Posted inଜାତୀୟ

ଲୋକସଭାରେ ହଙ୍ଗାମା ପରେ କଂଗ୍ରେସର ୭ଏମ୍‌ପିଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫।୩: ସଂସଦରେ ଲଗାତାର ହେଉଥିବା ହଟ୍ଟଗୋଳ ଯୋଗୁ ଲୋକ ସଭା ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର କଂଗ୍ରେସର ୭ଜଣ ଏମ୍‌ପିଙ୍କୁ ଲୋକ ସଭା ବାଚସ୍ପତି ନିଲମ୍ବିତ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗୁରୁବାର ଗୃହରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଉକ୍ତ ଏମ୍‌ପି ବାଚସ୍ପତିଙ୍କ ନିକଟକୁ ଯାଇ ପୋଡିୟମ୍‌ରେ ହୋହାଲ୍ଲା କରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଥିସହ ପୋଷ୍ଟର ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଗୃହରେ ଶାନ୍ତି ରକ୍ଷା କରିବା ପାଇଁ ବାଚସ୍ପତି ସେମାନଙ୍କୁ ବୁଝାଇବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ କଥାକୁ କେହି କର୍ଣ୍ଣପାତ କରି ନ ଥିଲେ। ଫଳରେ ଶାନ୍ତି ରକ୍ଷା ପାଇଁ ବାଚସ୍ପତି ଓମ୍‌ ବିର୍ଲା ଗୌରବ ଗୋଗୋଇ, ଟିଏମ୍‌ ପ୍ରଥପନ, ଡିନ୍‌ କୁରିକୋସ୍‌, ଆର୍‌. ଉନ୍ନିଥନ୍‌, ମାନିକମ୍‌ ଟାଗୋର, ବେନି ବେନାନ ଓ ଗୁରଜିତ ସିଂହ ଓଜଲାଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ, ଗତ ୩ ଦିନ ଧରି ନିଲମ୍ବିତ ହୋଇଥିବା ଏମ୍‌ପି ଗୃହରେ ହୋହାଲ୍ଲା କରିବା ସହ କାର୍ଯ୍ୟରେ ବାଧା ପକାଉଥିଲେ। ଫଳରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନ ହୋଇପାରି ଗୃହକୁ ବାରମ୍ବାର ମୁଲତବି ରଖାଯାଉଥିଲା। ଏଥିଯୋଗୁ ଗୃହର ଅନ୍ୟ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ସିଜେନ ଅଭାବରୁ କାହାକୁ ମରିବାକୁ ଦେବୁ ନାହିଁ – କେଜରିଓ୍ବାଲ

ନୂଆଦିଲ୍ଲୀ, ୬ା୫ : ଯଦି କେନ୍ଦ୍ର ସରକାର ଆମକୁ ଆବଶ୍ୟକ ପରିମାଣର (ପ୍ରତ୍ୟେକ ଦିନ ୭୦୦ ଟନ) ଅକ୍ସିଜେନ ଯୋଗାନ୍ତି, ତେବେ ଦିଲ୍ଲୀରେ ଅକ୍ସିଜେନ ଅଭାବରୁ...

ଜ୍ଞାନବାପି ମାମଲା, ୨୬ ମେ’ରେ ଶୁଣାଣି…

ବାରାଣସୀ, ୨୪।୫ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜ୍ଞାନବାପି ମାମଲାର ଶୁଣାଣି ବାରାଣସୀର ଜିଲା ଜଜଙ୍କ କୋର୍ଟରେ ଅନୁଷ୍ଠିତ ହୋଇଥିଲା। ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ...

ବାପାଙ୍କ ମୃତଦେହ ଦେଖିବାକୁ ୫୧ ହଜାର

କୋଲକାତା, ୧୧ା୮: ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମରଶରୀର ଦେଖିବା ପାଇଁ ତାଙ୍କ ପୁଅଙ୍କଠାରୁ କର୍ତ୍ତୃପକ୍ଷ ୫୧ ହଜାର...

୫ମାସ ପରେ ଭାଜପା ନେତା ଚିନ୍ମୟାନନ୍ଦଙ୍କୁ ମିଳିଲା ଜାମିନ

ପ୍ରୟାଗରାଜ,୩।୨: ଉତ୍ତରପ୍ରଦେଶ ଶାହଜହାଁପୁରର ଲ’ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜାମିନ ମିଳିଛି।...

ନିନ୍ଦା କଲା ଭାରତ

ନୂଆଦିଲ୍ଲୀ,୨୭।୮: କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ମାରାତ୍ମକ ବୋମା ବିସ୍ଫୋରଣକୁ ଭାରତ ଦୃଢ ନିନ୍ଦା କରିଛି। ଭାରତ କହିଛି ଯେ, ଏହି ବିସ୍ଫୋରଣ ପୁଣି ଥରେ...

ଏମ୍‌ପିଙ୍କ ଘରେ ହାଇଭୋଲଟେଜ୍‌ ଡ୍ରାମା: ହାତ କାଟିଲେ ବୋହୂ

ଲକ୍ଷ୍ନୌ,୧୫।୩: ଭାଜପା ଏମ୍‌ପି କୌଶଳ କୁମାରଙ୍କ ପରିବାରରେ ହାଇଭୋଲଟେଜ୍‌ ଡ୍ରାମା ଚାଲିଛି। ଏବେ ତାଙ୍କ ବୋହୂ ଶାଶୁ ଘର ଆଗରେ ନିଜ ହାତ କାଟିଛନ୍ତି। ଆତ୍ମହତ୍ୟା...

ବିଧାୟକ ଭାବେ ଶପଥ ନେଲେ କମଲନାଥ

ଭୋପାଳ,୧୦।୬: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ଏନ୍‌.ପି. ପ୍ରଜାପତି ତାଙ୍କୁ ଶପଥ ପାଠ କରାଇଛନ୍ତି।...

ମଧ୍ୟ ପ୍ରଦେଶ କଂଗ୍ରେସରେ ଫାଟ: ଜ୍ୟୋତିରାଦିତ୍ୟଙ୍କ ପାଇଁ ଦଳ ଛାଡି ପାରନ୍ତି ୫ଶହ କର୍ମୀ

ଭୋପାଳ,୩୦।୮:  ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଚାଲିଛି ଟଣା ଓଟରା। ଏହି ପଦରେ ଜଣେ ଆଦିବାସୀ ନେତାଙ୍କୁ ଚୟନ କରିବାକୁ କେତେଜଣ...

Advertisement
Archives

Model This Week