ଶଙ୍କା ବଢାଉଛି ଦୁର୍ବଳ ନଦୀବନ୍ଧ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୧।୮-ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ହ୍ରାସ ପାଉଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଜଳସ୍ତର ୮.୬୪ ମିଟର ରହିଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ଜଳସ୍ତର ୯.୧୮ ମିଟର ରହିଥିବା ଜଳସେଚନ ବିଭାଗ ପକ୍ଷରୁ ଜଣାଯାଇଛି। ସେହିପରି ଜଳକା ନଦୀର ଜଳସ୍ତର ପୂର୍ବାହ୍ନ ୧୦ଟା ସୁଦ୍ଧା ୬.୧୯ ମିଟର ଥିବା ବେଳେ ହ୍ରାସ ପାଇ ସନ୍ଧ୍ୟା ୭ଟା ସୁଦ୍ଧା ବିପଦସଙ୍କେତ ଉପରେ ୫.୯୬ ମିଟର ଉପରେ ପ୍ରବାହିତ ହେଉଛି। ଅପରପକ୍ଷରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ପୂର୍ବାହ୍ନ ୧୦ଟା ସୁଦ୍ଧା ୬.୨୦ ମିଟର ଥିବାବେଳେ ଜଳସ୍ତର କମି ସନ୍ଧ୍ୟା ୭ଟା ସୁଦ୍ଧା ୫.୬୮ ମିଟର ପ୍ରବାହିତ ହେଉଛି। ନଦୀ ଉପରମୁଣ୍ଡରେ ବର୍ଷା ପରିମାଣ ହ୍ରାସ ସତ୍ତ୍ୱେ ନଦୀ ତଳିଆ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ସେମାନେ ନାନା ଆଶଙ୍କାରେ ରହିଛନ୍ତି।
ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ଅଧିକ ଆତଙ୍କିତ କରିଛି। କୋଟସାହି, ଗୋବର୍ଦ୍ଧନପୁର, ଜମାଳପୁର, ସାନ ରାଉତପଡା, ବାଇଗଣବାଡିଆ, ରେଳା, ନମକାନା, ଚିତମିଶ୍ରା, ବାଲିକବାଡ଼, ପାଇକସିଦା, ଗଡସାହି ବାଲିଆପାଳ, ପଶ୍ଚିମବାର୍ଡ଼, ଛୋଟଖାନପୁର, ମହୁଲିଆ, ଟିକାୟତପୁର, ସୁଖଦୁଃଖିଆ, ବେଲବାରିଆ, ଚକହରି, ଶିଖରପୁର, ରାଜନଗର, ଭାନୁପୁର, ମଥୁରାନାଥ, ରାଜନଗର, ବଜାରଶୋଳ, ଗୁରୁଦାସପୁର, ଶ୍ରୀରାମପୁର, ପ୍ରହରାଜପୁର, ବେହେରା ସାହି, ମାଳିପାଳ, ମୁଣତୁଣିଆ, ଓଲମରା, ମାକିଡ଼ିଆ, କୁଅଁରପୁର, ଗୋବରଘଟା, ଲକ୍ଷ୍ମଣନାଥ, ଗୋପ, ପଂଚୁଘଣ୍ଟା, ଶାସନବାଡ, ସେକବାଡ, ଝାଡେଶ୍ୱରପୁର, ରାଜପୁର, ମହମ୍ମଦନଗର ପାଟଣା, ସେକସରାଇ ଆଦି ଅଞ୍ଚଳରେ ଥିବା ନଦୀବନ୍ଧ ଦୁର୍ବଳ ସ୍ଥିତିରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ପଥର ସ୍ପର ଓ ପଥର ପ୍ୟାକିଂ ହେଉ ନ ଥିବା ସେମାନେ ଦର୍ଶାଇଛନ୍ତି। ସୁବର୍ଣ୍ଣରେଖା ନଦୀ ଓଡ଼ିଶାରେ ପ୍ରବେଶ କରିଥିବା ରାଜନଗର ଗ୍ରାମଠାରୁ ବଙ୍ଗୋପସାଗରରେ ପଡ଼ିଥିବା ବିଚିତ୍ରପୁର ଗ୍ରାମ ପର୍ଯ୍ୟନ୍ତ ସବୁ ଗ୍ରାମ ପାର୍ଶ୍ୱରେ ଥିବା ନଦୀବନ୍ଧ ପ୍ରାୟତଃ ଦୁର୍ବଳ ସ୍ଥିତିରେ ରହିଛି। ସେହିପରି ଜଳେଶ୍ୱର ବ୍ଲକର ମାକିଡ଼ିଆ ଠାରୁ ଭୋଗରାଇ ବ୍ଲକ ପଯର୍‌ୟନ୍ତ ସୁବର୍ଣ୍ଣରେଖା ନଦୀବନ୍ଧର ଅବସ୍ଥା ଦୁର୍ବଳ ରହିଛି। କେତେକ ସ୍ଥାନରେ ବିଭାଗ ତରଫରୁ ତରବରିଆ ଭାବେ ବାଲିବସ୍ତା ପକାଯାଇଛି। ଅନ୍ୟ ଜାଗାରେ କାମ ଆରମ୍ଭ ହୋଇନାହିଁ। ଏହାକୁ ନେଇ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗୀୟ ଅଧିକାରୀ ନଦୀବନ୍ଧ ତଦାରଖ ଆରମ୍ଭ କରିଛନ୍ତି। ବନ୍ୟା ସମୟରେ ଲୋକମାନଙ୍କୁ ଉଦ୍ଧାର କରିବା ଓ ରିଲିଫ ସାମଗ୍ରୀ ବଣ୍ଟନ ପାଇଁ ରାଜଘାଟଠାରେ ଓଡ୍ରାଫ୍‌ ଟିମ୍‌କୁ ସଜାଗ କରାଯାଇଛି। ଜଳେଶ୍ୱର ବ୍ଲକ ତରଫରୁ ୩ଟି ଓ ତହସିଲ ପକ୍ଷରୁ ୩ଟି ବୋଟ୍‌ ମଧ୍ୟ ରଖାଯାଇଛି। ଜଳେଶ୍ୱର ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ, ଚୁଡ଼ା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି ବୋଲି ବ୍ଲକ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକକୁ ପଛରୁ ପିଟିଲା କାର: ଚାଲିଗଲା ଜଣଙ୍କ ଜୀବନ, ୪ ଗୁରୁତର

