ଲୁଟିଥିବା ମୂର୍ତ୍ତି ରଖିପାରିଲେନି : ମନ୍ଦିରରେ ରଖି ଲୁଟେରା ଫେରାର

ଢେଙ୍କାନାଳ ଅଫିସ, ୨୫।୫- ଢେଙ୍କାନାଳ ସଦର ଥାନା ଅଧୀନ ହରିପୁର-ବେଶାଳିଆ ଗ୍ରାମ ନିକଟ ସବୁଜିମାଭରା ପାହାଡ଼ ଖୋଲ ମଧ୍ୟରେ ପୂଜା ପାଉଥିବା ଶ୍ରୀମହାକାଳେଶ୍ୱର ଶୈବପୀଠରୁ ଲୁଟ୍‌ ହୋଇଥିବା ପ୍ରାଚୀନ ମୂର୍ତ୍ତି ଶନିବାର ମିଳିଛି। ଲୁଟେରାମାନେ ମୂର୍ତ୍ତି ସମେତ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ ମଧ୍ୟ ନିଜ ପାଖରେ ବେଶିଦିନ ରଖିପାରି ନ ଥିଲେ। ସେମାନେ ପୁଣିଥରେ ଲୁଟ୍‌ ସାମଗ୍ରୀ ପୀଠରେ ରଖିଦେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଦୁଇ ମାସ ତଳେ ପୀଠରେ ପୂଜା ପାଉଥିବା ପିତଳ ନିର୍ମିତ ପ୍ରାଚୀନ ମୂର୍ତ୍ତି, ନାଗ, ଘଣ୍ଟ ଏବଂ ଅନ୍ୟାନ୍ୟ ଆସବାବପତ୍ର ଚୋରି ହୋଇଥିଲା। ଏ ନେଇ ଉକ୍ତ ସମୟରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ ଶନିବାର ଆଶ୍ଚର୍ଯ୍ୟଜନକ ଭାବେ ମନ୍ଦିର ନିକଟରୁ ଚୋରି ସାମଗ୍ରୀ ଠାବ କରାଯାଇଥିଲା। ଏହି ଘଟଣା ପ୍ରଚାରିତ ହେବାପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରୀ ମହାକାଳେଶ୍ୱରଙ୍କ ଅଲୌକିକ ମହିମା ଯୋଗୁ ଲୁଟେରାମାନେ ଚୋରି ସାମଗ୍ରୀ ଫେରାଇ ଦେଇଥିବା ସାମାଜିକ କର୍ମୀ ବିଷ୍ଣୁପ୍ରସାଦ ସାମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କ ଅନ୍ତିମ ସଂସ୍କାର କଲେ

ଅନୁଗୋଳ ସହର, ୩୦ା୧: ଅସହାୟ ଅବସ୍ଥାରେ ଉଦ୍ଧାର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମର ପ୍ରମୋଦ ନାଏକ(୫୦)ଙ୍କ...

ପୋଖରୀରେ ବୁଡ଼ି ବାଳକ ମୃତ, ନନ୍ଦିକା ଗ୍ରାମରେ ଶୋକାକୁଳ ପରିବେଶ

ଜଳେଶ୍ୱର, ୩ା୯-ଜଳେଶ୍ୱର ପୌରାଞ୍ଚଳର ୧୩ ନଂ. ୱାର୍ଡ଼ ନନ୍ଦିକା ଗ୍ରାମର ୯ବର୍ଷର ବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ...

ନାବାଳିକା ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୨୪।୯: ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌- ୨ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ଏକ ବଳାତ୍କାର ମାମଲାର ମଙ୍ଗଳବାର ଶୁଣାଣି...

ସଙ୍ଗରୋଧକାରୀଙ୍କୁ ପ୍ରାର୍ଥନା, ଯୋଗ କରିବାକୁ ପରାମର୍ଶ ଦେଉଛନ୍ତି ପ୍ରଧାନଶିକ୍ଷକ

ମାଲକାନଗିରି,୬ା୫ (ଡି.ଏନ୍‌.ଏ.): ଶ୍ରମିକଙ୍କୁ ବାହାର ରାଜ୍ୟରୁ ଫେରାଇ ଆଣିବା ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିବା ପରେ ମାଲକାନଗିରି ଜିଲାକୁ ପ୍ରତ୍ୟେହ ହଜାର ହଜାର ଶ୍ରମିକ...

କ୍ଷତିପୂରଣ ପ୍ରତିଶ୍ରୁତି ପରେ ହେଲା ଶବ ଦାହ

ରୂପ୍‌ସା/ବସ୍ତା/ଲଙ୍ଗଳେଶ୍ୱର, ୨୩।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସାର୍ଥା ଫାଣ୍ଡି ଅନ୍ତର୍ଗତ ଆଳୁମେଦା ଗ୍ରାମର ଯୁବକ ନୀଳକଣ୍ଠ ବେହେରା (୩୫) ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ...

ଦଳେଇପୁଟରେ ବୋମା ମାଡ଼

ଖୋର୍ଦ୍ଧା ଅଫିସ, ୧୩।୮: ଖୋର୍ଦ୍ଧା ସଦର ଥାନା ଅଧୀନ ଦଳେଇପୁଟ ଗ୍ରାମର ହୃଦାନନ୍ଦ ସ୍ବାଇଁଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି।...

ଥାନାଜଗିଛି ଅଚଳ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୧୭।୯- ମୟୂରଭଞ୍ଜ ଜିଲାରେ କିଛିଦିନ ହେବ ଅପରାଧ ମାମଲା ବୃଦ୍ଧି ପାଇଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚୋରି ଓ ଡକାୟତି ଭଳି ଅପରାଧ କମିବାର...

ବିଶାଖାପାଟଣାରୁ ବଲାଙ୍ଗୀରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ, ଓହ୍ଲାଇଲେ ୧୪୧୭ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୮।୫: ବିଶାଖାପାଟଣାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ସୋମବାର ଭୋରରେ ବଲାଙ୍ଗୀର ରେଲୱେ ଷ୍ଟେଶନରେ ପହଞ୍ଚିଥିଲା। ଏହି ଟ୍ରେନରେ ୧୪୧୭ ପ୍ରବାସୀ ଓହ୍ଲାଇଥିବା...

Advertisement
Archives

Model This Week