ଲୋକେ ପିଉଛନ୍ତି ଗୋଳିଆ ପାଣି

ଗଣିଆ, ୧୧।୮(ଡି.ଏନ.ଏ.)-ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାରଙ୍କ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି। ପ୍ରକଳ୍ପ ନିର୍ମାଣ,ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ରାଜକୋଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯିବା ସହ ରକ୍ଷଣାବେକ୍ଷଣ ଓ ମରାମତି ଅଭାବ ଯୋଗୁ କେଉଁଠି ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିରହିଛି ତ ଆଉ କେଉଁଠି ପାଇପ୍‌ରେ ଗୋଳିଆ ପାଣି ଆସୁଥିବା ଦେଖିବାକୁ ମିଳୁଛି ।

ବ୍ୟତିକ୍ରମ ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ଈଶ୍ୱରପୁର,ମସ୍କାଝୋଲା ଓ ବେଣ୍ଟପଡା ଗ୍ରାମରେ ଦେଖିବାକୁ ମିଳିଛି । ଏହି ୩ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଈଶ୍ୱରପୁର ଗ୍ରାମର ମହାନଦୀ କୂଳରେ ଏକ ଇନଟେକ୍‌ ୱେଲ ନିର୍ମାଣ କରାଯାଇଛି । ଗତ ୮ ବର୍ଷ ତଳେ ଇନଟେକ୍‌ ୱେଲ ନିକଟରେ ଜଳ ବିଶୋଧନ ପାଇଁ ଷ୍ଟେନର ପକାଯାଇଥିବା କାର୍ଯ୍ୟ ନିମ୍ନମାନର ହୋଇଛି। ଏଥିଯୋଗୁ ଷ୍ଟେନର ଠିକ୍‌ ଭାବେ କାର୍ଯ୍ୟକରୁ ନ ଥିବା ଦେଖାଯାଇଛି । ଫଳରେ ଗତ ୩ ବର୍ଷ ଧରି ବର୍ଷାଋତୁରେ ମହାନଦୀରେ ବନ୍ୟାଜଳ ଆସିଲେ ଲୋକଙ୍କୁ ସେହି ଗୋଳିଆ ପାଣି ହିଁ ଯୋଗାଣ କରାଯାଉଛି । ଏହି ପାଣି ପିଇବା ଦ୍ୱାରା ଲୋକମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି। ଗୋଳିପାଣିକୁ ବିଶୁଦ୍ଧ ଓ ସଫା କରିବା ପାଇଁ ବ୍ଲିଚିଂ ଓ ଆଲମ ପକାଇବାର ବ୍ୟବସ୍ଥା ଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ କେହି ଧ୍ୟାନ ଦେଉ ନ ଥିବା କୁହନ୍ତି ବେଣ୍ଟପଡା ଗ୍ରାମର ଭାଗୀରଥି ବେହେରା । ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଭ୍ରାଶୁଂ ରଣାଙ୍କୁ ପଚାରିବାରୁ ବର୍ଷାଋତୁରେ ମରାମତି କରିବା ସମ୍ଭବପର ନୁହେଁ । ଇନଟେକ୍‌ ୱେଲ୍‌ରେ ବ୍ଲିଚିଂ ଓ ଆଲମ ପକାଇବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରାଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋମ ଖଣିରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ: ‘ଜିଲା ପ୍ରଶାସନ ନିଷ୍ପତ୍ତି ଏକପାଖିଆ’

କାଳିଆପାଣି/ସୁକିନ୍ଦା,୨୨।୮(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ ଥମିବାର ନାମ ଧରୁନି। ଏହାର ସମାଧାନ ନେଇ ମଙ୍ଗଳବାର ସୁକିନ୍ଦା...

ରାତିରେ ଚାଲିଥିଲା ଜୁଆଆଡ୍ଡା: ୧୦ଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୪।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ପୋଲିସ ମଙ୍ଗଳବାର ରାତିରେ ସ୍ଥାନୀୟ ଷ୍ଟେଶନ ରୋଡ଼ରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲା। ସେଠାରୁ ୧୦...

ଓଡ଼ିଶା କଳା, ହସ୍ତଶିଳ୍ପର ଚମତ୍କାର ରାଜ୍ୟ: ମୁଖ୍ୟମନ୍ତ୍ରୀ

ଯାଜପୁର ଅଫିସ/ଯାଜପୁର ରୋଡ୍‌,୨୧ା୧: ଯାଜପୁର ଜିଲା ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଶୁକ୍ରବାର ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ...

କଟକଣା ଭିତରେ ରଜ ପାଳନ

ଖଇରା, ୧୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ରଜ କଟକଣା ମଧ୍ୟରେ ପାଳନ କରାଯାଉଛି ା ଝିଅମାନେ ସାମାଜିକ କଟକଣା ମଧ୍ୟରେ ଦୋଳି ଖେଳୁଥିବା ବେଳେ...

ଶିକ୍ଷକରୁ ପ୍ରଶାସକ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ...

ହାଟ୍ରିକ୍‌ କଲେ ନମିତା

କୋରାପୁଟ,୧୨ା୩(ସ୍ବ.ପ୍ର.): କୋରାପୁଟ ବ୍ଲକ ଅଧ୍ୟକ୍ଷା ଭାବେ ନମିତା ମାଝି ହାଟ୍ରିକ କରିଛନ୍ତି। ନମିତା ୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାଯାଇଛି। ଶନିବାର ମଧ୍ୟାହ୍ନରେ...

ନୂଆ କଂକ୍ରିଟ୍‌ ରାସ୍ତା ଫଟାଇ ମରାମତି

ଯାଜପୁର ଅଫିସ,୨ା୧୨:ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌର ପରିଷଦରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ କର୍ମଚାରୀଙ୍କ ରାଜୁତି ଚାଲିଥିବା ଅଭିଯୋଗ ହେଉଛି। କେବଳ ପରିମଳ...

ବର୍ଷା ନେଲା ୩ ଜୀବନ

କେନ୍ଦ୍ରାପଡ଼ା ଅଫିସ୍‌,୧୩।୯: କେନ୍ଦ୍ରାପଡା ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବଙ୍ଗୋପସାଗରରେ ଲଘୁପାତଜନିତ ବର୍ଷା ବିପତ୍ାତ କେନ୍ଦ୍ରାପଡା ଜିଲାରେ ପ୍ରଭାବ ପକାଇଛି ା ଲଗାଣ...

Advertisement
Archives

Model This Week