Posted inଖେଳ

ଲି ଜିତିଲେ ହଂକଂ ଟାଇଟଲ

ହଂକଂ, ୧୭ା୧୧ (ଏଏଫ୍‌ପି)- ସ୍ଥାନୀୟ ଫେଭରାଇଟ୍‌ ଲି ଚିଉକ୍‌ ୟୁ ହଂକଂ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଜିତିଛନ୍ତି। ରବିବାର ଅନୁଷ୍ଠିତ ରୋମାଞ୍ଚକ ଫାଇନାଲରେ ସେ ଇଣ୍ଡୋନେସିଆର ଆନ୍ଥୋନୀ ଗିଣ୍ଟିଂଙ୍କୁ ୧୬-୨୧, ୨୧-୧୦, ୨୨-୧୦ରେ ହରାଇ ଦେଇଛନ୍ତି। ପଳରେ ପ୍ରଥମ ଥର ସେ ଏକ ବଡ଼ ଟୁର୍ନାମେଣ୍ଟ ଜିତିବାରେ ସଫଳ ହୋଇଛନ୍ତି। ହଂକଂରେ ବର୍ତ୍ତମାନ ଗଣତନ୍ତ୍ର ସପକ୍ଷବାଦୀଙ୍କର ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ସହରରେ ଉତ୍ତେଜନା ମଧ୍ୟ ଦେଖାଦେଇଛି। ଫାଇନାଲ ମ୍ୟାଚ ପଲିଟେକ୍‌ନିକ୍‌ ୟୁନିଭର୍ସିଟି ନିକଟରେ ଥିବା ହକଂ କୋଲିଜିଅମ୍‌ଠାରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଜଣେ ବିକ୍ଷୋଭକାରୀଙ୍କ ତୀର ମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହାତ ହୋଇଛନ୍ତି। ଲି’ କ୍ୱାର୍ଟରଫାଇନାଲରେ ଏବଂ ସେମିଫାଇନାଲରେ ଯଥାକ୍ରମେ ଡେନମାର୍କା ଏକ୍ସେଲେସେନ ଏବହ କିଡାମ୍ବି ଶ୍ରୀକାନ୍ତଙ୍କ ଭଳି ଖେଳାଳିଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଥିଲେ। ଅନ୍ୟପକ୍ଷରେ ଚାଇନାର ଚେନ୍‌ ୟୁଫେଇ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ରବିବାର ସଂଘର୍ଷପୂର୍ଣ୍ଣ ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ପୂର୍ବତନ ବିଶ୍ୱ ଚାମ୍ପିୟନ ଥାଇଲାଣ୍ଡର ରାଚାନକ୍‌ ଇଣ୍ଟାନନଙ୍କୁ ୨୧-୧୮, ୧୩-୨୧ ଏବଂ ୨୧-୧୩ରେ ପରାସ୍ତ କରିଛନ୍ତି। ଦକ୍ଷିଣ କୋରିଆର ଚେଇ ସୋଲ୍‌ ଗ୍ୟୁ ଓ ସିଓ ସେଅଙ୍ଗ୍‌ ଜେଇ ଇଣ୍ଡୋନେସିଆର ମହମ୍ମଦ ଅହସାନ ଏବଂ ହେଣ୍ଡ୍ରା ସେତିଓ୍ବାନଙ୍କୁ ହରାଇ ମିକ୍ସଡ ଡବଲ୍ସ ଜିତିଛନ୍ତି। ସେହିପରି ଚାଇନାର ଚେନ୍‌ କ୍ୱିଙ୍ଗ୍‌ଚେନ୍‌ ଏବଂ ଜିଆ ୟିଫାନ ମହିଳା ଡବଲ୍ସ ଫାଇନାଲ ଜିତିଛନ୍ତି। ସେମାନେ ଚାଙ୍ଗ ୟି ନା ଏବଂ କିମ୍‌ ହାଇରିନ୍‌ଙ୍କୁ ପରାସ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri