙ୍ଗା ଆଣ ା ବାଜିଆ ଡଙ୍ଗାରେ ଥାଇ ଜବାବ ଦେଲା, ପ୍ରଜା ମଣ୍ଡଳର ଆଦେଶ ନାହିଁ, ଡଙ୍ଗା ନେବା ପାଇଁ ା ଫଉଜମାନେ ବାରମ୍ବାର ଗର୍ଜନ କରୁଥାନ୍ତି ା ବାଜିଆ ଥରକୁ ଥର ଚିତ୍କାର କରି କହୁଥାଏ ପ୍ରଜାମଣ୍ଡଳର ଆଦେଶ ନାହିଁ, ଆଦେଶ ନାହିଁ ା
ଫଉଜରୁ ଜଣେ କହିଲା, ଆରେ ଜାଣିଛୁ ଆମେ କିଏ ? ବାଜିଆ କହିଲା, ‘ତୁମେ ଆଉ କିଏ, ତୁମେମାନେ ହେଉଛ ଅତ୍ୟାଚାରୀ ରାଜାର ଡାହାଳ କୁକୁର, … କୁକୁର ା ତୁମେମାନେ ଆମ ମା’ ଭଉଣୀଙ୍କର ଇଜ୍ଜତ ଲୁଟୁଛ । ତୁମେମାନେ ମଣିଷ ନୁହଁ  ନର ରାକ୍ଷସ ା ଏତିକି ବେଳେ ଢେଙ୍କାନାଳ ରାଜାଙ୍କ ପୋଲିସ ରବି ସ୍ବାଇଁ ଚଳାଇ ଦେଲା ଗୁଳି ବାଜି ରାଉତର ମୁଣ୍ଡକୁ । ଏତିକି ବେଳେ ବାଜିଆ ମୁହଁରୁ ବାହାରି ପଡିଲା, ”ପ୍ରଜା ମଣ୍ଡଳର ଜୟ, ମହାତ୍ମା ଗାନ୍ଧୀ କି ଜୟ, ଭାରତମାତା କି ଜୟ“ ।
ମୋ: ୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri