ଲୋକ ସଭାରେ ସ୍ପଷ୍ଟ କଲେ ଗଡ଼କରୀ: ଉନ୍ନତ ସଡ଼କ ଚାହୁଁଥିଲେ ଟୋଲ୍‌ ଟିକସ ଦେବାକୁ ହେବ

ନୂଆଦିଲ୍ଲୀ,୧୬-୭: ଟୋଲ୍‌ ଟିକସ ଆଦାୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ସରକାରଙ୍କ ମତ ସ୍ପଷ୍ଟ କରିଛନ୍ତି। ଉନ୍ନତ ସଡ଼କ ଚାହୁଁଥିଲେ ଜନତାଙ୍କୁ ଜୀବନ ସାରା ଟୋଲ୍‌ ଟିକସ ଦେବାକୁ ପଡିବ ବୋଲି ସେ କହିଛନ୍ତି। ଟୋଲ୍‌ ରାଶି କମ୍‌ ଅଥବା ଅଧିକ ହୋଇପାରେ। ସେ କହିଛନ୍ତି ଯେ, ଟୋଲ୍‌ର ଜନ୍ମଦାତା ସେ ନିଜେ। ମଙ୍ଗଳବାର ଲୋକ ସଭାରେ ବଜେଟରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ଅନୁଦାନ ନେଇ ଆଗତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଗଡ଼କରୀ। ସେ କହିଛନ୍ତି ଯେ, ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଏଣୁ ଉନ୍ନତ ସଡ଼କ ନିର୍ମାଣ କରିବାକୁ ହେଲେ ଅର୍ଥ ଆବଶ୍ୟକ। ଏଥିପାଇଁ ସମସ୍ତଙ୍କୁ ଟୋଲ୍‌ ଟିକସ ଦେବାକୁ ହେବ। ତାଙ୍କର କହିବାନୁଯାୟୀ, ସରକାର ୨୨ ଗ୍ରିନ୍‌ ଏକ୍ସପ୍ରେସ୍‌ଓ୍ବେ ନିର୍ମାଣ କରୁଛନ୍ତି। ତନ୍ମଧ୍ୟରୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ଓ୍ବେ ଅନ୍ୟତମ। ଏହି ସଡ଼କପଥ ନିର୍ମାଣ ପରେ ଦିଲ୍ଲୀରୁ ମାତ୍ର ୧୨ ଘଣ୍ଟାରେ ମୁମ୍ବାଇରେ ପହଞ୍ଚତ୍ ହେବ। ସେ କହିଛନ୍ତି ଯେ, ଏନ୍‌ଡିଏ ସରକାର ଗତ ୫ ବର୍ଷରେ ୪୦ ହଜାର କିମି ଜାତୀୟ ରାଜପଥ ନିର୍ମାଣ କରିଛନ୍ତି। ଟୋଲ୍‌ ଅର୍ଥରେ ଗ୍ରାମାଞ୍ଚଳ ତଥା ପାହାଡିଆ ସ୍ଥାନରେ ରାସ୍ତା ତିଆରି କରାଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସବୁଠାରୁ ଦାମୀ ଫ୍ଲାଟ୍‌ କିଣିଲେ ଏହି ବ୍ୟବସାୟୀ

ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ ନିଜର ଏକ ଘର ହେଉ। ତେବେ ଏହି ସ୍ବପ୍ନ ପୂରଣ କରିବା ପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଲେ...

ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧୩.୯୩%କୁ ହ୍ରାସ

ନୂଆଦିଲ୍ଲୀ,୧୭।୮: ଚଳିତ ବର୍ଷ ଜୁଲାଇ ପାଇଁ ଭାରତର ହୋଲ୍‌ସେଲ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ୧୩.୯୩ % କୁ ହ୍ରାସ ପାଇଛି। କାରଣ ଏହି ସମୟରେ ପନିପରିବା,...

ବିଏସ୍‌-୬ ପ୍ରମାଣପତ୍ର ଲାଭକଲା ହିରୋ

ନୂଆଦିଲ୍ଲୀ,୧୫-୬ : ହିରୋ ମୋଟୋକର୍ପ ଦେଶର ପ୍ରଥମ କମ୍ପାନୀ ଭାବେ ଏହାର ଦୁଇ ଚକିଆ ଯାନ ଲାଗି ବିଏସ୍‌-୬ ପ୍ରମାଣପତ୍ର ଲାଭ କରିଛି। କମ୍ପାନୀର ସ୍ପ୍ଲେଣ୍ଡର...

ମଦ ମହଙ୍ଗା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଲକୋହଲ ଉପରେ ୧୦୦ ପ୍ରତିଶତ କୃଷି ସେସ୍‌ ଲାଗୁ କରାଯାଇଥିବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏହା...

ଫିକିର ଉପସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ,୨୦।୧୨: ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଉଥିବା ସଂସ୍ଥା ଫେଡେରେଶନ ଅଫ ଇଣ୍ଡିଆନ୍‌ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି...

ଜୁନ୍‌ରୁ ଗଡିବ ୨୦୦ ଅଣଏସି ଟ୍ରେନ

ନୂଆଦିଲ୍ଲୀ,୨୦।୫ – ଜୁନ୍‌ ପହିଲାରୁ ସାରା ଦେଶରେ ୨୦୦ ସ୍ବତନ୍ତ୍ର ଅଣ ଏସି ପାସେଞ୍ଜର ଟ୍ରେନ ଚଳାଚଳ କରିବ। କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ...

ଭାରତ ବଜାର ଛାଡ଼ିବ ଏୟାର ଏସିଆ; ସମ୍ପୂର୍ଣ୍ଣ ଅଂଶଧନ ଟାଟାକୁ ବିକିପାରେ

ନୂଆଦିଲ୍ଲୀ: ସୁଲଭ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଭାରତ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। କରୋନା ଯୋଗୁ ବିମାନ ଚଳାଚଳ କ୍ଷେତ୍ର...

ଏଲ୍‌ଏନ୍‌ଜିକୁ ଏଲ୍‌ଏମ୍‌ଓ ଟ୍ୟାଙ୍କରରେ ପରିଣତ କଲା ଆଇଓସିଏଲ୍‌

ଭୁବନେଶ୍ୱର,୨୯।୪: ମେଡିକାଲ ଅକ୍ସିଜେନ ଯୋଗାଣକୁ ନଜରରେ ରଖି ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ପକ୍ଷରୁ ଏହାର ଅବ୍ୟବହୃତ ଏଲ୍‌ଏନ୍‌ଜି ଟ୍ୟାଙ୍କରକୁ ମେଡିକାଲ ଅକ୍ସିଜେନ ଟ୍ୟାଙ୍କର...

Advertisement
Archives

Model This Week