ଭଦ୍ରକ,୧।୧୨(ସନାତନ ରାଉତ)- ଭଦ୍ରକ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି l...

ବଙ୍ଗୋପସାଗରରେ ଅବପାତ: ୪ରେ ଉପକୂଳ ଛୁଇଁବ ବାତ୍ୟା

ଭୁବନେଶ୍ୱର,୧।୧୨:ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନଠାରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଏହାପରେ ଅବପାତ ଆହୁରି ଘନୀଭୂତ ହୋଇ...

କୁମାରୀ ମାତୃତ୍ୱ ପରେ ଆଖି ବୁଜିଲେ ମା’

ବ୍ରହ୍ମପୁର,୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ):ଗଞ୍ଜାମ ଜିଲାରେ ଜଣେ ନାବାଳିକା ଗର୍ଭବତୀଙ୍କ ଯତ୍ନ ଅଭାବରୁ ପ୍ରସବ ପରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି।...

୨୦ ବର୍ଷରେ ଏଡ୍‌ସରେ ଗଲାଣି ୨୮୮ ଜୀବନ

ଭଦ୍ରକ,୧ା୧୨(ସନାତନ ରାଉତ):ଡିସେମ୍ବର ୧ ହେଉଛି ବିଶ୍ୱ ଏଡ୍‌ସ ଦିବସ। ଏହି ଦିବସ ଉପଲକ୍ଷେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏଡ୍‌ସ ର ମୂଳୋତ୍ପାଟନ ହୋଇପାରୁନାହିଁ।...

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ...

୩୫ଜଣଙ୍କୁ ନିଯୁକ୍ତି ଦେଇଛନ୍ତି କିରଣ

ରାୟଗଡ଼ା, (ଭାଗ୍ୟଶ୍ରୀ ମିଶ୍ର):ଆଜିର ଯୁବପିଢ଼ି ଉଚ୍ଚଶିକ୍ଷା ପରେ ଚାକିରି ପାଇଁ ଦେଶ ଛାଡ଼ି ବିଦେଶ ଚାଲିଯାଉଛନ୍ତି। ଏହାଦ୍ୱାରା ଦେଶର ଭବିଷ୍ୟତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି...

ଜାହାଜରୁ ସନ୍ଦେହଜନକ ସାମଗ୍ରୀ ଜବତ: କର୍ମଚାରୀ ଆତଙ୍କିତ

ପାରାଦୀପ,୧।୧୨(ଶରତ ରାଉତ):ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ଶୁକ୍ରବାର ଭୋରୁ କିଛି ସନ୍ଦିଗ୍ଧ ସାମଗ୍ରୀ ଜବତ ହୋଇଛି। ମେରାଇନ ପୋଲିସ, କଷ୍ଟମ୍ସ ଓ...

ମର୍ମନ୍ତୁଦ ଦୁର୍ଘଟଣା ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

କେନ୍ଦୁଝର,୧।୧୨ : କେନ୍ଦୁଝର ଜିଲା ଏନ୍‌ଏଚ୍‌-୨୦ ବାଲିଯୋଡି ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ ଧକ୍କା ଦେବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri