ଶରତ ଘାଟିରେ ଗାଡ଼ି ଓଲଟିଲା: ୩ ଗୁରୁତର, ୧୧ ଆହତ

ଠାକୁରମୁଣ୍ଡା,୨୬ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାଠାରୁ ୨୦ କିମି ଦୂର ଶରତ ଘାଟିରେ ମଙ୍ଗଳବାର ଏକ ସଫାରୀ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୁରୁତରମାନଙ୍କୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଚମ୍ପାଝର ନିକଟବର୍ତ୍ତୀ ଗ୍ରାମରୁ ଲୋକମାନେ ଶରତଠାରେ ହେଉଥିବା ସାପ୍ତାହିକ ହାଟକୁ ଏକ ସଫାରୀ ଗାଡ଼ି (ନଂ. ଓଆର୦୯ଜି -୬୧୧୭) ଯୋଗେ ଯାଉଥିବା ସମୟରେ ମଧ୍ୟାହ୍ନ ୧୨ଟା ସମୟରେ ଶରତ ଘାଟି ତଳକୁ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନେ ହେଲେ ଖଣ୍ଡପାଳ ବାଲିପୋଷି ଗ୍ରାମର ସ୍ବାଧୀନ ମହାନ୍ତ, କାର୍ତ୍ତିକ ମହାନ୍ତ, ଗୁରୁଚରଣ ମହାନ୍ତ, ଶାନ୍ତନୁ ନାଏକ, କାର୍ତ୍ତିକ ମହାନ୍ତ, ମୂଳାପାଳ ଗ୍ରାମର ବଳରାମ ଚାତାର, ଡଙ୍ଗାଡ଼ିହା ଗ୍ରାମର ପାଙ୍ଗିଲା ହୋ, ପତ୍ରପୋଡ଼ା ଗ୍ରାମର ନୁନି ହୋ, କରଞ୍ଜିଆ ବ୍ଲକ ଅନ୍ତର୍ଗତ ଦୁଧିଆଣୀ ଗ୍ରାମର ମଣ୍ଡାଇ ସିଂ ଖୁଣ୍ଟିଆ, କାଟେ ସିଂ ଖୁଣ୍ଟିଆ। ଗୁରୁତର ଥିବା ତୁରାମ ଚାତାର ଓ ଅନ୍ୟ ୨ଜଣ ଉଦଳା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଶରତ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ୯ ଲକ୍ଷ ଲୁଟ୍‌

ଜଳେଶ୍ୱର, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଏକତାଳି ନିକଟରେ ଗୁରୁବାର ଅପରାହ୍ନରେ ଦୃର୍ବୃତ୍ତମାନେ ୬ଜଣ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୯ଲକ୍ଷ ଟଙ୍କା...

ବନ କର୍ମଚାରୀଙ୍କୁ ଆକ୍ରମଣ: ୨ ମହିଳା କର୍ମଚାରୀ, ପାରାଷ୍ଟାଫ୍‌ ଆହତ

ଖୁଣ୍ଟୁଣି,୨୧।୧୦(ଡି.ଏନ୍‌.ଏ.): କଟକ ଜିଲା ଖୁଣ୍ଟୁଣି ବନାଞ୍ଚଳ ଅନ୍ତର୍ଗତ ମହାଲକ୍ଷ୍ମୀପୁର ଜଙ୍ଗଲରେ ଚୋରା କାଠ, କୋଇଲା ଧରିବାକୁ ଯାଇ ବନ କର୍ମଚାରୀମାନେ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି।...

ପୁନରୁଦ୍ଧାର ହେଉନି, କୂଅରେ ଆବର୍ଜନା ଭର୍ତ୍ତି

ଜଟଣୀ,୧୧ା୧(ଡି.ଏନ.ଏ): ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ୪ନଂ. ଓ୍ବାର୍ଡ ବିବେକାନନ୍ଦ ସାହିରେ ଥିବା କୂଅ ଏବେ ଆବର୍ଜନାରେ ଭର୍ତ୍ତି ରହିଛି। କୂଅକୁ ପୁନରୁଦ୍ଧାର କରାଯାଉନାହିଁ। ଫଳରେ ପ୍ରାୟ...

ମଣ୍ଡିରୁ ଧାନ ନ ଉଠିବାରୁ ଅଭିନବ ପ୍ରତିବାଦ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ଖାଇଲେ ପଖାଳ

ବରଗଡ଼ ଅଫିସ,୧୦।୬: ବରଗଡ଼ ଜିଲାରେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ବୁଧବାର...

ଜଣଙ୍କ ମୃତ୍ୟୁରେ ପରିବାର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା ଅଫିସ,୨।୬: ଝାରସୁଗୁଡ଼ା ଥାନା ବିଟିଏମ୍‌ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସମସ୍ତଙ୍କୁ...

ବ୍ୟାପକ ହେବ ଏଲିଫ୍ୟାଣ୍ଟ ରେସ୍କ୍ୟୁ ସେଣ୍ଟର

ଢେଙ୍କାନାଳ ଅଫିସ, ୧।୨ – କପିଳାସ ଚିଡ଼ିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରକୁ ଅଧିକ ବ୍ୟାପକ କରାଯିବ। ଅଗ୍ରାଧିକାର ଭିତ୍ତିରେ ଜୁ’ରେ ଥିବା ପ୍ରାଣୀଙ୍କ...

ଆଠମଲ୍ଲିକରେ ବଢ଼ୁଛି ପର୍ଯ୍ୟଟକଙ୍କ ଗହଳି:ପ୍ରାକୃତିକ ପରିବେଶରୁ ଉଠାଇଛନ୍ତି ମଜା

ମାଧପୁର, ୨୮।୧୨ (ମନୋଜ କୁମାର ପ୍ରଧାନ) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ରହିଛି ବହୁ ପର୍ଯ୍ୟଟନସ୍ଥଳୀ। ଏହା ମଧ୍ୟରୁ ଅନେକ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ...

ଏସ୍‌ୟୁସିଆଇର ପ୍ରତିବାଦ ସଭା

ଯଶିପୁର,୧୭ା୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଦ୍ୱାରା ଏଲ୍‌ପିଜି ଗ୍ୟାସ୍‌ର ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ଘଟଣା ପ୍ରତିବାଦରେ ଯଶିପୁର ବଜାରଛକଠାରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର କର୍ମୀମାନେ ଏକ ପ୍ରତିବାଦ...


Coronavirus Update

Archives

Model This Week

Why Dharitri