ଶବ୍ଦର ରୂପକାର

କୁହାଯାଏ ସମୟ ସ୍ରୋତରେ ସବୁ କିଛି ବିଲୀନ ହୋଇଯାଏ। ଆଜି ଯିଏ ଦୁଃଖରେ ଅଛି କାଲି ତା’ ପାଇଁ ଆନନ୍ଦ ଆସିପାରେ। ସେହିପରି ଖୁସିରୁ ଆରମ୍ଭ ହୋଇଥିବା ଜୀବନ ସର୍ବଦା ଦୀର୍ଘସ୍ଥାୟୀ ହୋଇ ନ ପାରେ। ଆପେକ୍ଷିକ ଦୃଷ୍ଟିକୋଣରୁ ଦେଖିଲେ ଦୁଃଖ ଓ ସୁଖକୁ ସମସ୍ତଙ୍କ ପାଇଁ ସମାନ ଭାବେ ତଉଲି ହେବ ନାହିଁ। ତେଣୁ ଆଦ୍ୟ ଅବସ୍ଥାରେ ଦୁଃଖ ଓ ଯନ୍ତ୍ରଣା ଦେଖାଦେଲେ ମଣିଷ ଭାଙ୍ଗିପଡ଼ିବା ଠିକ୍‌ ନୁହେଁ। କାରଣ ଭାବିବା ଦରକାର ଯେ, ଆଗକୁ କିଛି ଭଲ ଅଛି। ସମ୍ଭବତଃ ପିଲାଟି ବେଳେ ଏହି ଚିନ୍ତାଧାରା ଆମେରିକୀୟ କବି ଲୁଇସ୍‌ ଗ୍ଲକ୍‌ଙ୍କ ମନକୁ ଆସିଥିଲା। ରୋଗ ଯୋଗୁ ଶାରୀରିକ କଷ୍ଟ ପାଇ ଲୁଇସ୍‌ ମୃତ୍ୟୁଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ଦୃଢ଼ ମନୋବଳ ଯୋଗୁ ସେଥିରୁ ବର୍ତ୍ତି ଯାଇଥିଲେ। ପରବର୍ତ୍ତୀ ସମୟରେ ଜୀବନରେ ବଢ଼ିବା ଲାଗି ଯନ୍ତ୍ରଣା ସତେ ଯେମିତି ତାଙ୍କୁ ପ୍ରେରଣା ଦେଇଥିଲା ବୋଲି କୁହାଯାଇପାରେ। ୨୦୨୦ ନୋବେଲ ସାହିତ୍ୟ ପୁରସ୍କାର ପାଇଁ ତାଙ୍କ ନାମ ନିକଟରେ ଘୋଷଣା ହେବା ପରେ ଲୁଇସ୍‌ଙ୍କ ମୁଗ୍ଧ ଅନୁଭବ ବାଲ୍ୟଜୀବନର ସ୍ମୃତିକୁ ମନେ ପକାଇବା ସ୍ବାଭାବିକ।
ଆମେରିକାର ନ୍ୟୁୟର୍କ ସିଟିରେ ୨୨ ଏପ୍ରିଲ ୧୯୪୩ରେ ଲୁଇସ୍‌ ଜନ୍ମଗ୍ରହଣ କରିଥିଲେ। ଜୀବିତ ଦୁଇ ଭଉଣୀଙ୍କ ମଧ୍ୟରେ ସେ ବଡ଼। ଲୁଇସ୍‌ଙ୍କ ଜନ୍ମ ପୂର୍ବରୁ ତାଙ୍କର ଜଣେ ବଡ଼ ଭଉଣୀଙ୍କ ମୃତ୍ୟୁ ଘଟି ସାରିଥିଲା। ପିତା ଡାନିଏଲ୍‌ ଗ୍ଲକ୍‌ ବ୍ୟବସାୟୀ ଓ ମାତା ବିଟ୍ରାଇସ୍‌ ଗ୍ଲକ୍‌ ଜଣେ ଗୃହିଣୀ। ତାଙ୍କ ମା’ ରୁଷୀୟ ଇହୁଦୀ ବଂଶଧର ହୋଇଥିବା ବେଳେ ପିତାଙ୍କ ପୂର୍ବପୁରୁଷ ଥିଲେ ହଙ୍ଗେରୀର ଇହୁଦୀ। ଡାନିଏଲଙ୍କ ଜନ୍ମ ପୂର୍ବରୁ ତାଙ୍କ ପରିବାର ଆମେରିକା ପଳାଇ ଆସିଥିଲେ। ଡାନିଏଲ ଜଣେ ଲେଖକ ହେବାକୁ ଚାହିଁଥିଲେ। ହେଲେ ନିଜ ଶାଳକଙ୍କ ସହ ମିଶି ନ୍ୟୁୟର୍କରେ ଏକ ତେଜରାତି ଦୋକାନ କରି ସଫଳ ହୋଇଥିଲେ। ଲୁଇସିଙ୍କ ମା’ ଓ୍ବେଲ୍ସଲେ କଲେଜରୁ ଡିଗ୍ରୀ ଅର୍ଜନ କରିଥିଲେ। ପିଲାଟିବେଳେ ମାତାପିତା ତାଙ୍କୁ ଗ୍ରୀକ୍‌ ପୁରାଣ ଓ ଅନେକ ଶାସ୍ତ୍ରୀୟ ଗଳ୍ପ କହିଥିଲେ। ସେଥିରେ ଲୁଇସ ପ୍ରଭାବିତ ହୋଇ ଛୋଟ ବେଳୁ କବିତା ଲେଖିବାରେ ମନୋନିବେଶ କରିଥିଲେ। ହେଲେ କିଶୋରୀ ଅବସ୍ଥାରେ ତାଙ୍କଠାରେ ଏନୋରେକ୍ସିଆ ନେର୍ଭୋସା ଲକ୍ଷଣ ବୃଦ୍ଧି ପାଇଥିଲା, ଯେଉଁଥିଲେ ଖାଦ୍ୟ ଖାଇବାଜନିତ ବିଶୃଙ୍ଖଳା ଯୋଗୁ ଶରୀର କ୍ଷୀଣ ହେବାକୁ ଲାଗିଥିଲା। ତାଙ୍କର ଏକ ପ୍ରବନ୍ଧରେ ସେ ଏ ବିଷୟରେ ଉଲ୍ଲେଖ କରିଥିଲେ ଯେ, ତାଙ୍କୁ ସେତେବେଳେ ଏଭଳି ଲାଗିଥିଲା ଯେପରି ସେ ଆଉ ବଞ୍ଚିବେ ନାହିଁ। ପରବର୍ତ୍ତୀ ସମୟରେ ସେ ୭ ବର୍ଷ ଧରି ଚିକିତ୍ସିତ ହେଲା ବେଳେ ଦୃଢ଼ ଇଚ୍ଛାଶକ୍ତି ରଖିବା ଯୋଗୁ ସେଥିରୁ ଆରୋଗ୍ୟ ଲାଭ କରିଥିବା ବର୍ଣ୍ଣନା କରିଛନ୍ତି। ସ୍ବାସ୍ଥ୍ୟଜନିତ ଅସୁବିଧାରୁ ସେ କଲେଜରେ ପୂର୍ଣ୍ଣକାଳୀନ ଛାତ୍ରୀ ହୋଇପାରି ନ ଥିଲେ। ତେଣୁ ସେ କଲମ୍ବିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଜେନେରାଲ ଷ୍ଟଡିଜ୍‌ରେ କବିତା କର୍ମଶାଳାରେ ନାମ ପଞ୍ଜୀକରଣ କରିଥିଲେ। ସେତିକି ବେଳେ ସେ ଯେଉଁ ଶିକ୍ଷା ପାଇଥିଲେ ତାହାର ଫଳସ୍ବରୂପ ତାଙ୍କୁ ଏକ ଡିଗ୍ରୀ ପ୍ରୋଗ୍ରାମ୍‌ ମିଳିଥିଲା। ଏକ ବିଧିବଦ୍ଧ ଡିଗ୍ରୀ ପାଇବାରୁ ବଞ୍ଚିତ ହେବା ପରେ ସେ ସେକ୍ରେଟେରିଆଲ୍‌ କାର୍ଯ୍ୟ କରିଥିଲେ। ୧୯୬୭ରେ ଚାର୍ଲସ ହେର୍ଜେ ଜୁନିୟରଙ୍କୁ ବିବାହ କରିଥିଲେ। ହେଲେ ୧୯୬୮ରେ ଉଭୟ ଛାଡ଼ପତ୍ର ଦେଇଥିଲେ। କିଶୋରୀ ଅବସ୍ଥାରେ ରୋଗ ଯନ୍ତ୍ରଣା ଓ ବିବାହ ପରେ ପାରିବାରିକ ଅଶାନ୍ତି ତାଙ୍କୁ ବିବ୍ରତ କରିଥିଲା। କିନ୍ତୁ ସେ ସବୁ ଭୁଲି ଲେଖିଲେ କବିତା। ସେହି ବର୍ଷ ପ୍ରକାଶ ପାଇଲା ତାଙ୍କ ପ୍ରଥମ କବିତା ସଙ୍କଳନ ‘ଫାଷ୍ଟବର୍ନ’, ଯାହା ସମାଲୋଚକଙ୍କ ମଧ୍ୟରେ ସକାରାତ୍ମକ ଆଲୋଚ୍ୟର ବିଷୟ ହୋଇପାରିଥିଲା। ତା’ ପରଠାରୁ ସେ କବିତା ଓ ପ୍ରବନ୍ଧ ଲେଖିଚାଲିଲେ। ୧୯୭୧ରେ ଭର୍ମୋଣ୍ଟସ୍ଥିତ ଗୋଡାର୍ଡ କଲେଜରେ କବିତା ପଢ଼ାଇବାର ସୁଯୋଗ ପାଇଥିଲେ। ପରେ ଲେଖକ ଜନ୍‌ ଡ୍ରନାଓଙ୍କ ସହ ତାଙ୍କ ସମ୍ପର୍କ ବଢ଼ିଥିଲା ଓ ସେ ୧୯୭୩ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ଡ୍ରନାଓଙ୍କୁ ସେ ୧୯୭୭ରେ ବିବାହ କରିଥିଲେ।
୧୯୮୦ରେ ତାଙ୍କ ତୃତୀୟ କବିତା ସଙ୍କଳନ ‘ଡିସେଣ୍ଡିଂ ଫିଗର’ ପ୍ରକାଶିତ ହୋଇଥିଲା। ଏହି ସମୟରେ ଭେମୋଣ୍ଟସ୍ଥିତ ତାଙ୍କ ଘର ପୋଡ଼ିଯିବାରୁ ସେ ସବୁ ଜିନିଷ ହରାଇଥିଲେ। ଏହାପରେ ୧୯୮୫ରେ ତାଙ୍କ କବିତା ସଙ୍କଳନ ‘ଦି ଟ୍ରାଏମ୍ପ୍‌ ଅଫ୍‌ ଆକିଲ୍ସ’ ପ୍ରକାଶ ପାଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ସେ ଯେତେବେଳେ ୟେଲ୍‌ ୟୁନିଭର୍ସିଟିର ଇଂଲିଶ ବିଭାଗ ପ୍ରଫେସର ହେଲେ ଛାତ୍ରୀଛାତ୍ରଙ୍କୁ ଗବେଷଣା ମନସ୍କ କରାଇ ଦେଇଥିଲେ। ସେହି ସମୟରେ ହିଁ ତାଙ୍କ ରଚନା ଅଧିକ ଶାଣିତ ହୋଇଥିଲା। ଲୁଇସ୍‌ ୧୨ କବିତା ସଙ୍କଳନ ଓ ବହୁବିଧି ପ୍ରବନ୍ଧ ରଚନା କରିଛନ୍ତି। ତାଙ୍କ କବିତାରେ ସ୍ବତନ୍ତ୍ର କାବି୍ୟକ ଉଚ୍ଚାରଣ ଥିବା ଦେଖିବାକୁ ମିଳେ। ପୌରାଣିକ କଥାବସ୍ତୁ ସହ ଯେତେବେଳେ ସେ ଶାସ୍ତ୍ରୀୟ ରୂପକଳ୍ପ ଦେଇ ସମକାଳୀନ ଘଟଣାକୁ କବିତାରେ ସଜାନ୍ତି, ତାହାକୁ ପାଠିକାପାଠକ ପଢ଼ି ମୁଗ୍ଧ ହୋଇଯାଇଥାନ୍ତି। ସେଥିପାଇଁ ତାଙ୍କୁ ୧୯୭୩ରେ ପୁଲିଜର ଓ ୨୦୧୪ରେ ଆମେରିକାର ନ୍ୟାଶନାଲ ବୁକ୍‌ ଆଓ୍ବାର୍ଡ ମିଳିଥିଲା। ହେଲେ ୨୦୨୦ ପାଇଁ ସାହିତ୍ୟରେ ନୋବେଲ ପାଇବା ପରେ ତାଙ୍କୁ ସମାଲୋଚନା କରାଯାଉଛି। କାରଣ ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ନାମ ସେଭଳି ଚର୍ଚ୍ଚିତ ହୋଇ ନ ଥିଲା କି ବିଭିନ୍ନ ଭାଷାରେ ତାଙ୍କ କୃତି ସେତେ ଅନୁବାଦ କରାଯାଇ ନାହିଁ। କିନ୍ତୁ ତାଙ୍କ ଯନ୍ତ୍ରଣା ଜର୍ଜରିତ ଜୀବନ କହିଦେଉଛି ତାଙ୍କ କବିତାର ସ୍ବର କେତେ ପ୍ରଖର ଅଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri