ଶରୀର ପାଇଁ ହାନିକାରକ ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌

କ୍ୟାଲୋରୀ ରହିତ ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌ ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହାର ନିୟମିତ ସେବନ ପାକସ୍ଥଳୀରେ ଟାଇପ୍‌-୨ ଡାଏବିଟିସ୍‌ ଏବଂ ହୃଦ୍‌ରୋଗରୁ ରକ୍ଷାକରୁଥିବା ଏନ୍‌ଜାଇମ୍‌ ଉତ୍ପାଦନ ହ୍ରାସ ପାଇଥାଏ। ଆମେରିକା ସ୍ଥିତ ମିଶିଗାନ୍‌ ୟୁନିଭର୍ସିଟିରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ ମତରେ, ଡାଏଟ୍‌ କୋଲ୍‌ଡ୍ରିଙ୍କସ୍‌ ରେ ‘ସ୍ୟାକ୍‌ରିନ୍‌’ ଏବଂ ‘ଆସ୍ପାରାଟମ୍‌’ ଭଳି କୃତ୍ରିମ ଶର୍କରା ମିଳିଥାଏ, ଯାହାର ଅତ୍ୟଧିକ ବ୍ୟବହାର ପାକସ୍ଥଳୀରେ ଥିବା ଭଲ ବ୍ୟାକ୍ଟେରିଆର କାର୍ଯ୍ୟପ୍ରଣାଳୀରେ ପରିର୍ବନ କରିଥାଏ। ଏହାଦ୍ୱାରା ଟାଇପ୍‌-୨ ମଧୁମେହ ଏବଂ ହୃଦ୍‌ରୋଗ ଭଳି ସମସ୍ୟାରୁ ରକ୍ଷା କରୁଥିବା ଏନ୍‌ଜାଇମ୍‌ର କେବଳ ଉପତ୍ାଦନ ହ୍ରାସ ପାଏ ନାହଁି ବରଂ ଏହାର କାର୍ଯ୍ୟକ୍ଷମତା ମଧ୍ୟ ନଷ୍ଟ ହୋଇଥାଏ। ‘ଜର୍ଣ୍ଣାଲ୍‌ ହାର୍ଟ’ରେ ପ୍ରକାଶିତ ଗବେଷଣା ଅନୁସାରେ, କୃତ୍ରିମ ଶର୍କରା ମସ୍ତିଷ୍କକୁ ପ୍ରଭାବିତ କରିବା ସହ ଭ୍ରମରେ ପକାଇଥାଏ। ଫଳରେ ଶରୀରରେ ଇନ୍‌ସୁଲିନ୍‌ ଉପତ୍ାଦନ ଚକ୍ରରେ ଗଡ଼ବଡ଼ ହୋଇଥାଏ। ଶର୍କରାକୁ ଶକ୍ତିରେ ପରିବର୍ତ୍ତନ କରି ଟାଇପ୍‌-୨ ମଧୁମେହର ବିପଦକୁ ହଟାଇବାରେ ଇନ୍‌ସୁଲିନ୍‌ ହର୍ମୋନ୍‌ର ଭୂମିକା ବେଶ୍‌ ଅଧିକ ଥାଏ। କିନ୍ତୁ କୃତ୍ରିମ ଶର୍କରା ଏହା ଉପରେ ଓଲଟା ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

ସାତ୍ତ୍ୱିକ-ଚିରାଗ ଫାଇନାଲରେ

ବ୍ୟାଙ୍କକ୍‌,୧୬ା୫: ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୯ ଓ ୨୦୨୪ରେ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ସନ୍ତରଣରେ ପ୍ରତିଭା ଦେଖାଇଲେ ଛାତ୍ରୀଛାତ୍ର

ରାଉରକେଲା,୧୫।୫(ବିପ୍ଳବ ରଞ୍ଜନ ଦାଶ): ନବଗଠିତ ଜିଲା ସୁଇମିଂ ଆସୋସିଏଶନ ପକ୍ଷରୁ ବିର୍ସାମୁଣ୍ଡା ଆଥଲେଟିକ ସୁଇମିଂ ପୁଲ୍‌ରେ ଜିଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି। ବିଭିନ୍ନ…

୩୩ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦିବ୍ୟାଙ୍ଗ ମହିଳା ଗୁରୁତର

ନନ୍ଦପୁର,୧୬ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମର ଚାଷଜମି ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ଖୁଣ୍ଟ ଓ ତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri