ଶକ୍ତିମନ୍ତ୍ରୀଙ୍କୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘର ଦାବିପତ୍ର

ଭବାନୀପାଟଣା,୧୧।୮(ଡି.ଏନ.ଏ.)
ଭବାନୀପାଟଣା ସହରସ୍ଥିତ ସର୍କିଟ ହାଉସଠାରେ ଓଡିଶା ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟି ୪ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ସପ୍ତମ ବେତନ କମିସନ ବକେୟା ରାଶି ଆସନ୍ତା ନୂଆଁଖାଇ ପୂର୍ବରୁ ପ୍ରଦାନ କରିବା, ବିଦ୍ୟୁତ କ୍ଷେତ୍ରରେ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ପ୍ରତି ସର୍କଲରେ ସୁରକ୍ଷା ଅଫିସର ନିଯୁକ୍ତି କରିବା, ବିଦ୍ୟୁତ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବା, ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ମନ୍ତ୍ରୀ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ସହସମ୍ପାଦକ ଦୁର୍ଗାମାଧବ ପଣ୍ଡା, ନିଗମାନନ୍ଦ ଦାସ, ଅଖିଳ ପାଣିଗ୍ରାହୀ, ଅରୁଣ ମହାନ୍ତି, ଡିଭିଜନ ସମ୍ପାଦକ ଭବାନୀଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେଲ ମାରିଛେ ଜଲ ଯୋଗାଣ ପ୍ରକଳ୍ପ

ରିଷିଡା, ୧୩।୩ (ଡି.ଏନ୍‌.ଏ.)-  କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାକେ ପାଇପ ପାଏନ୍‌ ଯୁଗେଇ ଦେବାର ଲାଗି ତେଲନଦୀରୁ ବେବସ୍‌ତା କରାଯାଇଛେ। ସେନ୍‌ତା ପାଏନ୍‌ ରଖବାର...

ଫିଦିନିଅଁ। ରାସ୍‌ତା ଅଭାବ: ଖେତ୍‌ ଆଡ଼ିରେ ଯାଆସ କରୁଛନ୍‌ ଛାତ୍ରୀଛାତ୍ର

କୋକସରା,୧୩ା୮(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଲପାଲି ପଁଚେତ୍‌ ଅଧୀନ ପାଣିଗଁା ଶବରପଡ଼ାକେ ଆଏଜ୍‌ ବି ଫିଦିନିଅଁା ରାସ୍‌ତା ନଁାଇଁନ। ଇ ଗଁାରେ ୩୦...

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା

ଭବାନୀପାଟଣା,୨୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସର ଶେଷ ସୋମବାର ସମସ୍ତ କୋର୍ଟ ବର୍ଜନ କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ...

ଚାଷୀଙ୍କ ବକେୟା ଅର୍ଥ, ଏଫସିଆଇ ଚାଉଳ ଉଠାଇବାରେ ଅବହେଳା: ବିଜେଡିର ଗଣଧାରଣା

କେସିଙ୍ଗା,୨୦।୭(ଡି.ଏନ୍‌.ଏ.): କଳାହାଣ୍ଡି ବିଜୁ ଜନତାଦଳ ପକ୍ଷରୁ କେସିଙ୍ଗାସ୍ଥିତ ଭାରତୀୟ ଖାଦ୍ୟ ନିଗମ ଡିପୋ ସମ୍ମୁଖରେ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ଚାଷୀଙ୍କ ବକେୟା ଅର୍ଥ ଓ ଏଫସିଆଇ...

ଆସିଥିଲେ ସମ୍ପର୍କୀୟ ଘରକୁ ବୁଡ଼ିଗଲେ ପୋଖରୀରେ

ଜୁନାଗଡ଼,୧୧।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହର ହିଙ୍ଗଲିବାହାଲି ସ୍ଥିତ ପୋଖରୀରେ ବୁଡି ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ହେଲେ କୋକସରା ଥାନା ଝାରକୁଣ୍ଡାମାଲ...

ଜାନୁୟାରୀ ୧୧ରେ ନବୋଦୟ ପରୀକ୍ଷା

ଭବାନୀପାଟଣା,୨୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ।...

କଳାହାଣ୍ଡି ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚର ବିକ୍ଷୋଭ

ଭବାନୀପାଟଣା,୨୯।୮(ଡି.ଏନ.ଏ.): କଳାହାଣ୍ଡି ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ୱେସ୍କୋ ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ନୂଆପଡ଼ାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ

ନୂଆପଡ଼ା ଅଫିସ,୯।୪: କଳାହାଣ୍ଡି ପରେ ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ସେବା ପାଇଁ କଟକ ବଡମେଡିକାଲ...

Advertisement
Archives

Model This Week