ଲୋକଙ୍କ ସମସ୍ୟା ବୁଝିବାକୁ ୯ କି.ମି. ଚାଲିଲେ ବିଡିଓ

ଦଶପଲ୍ଲା,୨୨ା୧୦(ଡି.ଏନ.ଏ.): ରାଜ୍ୟ ସରକାର ଚଳିତମାସ ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଆଧାରରେ ରାଜନେତାଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟ କରୁଛନ୍ତି। ଲୋକଙ୍କ ନିକଟତର ହୋଇ ସେମାନଙ୍କ ସୁବିଧାଅସୁବିଧା ବୁଝିବା ଉଦ୍ଦେଶ୍ୟରେ ଏହି ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ସୋମବାର ନୟାଗଡ଼ ଜିଲା ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ଲୋକଙ୍କ ସମସ୍ୟା ବୁଝିବା ପାଇଁ ବଣଜଙ୍ଗଲ ମଧ୍ୟରେ ୯କି.ମି. ଚାଲିଥିଲେ। ତାଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଆଦିବାସୀ ଅଧ୍ୟ୍ୟୁଷିତ ଟାକେରା ପଞ୍ଚାୟତର ପାନାବାରୀ ଓ ତାବେରା ଗ୍ରାମକୁ ଚାଲି ଚାଲି ଯାଇଥିଲେ। ସକାଳ ୮ଟା ୪୦ରେ ସେମାନେ ବାହାରି ପୂର୍ବାହ୍ନ ୧୧ଟାରେ ଉକ୍ତ ସ୍ଥାନରେ ପହଞ୍ଚତ୍ଥିଲେ। ବିଡିଓ ଉକ୍ତ ୨ଗୋଟି ଗ୍ରାମର ବାସିନ୍ଦାଙ୍କୁ ଏକତ୍ରିତ କରି ଏକ ସଭା କରିଥିଲେ। ସଭାରେ ଲୋକମାନଙ୍କର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ତୁରନ୍ତ ଏହାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗମନାଗମନ ପାଇଁ ରାସ୍ତାଟିଏ ନ ଥିବାରୁ ସେଥିପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରି ବ୍ୟୟ ଅଟକଳ ମଞ୍ଜୁର କରାଇବାକୁ ବିଡିଓ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅଧିକାରୀମାନେ ସେଠାରୁ ୫ଟାରେ ବାହାରି ସନ୍ଧ୍ୟା ୭ଟାରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ବିଡିଓଙ୍କର ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା କୋଇଲାର ଚାଲାଣପଥ ଏବେ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୮ା୨: ବନ୍ୟଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା...

ସ୍ନାନବେଦୀରେ ମହାବାହୁଙ୍କ ମହାସ୍ନାନ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୭ ସୁବାସିତ ଗରା...

ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ

ଜହ୍ନାପଙ୍କ, ୨୦।୩ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖି, ନିଅଁ।ସି, ଦିବ୍ୟାଙ୍ଗମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଆବାସ, ବିଜୁ ପକାଘର ଯୋଜନାରେ...

ବଲିଉଡ୍‌ ଫିଲ୍ମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ମୁଖ୍ୟ କ୍ରିଷ୍ଣା ରେଡ୍ଡୀ

କଟକ ଅଫିସ,୧୫।୩: ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ କ୍ରିଷ୍ଣା ରେଡ୍ଡୀଙ୍କୁ ମିଳିଛି ବଲିଉଡ୍‌ ଟିକେଟ୍‌। ଏକ ରିୟଲିଟି ସୋ’ରେ ଭାଗ ନେବା ସହ ନିଜ ନୃତ୍ୟ...

ରାଜ୍ୟ ବାହାରୁ ଆସିବେ ୧୭ ହଜାର ଶ୍ରମିକ

ଅନୁଗୋଳ ଅଫିସ, ୨୮।୪ ଅନୁଗୋଳ ଜିଲାକୁ ରାଜ୍ୟ ବାହାରୁ ଆସିବାକୁ ଥିବା ୧୭ ହଜାର ଲୋକଙ୍କୁ କିପରି ସଙ୍ଗରୋଧରେ ରଖାଯିବ ସେ ନେଇ ଜିଲା ପ୍ରଶାସନ...

ହାଇଓ୍ବା,ବସ୍‌ ମୁହାଁମୁହିଁ: ୧୭ଗୁରୁତର, ୩୨ଆହତ, ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜମନକିରା,୨୦।୩: ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ- କୁଚିଣ୍ଡା ରାସ୍ତାରେ ଶୁକ୍ରବାର ଦୁର୍ଘଟଣା ଘଟି ୧୭ ଗୁରୁତର ଥିବା ବେଳେ ୩୨ ଆହତ ହୋଇଛନ୍ତି। ଏକ...

ସୁନ୍ଦରଗଡ଼ ବିଧାନସଭା: ଯୋଗେଶ ସିଂ ପଛୁଆ

ସୁନ୍ଦରଗଡ଼,୨୩।୫: ସୁନ୍ଦରଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ କୁସୁମ ଟେଟେ ଆଗୁଆ ଅଛନ୍ତି। ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା କୁସୁମ ୭୮୧୭ ଭୋଟ ପାଇଥିବାବେଳେ...

ଆଗକୁ ରଥଯାତ୍ରା: ପୁରୀରେ କରାଯିବ ବ୍ୟାପକ ଟିକାକରଣ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ଆଉ କିଛିଦିନ ପରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ତେଣୁ ପୁରୀରେ ଅଧିକ ଟିକାକରଣ...

Advertisement
Archives

Model This Week