ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ପୁରୀ ଅଫିସ,୪ା୧: ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ମିଳିଛି ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ଆମେରିକାର ହାୱାଇରୁ ପ୍ରକାଶିତ ଅନ୍ତର୍ଜାତୀୟ ପତ୍ରିକା ‘ହିନ୍ଦୁଜିମ୍‌ ଟୁଡେ’ ପକ୍ଷରୁ ସର୍ବଶ୍ରେଷ୍ଠ ହିନ୍ଦୁ ବ୍ୟକ୍ତିତ୍ୱ ଭାବେ ଶଙ୍କରାଚାର୍ଯ୍ୟଙ୍କୁ ଏହି ସମ୍ମାନ ମିଳିଛି। ପତ୍ରିକାର ଓଡ଼ିଶା ପ୍ରତିନିଧି ମଙ୍ଗଳା ପ୍ରସାଦ ମହାନ୍ତି ଶୁକ୍ରବାର ମଠ ପରିସରରେ ଶଙ୍କରାଚାର୍ଯ୍ୟଙ୍କୁ ଏହି ସମ୍ମାନର ସମସ୍ତ ସାମଗ୍ରୀ ପ୍ରଦାନ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଠ ମୁଖପାତ୍ର ମନୋଜ କୁମାର ରଥ କହିଥିଲେ, ସନାତନ ହିନ୍ଦୁମାନଙ୍କ ପାଇଁ ନିଶ୍ଚିତ ଏହା ଗର୍ବ ଓ ଗୌରବର ବିଷୟ। ସନାତନ ହିନ୍ଦୁ ଧର୍ମର ସୁରକ୍ଷା ଦିଗରେ ଗୁରୁଜୀଙ୍କ ଉଦ୍ୟମ ଏବଂ ସାମ୍ପ୍ରତିକ ଦେଶ ସମସ୍ୟାରେ ମତାମତ ଏବଂ ଦିଗ୍‌ଦର୍ଶନ ଦେଉଥିବାରୁ ‘ହିନ୍ଦୁଜିମ୍‌ ଟୁଡେ’ ପତ୍ରିକା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶଙ୍କରାଚାର୍ଯ୍ୟ ସମୁଦ୍ର ପାର୍‌ ହେବା ନିଷିଦ୍ଧ ରହିଛି। ତେଣୁ ଆମେରିକା ଯାଇ ଏହି ସମ୍ମାନ ଗ୍ରହଣ କରି ନ ପାରି ଥିବାରୁ ପତ୍ରିକାର ଓଡ଼ିଶା ପ୍ରତିନିଧି ମଠକୁ ଆସି ଗୁରୁଜୀଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ଶଙ୍କରାଚାର୍ଯ୍ୟ ମଧ୍ୟ ଆଶୀର୍ବଚନ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ମହାରଥୀ ଗୁରୁତର: ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୦(ବ୍ୟୁରୋ)-ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି। ସେ ଗତ କିଛିଦିନ ହେବ ସମ୍‌ ଅଲଟିମେଟ ମେଡିକେୟାରରେ ଚିକିିତ୍ସିତ...

ବିଦ୍ୟାଳୟ ନିକଟ ରାସ୍ତା କର୍ଦ୍ଦମାକ୍ତ, ମରାମତି ଦାବି

ବୋଲଗଡ଼,୧୧ା୭(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତସ୍ଥିତ ମା’ ଯୋଗମାୟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଯାଇଥିବା ରାସ୍ତାଟି ବର୍ଷା ଯୋଗୁ ଅତି କର୍ଦ୍ଦମାକ୍ତ ଅବସ୍ଥାରେ ରହିଛି।...

ରାଜ୍ୟରୁ ପୁଣି ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୦୮୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଅଙ୍ଗଦାନ କରି ୬ ଜୀବନ ବଞ୍ଚାଇଥିଲେ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସୁରଜଙ୍କ ପରିବାର

ଭଞ୍ଜନଗର,୧୦।୧୧(ଡି.ଏନ.ଏ)- ଭଞ୍ଜନଗର ସହରତଳି ଲଣ୍ଡେଇସାହି ଚ୍ଛେଦାଭୁମି ରୋଡ଼ର ବାବୁଲି ସେଠୀଙ୍କ ପୁଅ ସୁରଜ ଗୁଜରାଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କ ବ୍ରେନ କୋମାକୁ...

ହାର୍‌ ମାନିନାହାନ୍ତି ପଞ୍ଚାନନ

ଭଦ୍ରକ ଅଫିସ,୩।୧୨: ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍‌ ମାନିଛି ଅକ୍ଷମତା। ମନୋବଳ ଦୃଢ଼ ଥିଲେ ସବୁକିଛି ସମ୍ଭବ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ...

ଘରକୁ ଫେରିଲେ ହବିଷିଆଳି

ପୁରୀ ଅଫିସ, ୯।୧୧: ଗୋଟିଏ ମାସ କାର୍ତ୍ତିକ ବ୍ରତର ହବିଷ ସାରିବା ପରେ ସୋମବାର ନିଜ ନିଜ ଘରକୁ ଫେରିଛନ୍ତି ହବିଷିଆଳିମାନେ। ପୂର୍ବାହ୍ନରେ ଜିଲାପାଳ ସମର୍ଥ...

ସିଲ୍‌ଜୋରା, କାଳିମାଟି ଖଣି ହାତେଇଲେ ଓଡ଼ିଆ ଖଣି ବ୍ୟବସାୟୀ

ଭୁବନେଶ୍ୱର,୧୪।୨(ବ୍ୟୁରୋ): କେନ୍ଦୁଝର ଜିଲା ଅନ୍ତର୍ଗତ ସିଲ୍‌ଜୋରା ଏବଂ କାଳିମାଟି ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣିକୁ ଓଡ଼ିଆ ଖଣି ବ୍ୟବସାୟୀ ଦେବବ୍ରତ ବେହେରା ହାତେଇଛନ୍ତି। ଗୁରୁବାର ଚାଲିଥିବା...

ମହୁଲ ଗୋଟାଉଛନ୍ତି ରୌପ୍ୟ ବିଜେତା ତୀରନ୍ଦାଜ

ଏମ୍‌ଭି ୭୯,୧୯ା୪(ଡି.ଏନ.ଏ.): ଦିନେ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ତୀରନ୍ଦାଜୀରେ ଦେଶ ତଥା ରାଜ୍ୟ ପାଇଁ ରୌପ୍ୟ ପଦକ ଜିତି ସେ ଆଣିଥିଲେ ଗୌରବ। ଆଗକୁ...

Advertisement
Archives

Model This Week