Posted inଫୁରସତ

ଶବ୍ଦକୁ ନେଇ ଅତିଷ୍ଠ ବ୍ୟକ୍ତି ଏସି ଭିତରର ଦୃଶ୍ୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ସାଧାରଣତଃ ଯଦି ଏସିରୁ କୌଣସି ଶବ୍ଦ ବାହାରେ, ତେବେ ଆମେମାନେ ତାକୁ ଖୋଲି ସଫା କରିଦେଉ। ହେଲେ ଯଦି ଏହି ଶବ୍ଦ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହଁ, ବରଂ ବହୁ ସାପଙ୍କ ହେତୁ ହେଉଥିବ ତାହେଲେ କ’ଣ କରିବେ। ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ।  ଏଭଳି ଘଟଣା ସମ୍ନାକୁ ଆସିଛି ଥାଇଲାଣ୍ଡରୁ। ଥାଇଲାଣ୍ଡର ଜଣେ ବ୍ୟକ୍ତି ନିଜ ଏସିରୁ ବାହାରୁଥିବା ଶ୍ରୁତିକଟୁ ଶବ୍ଦରୁ ଅତିଷ୍ଠ ହୋଇପଡ଼ିଥିଲେ। ଗୋଟିଏ ଦିନ ଏସିରୁ ଅଜବ ଶବ୍ଦ ବାହାରି ଥିବା ବେଳେ ବିରକ୍ତ ହୋଇ ଶେଷରେ ସେ ଉକ୍ତ ଏସିକୁ ଖୋଲିଥିଲେ। ଖୋଲିବା ପରେ ତା’ ଭିତରର ଦୃଶ୍ୟ ଦେଖି ତାଙ୍କର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏସି ଭିତରେ ଗୋଟିଏ କି ଦୁଇଟି ନୁହଁ, ୫ଟି ସାପ ରହିଥିଲେ। ଏହାପରେ ସେ ବହୁ ଉଦ୍ୟମ କରି ସବୁ ସାପଙ୍କୁ ବାହାର କରିଥିଲେ। ତେବେ ଏସି ଭିତରକୁ ଏତେଗୁଡାଏ ସାପ କେଉଁଠୁ ଆସିଲେ ବୋଲି ସଂପୃକ୍ତ ବ୍ୟକ୍ତିଙ୍କୁ ଭାଳେଣି ପଡ଼ିଯାଇଛି। କାରଣ ତାଙ୍କ ଘରେ ଗୋଟିଏ ଛୋଟ ଝିଅ ଥିବା ବେଳେ ତା’ର ସୁରକ୍ଷାକୁ ନେଇ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଥାଇଲାଣ୍ଡର ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ଚାରିଆଡ଼େ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି କନ୍ୟା ସନ୍ତାନ ଜନ୍ମ ହେଲେ ଏପରି କରନ୍ତି ଲୋକେ…

ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟି ଚାଲଛି। ତେବେ ବିହାରର ଭାଗଲପୁରର ଏକ ଗାଁରେ କନ୍ୟା ସନ୍ତାନ ଜନ୍ମ ହେଲେ ଉତ୍ସବ ଅନୁଷ୍ଠିତ ହୋଇଥାଏ।...

ହାତୀଙ୍କ ପାଇଁ ଖୋଲାଗଲା ଜିମ୍‌, ଜାଣନ୍ତୁ କାହିଁକି

ହାତୀଙ୍କ ପାଇଁ ଜିମ୍‌ ବ୍ୟବସ୍ଥା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆପଣ ଭାବୁଥିବେ ବିଦେଶରେ ଏହି ବ୍ୟବସ୍ଥା ଉପଲବ୍ଧ ଥିବ। କିନ୍ତୁ ଏହା ଭୁଲ୍‌। ଭାରତରେ...

ତରକାରୀକୁ ନେଇ ସ୍ତ୍ରୀ-ସ୍ବାମୀ ୧୭ ବର୍ଷ ହେଲା ରହୁଥିଲେ ଅଲଗା,ବିଚାରପତି ଏମିତି କରାଇଲେ ମିଳନ

ଭୋପାଳ,୨୮।୧୧: ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କଥାକୁ ନେଇ ଝଗଡା ଲାଗି ରହିଥାଏ। ସାମାନ୍ୟ ତରକାରୀକୁ ନେଇ ଲାଗିଥିବା ଝଗଡା ଯୋଗୁ ଦୀର୍ଘ ୧୭ ବର୍ଷ...

ସୁନାର ଟଏଲେଟ୍‌ ବ୍ୟବହାର କରୁଥିଲେ ଅଧିକାରୀ, ଚଢ଼ାଉ ଟିମ୍‌ ଭିତରେ ଆଉ ସବୁ ଯାହା ଦେଖିଲା ଆଖି ଖୋସି ହୋଇଗଲା

ମସ୍କୋ,୨୩ା୭: ଜଣେ ସାଧାରଣ ସରକାରୀ କର୍ମଚାରୀ ଘରେ ସୁନାର ଟଏଲେଟ୍‌ ବ୍ୟବହାର କରୁଥିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ରୁଷିଆର ଜଣେ ଟ୍ରାଫିକ ପୋଲିସ...

୩୦ଥର ଦଣ୍ଡ ବୈଠକ କଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ,୨୧।୨: ୧୦ଟଙ୍କାର ପ୍ଲାଟଫର୍ମ ଟିକେଟକୁ ମାଗଣାରେ ନେବାକୁ ଚାହୁଁଛନ୍ତି। ଯଦି ହଁ ତେବେ ଆପଣଙ୍କୁ ଏଥିପାଇଁ କିଛି ସର୍ତ୍ତ ପୁରା କରିବାକୁ ପଡ଼ିବ। ଆଉ ଏହି...

ମଦ ପିଇଲେ ୫୧ ହଜାର ଟଙ୍କା ଜରିମାନା

ସମସ୍ତିପୁର : ବିହାରର ସମସ୍ତିପୁର ଜିଲାର ଏକ ଗାଁ ଭୋଦଘାଟ। ଏହି ଗାଁରେ ଯିଏ ମଦ ବିକ୍ରି କରିବ କିମ୍ବା ପିଇବ ସେ ୫୧ ହଜାର...

ବିସ୍ମୟ ପ୍ରକୃତି

ପ୍ରକୃତି ଏକ ବିସ୍ମୟର ଗନ୍ତାଘର। ଏହାମଧ୍ୟରେ ଏମିତି ଅନେକ କିଛି ଅଛି, ଯାହା ମଣିଷକୁ ବାରମ୍ବାର ଚକିତ କରିଆସିଛି। ତା’ର ରହସ୍ୟ ଜାଣିବାକୁ ଚେଷ୍ଟା କରିଛି।...

ପୁଅର ଓ୍ବାଇଫାଇ ସିଗ୍‌ନାଲ ନ ଆସିବାରୁ ପିତା ନେଲେ ଏମିତି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କ୍ୟୁବାର ରାଜଧାନୀ ହାଭାନାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ତାଙ୍କ ପୁଅର ଓ୍ବାଇ-ଫାଇ ସିଗ୍‌ନାଲ ନ ଆସିବାରୁ ଘର ଛାତ...

Advertisement
Archives

Model This Week