ଶକ୍ତିମନ୍ତ୍ରୀଙ୍କ ଘୋଷଣାକୁ ବିରୋଧ:ସ୍ମାର୍ଟ ସିଟିରେ ପ୍ରଥମେ ଲାଗୁ ସ୍ମାର୍ଟ ମିଟର

ସମ୍ବଲପୁର,୨୧।୮(ବ୍ୟୁରୋ): ଏଣିକି ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ରାଜ୍ୟରେ ସ୍ମାର୍ଟ ପ୍ରିପେଡ୍‌ ମିଟର ଲଗାଯିବ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାରୁ ଏହା ଆରମ୍ଭ କରାଯିବ। ସୋମବାର ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏହି ଘୋଷଣା କରିଥିଲେ। ତେବେ ମନ୍ତ୍ରୀଙ୍କ ଏହି ଘୋଷଣାକୁ ସମ୍ବଲପୁରରେ ତୀବ୍ର ବିରୋଧ କରାଯାଇଛି। ସ୍ମାର୍ଟ ସିଟି ଭୁବନେଶ୍ୱରରେ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ସ୍ମାର୍ଟ ପ୍ରିପେଡ୍‌ ମିଟର ବ୍ୟବହାର କରାଯାଉ। ସେଠାରେ ସବୁ ସ୍ମାର୍ଟ ବ୍ୟବସ୍ଥା ରହିଛି। ତେଣୁ ମିଟିର ମଧ୍ୟ ଲଗାଯିବା କଥା। ପ୍ରଥମେ କାହିଁକି ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାକୁ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇଛି। ପଶ୍ଚିମ ଓଡ଼ିଶାକୁ ସବୁ ସମୟରେ ଅବହେଳା କରାଯାଉଛି। ସବୁ ନିୟମ ଏଠାରୁ ଆରମ୍ଭ କରାଯାଉଛି। ଏହାଦ୍ୱାରା ପଶ୍ଚିମ ଓଡ଼ିଶାବାସୀଙ୍କୁ ହଇରାଣ କରିବାକୁ ସରକାର ଯୋଜନା କରୁଛନ୍ତି। କୌଣସି ଯୋଜନା କଲେ ପ୍ରଥମେ ଉପକୂଳ ଓଡ଼ିଶାରେ କାହିଁକି ଲାଗୁ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ସମ୍ବଲପୁର ଜିଲା ଓକିଲ ସଂଘ। ମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସ୍ମାର୍ଟ ମିଟର ଲଗାଗଲେ ବିଦ୍ୟୁତ୍‌ ଚୋରି ରୋକାଯାଇପାରିବ। ଏହାର ଅର୍ଥ ସମ୍ବଲପୁରର ଉପଭୋକ୍ତାମାନେ ବିଦ୍ୟୁତ୍‌ ଚୋରି କରୁଛନ୍ତି। ପରୋକ୍ଷ ଭାବେ ମନ୍ତ୍ରୀ ଜିଲାବାସୀଙ୍କୁ ଚୋର ବୋଲି କହିଛନ୍ତି। ଏଥିପାଇଁ ମନ୍ତ୍ରୀ ମିଶ୍ର ତୁରନ୍ତ କ୍ଷମା ମାଗନ୍ତୁ। ନଚେତ୍‌ ଆଗାମୀ ଦିନରେ ମନ୍ତ୍ରୀ ଓ ସରକାର ଓକିଲ ସଂଘର ବିରୋଧର ସମ୍ମୁଖୀନ ହେବେ ବୋଲି ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ ଜିଲା ବାର୍‌ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ସେ ଆହୁରି କହିଲେ ଯେ ମନ୍ତ୍ରୀ ମିଶ୍ର ପ୍ରଥମେ ନିଜ ବିଧାନସଭା କ୍ଷେତ୍ର ଓ ଜିଲାରେ ଏହି ବ୍ୟବସ୍ଥା ଲାଗୁ କରି ଉଦାହରଣ ସୃଷ୍ଟି କରନ୍ତୁ। ହୀରାକୁଦ ଡ୍ୟାମ୍‌ ନିର୍ମାଣ ସମୟରେ ଜିଲାବାସୀ ବିସ୍ଥାପିତ ହୋଇଛନ୍ତି। ସେମାନେ ଘର, ଜମି ସବୁ ହରାଇଛନ୍ତି। ଅନେକ ଲୋକଙ୍କୁ ଆଜିପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ। ହୀରାକୁଦ ଡ୍ୟାମ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ତେଣୁ ଏଠାକାର ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇଦେବା କଥା। ସରକାର ତାହା ନ କରି ଓଲଟି ସ୍ମାର୍ଟ ପ୍ରିପେଡ୍‌ ମିଟର ଲଗାଇ ଜିଲାବାସୀଙ୍କୁ ହଇରାଣ କରିବାକୁ ଯୋଜନା କରିଛନ୍ତି ବୋଲି ପ୍ରଧାନ ଅଭିଯୋଗ କରିଥିଲେ। ସରକାର ତୁରନ୍ତ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। ନଚେତ୍‌ ଆନ୍ଦୋଳନର ସାମ୍ନା କରିବାକୁ ପ୍ରସ୍ତୁତ ରହନ୍ତୁ ବୋଲି ସେ ଚେତାବନୀ ଦେଇଥିଲେ।
ମନ୍ତ୍ରୀ ମିଶ୍ରଙ୍କ ଏହି ଘୋଷଣାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ମଧ୍ୟ ବିରୋଧ କରିଛି। ମଞ୍ଚ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏଡିଏମ୍‌ ଅଜୟ କୁମାର ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri