‘ଲିଲି ବବ୍‌’ ମୃତ୍ୟୁରେ ନାସାର ଶ୍ରଦ୍ଧାଞ୍ଜଳି: ୬୭ ଲକ୍ଷ ଫଲୋଅର୍ସ ଥିଲେ

ଓ୍ବାଶିଂଟନ: ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଚର୍ଚ୍ଚିତ ବିଲେଇ ‘ଲିଲି ବବ୍‌’ର ରବିବାର ମୃତ୍ୟୁ ହୋଇଯାଇଛି। ୮ବର୍ଷୀୟ ଏହି ବିଲେଇର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର ଏବଂ ୟୁଟ୍ୟୁବରେ ୬୭ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ ଅଛନ୍ତି। କେବଳ ଏତିକି ନୁହେଁ, ଲିଲି ବବ୍‌ ନାମରେ ଏକ ସ୍ବତନ୍ତ୍ର ଓ୍ବେବସାଇଟ୍‌ ସହ ଅନ୍‌ଲାଇନ ଶପିଂ ଷ୍ଟୋର ମଧ୍ୟ ଥିଲା। ବିଲେଇଟିର ମୃତ୍ୟୁରେ ନାସା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନାସା ଉଲ୍ଲେଖ କରିଛି ‘ମହାକାଶରେ ମିଶିବା ସ୍ନେହର ବବ୍‌, ତୁମ ଯାତ୍ରା ସୁରକ୍ଷିତ ରହୁ’। ଲିଲି ବବ୍‌ର ଏପରି ଚର୍ଚ୍ଚିତ ହେବା ପଛରେ କାରଣ ରହିଛି। ବିଲେଇଟି ଦୀର୍ଘଦିନ ଧରି ଜଟିଳ ରୋଗରେ ପୀଡ଼ିତ ଥିଲା। ଏହାକୁ ସମ୍ମାନ ଜଣାଇ ନ୍ୟାଶନାଲ ଫଣ୍ଡ ଗଠନ କରାଯାଇଥିଲା, ଯେଉଁଥିରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂଗୃହୀତ ହୋଇଥିଲା। ଏହି ପାଣ୍ଠି ଜରିଆରେ ଚିକିତ୍ସା ଆବଶ୍ୟକ କରୁଥିବା ଗୃହପାଳିତ ପ୍ରାଣୀଙ୍କୁ ସହାୟତା କରାଯାଉଛି। ପ୍ରିୟ ପୋଷା ବିଲେଇର ବିୟୋଗରେ ମାଇକ୍‌ ବ୍ରିଡାବସ୍କି ସୋସିଆଲ ମଡିଆରେ ନିଜର ଦୁଃଖଦ ପୋଷ୍ଟ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି, ଶନିବାର ରାତିରେ ଲିଲି ବବ୍‌ର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଥିଲା। ସବୁଦିନ ପରି ସେ ଶେଯକୁ ଯାଇଥିଲା। ରବିବାର ସକାଳେ ସମସ୍ତେ ଆଖି ଖୋଲିଲେ, ହେଲେ ବବ୍‌ ଚିରନିଦ୍ରାରେ ଶୋଇଯାଇଥିଲା। ମାଇକ୍‌ ଆହୁରି ମଧ୍ୟ କହିଛନ୍ତି, ବବ୍‌ ହାଡ ସଂକ୍ରମଣ ଭଳି ଜଟିଳ ରୋଗରେ ଯନ୍ତ୍ରଣା ପାଉଥିଲା। ଏଥିପାଇଁ ସେ ଚିନ୍ତିତ ଥିଲେ। ଆବଶ୍ୟକ ଚିକିତ୍ସା ମଧ୍ୟ କରୁଥିଲେ। ଅନେକ ଶାରୀରିକ ବ୍ୟତିକ୍ରମ ସତ୍ତ୍ୱେ ସେ ତାକୁ ନେଇ ଗର୍ବ ଅନୁଭବ କରୁଥିଲେ। ବବ୍‌ ଆଉ ନାହିଁ ଏକଥା ବିଶ୍ୱାସ ହେଉନାହିଁ। ଏମିତି ଲାଗୁଛି ତାହାର ମୃତ୍ୟୁ ଇଚ୍ଛାଧୀନ। ପରିବାର ଲୋକଙ୍କୁ ଚିନ୍ତାରେ ନ ପକାଇ ସେ ଏପରି ନିଷ୍ପତ୍ତି ନେଇଥିବା ଭଳି ମନେ ହେଉଛି।
୨୦୧୧ ଜୁନ୍‌ ୨୧ରେ ଏକ ଆବର୍ଜନା ଗଦାରୁ ଲିଲି ବବ୍‌କୁ ଠାବ କରିଥିଲେ ମାଇକ୍‌। ଜିଭ ହଲାଇବା ଶୈଳୀ, ନିଜର ସ୍ବତନ୍ତ୍ର ଆକାର ଲାଗି ବିଲେଇଟି ଅତି କମ୍‌ଦିନରେ ପ୍ରଶସଂକଙ୍କ ମନ ଜିଣିପାରିଥିଲା। ବବ୍‌ ଜନ୍ମରୁ ଜେନେଟିକ୍‌ ରୋଗରେ ପୀଡ଼ିତ ଥିଲା। ତଥାପି ନିଜର ଭାବଭଙ୍ଗୀ ପାଇଁ ସେ ସୋସିଆଲ ମିଡିଆରେ ସେନ୍‌ସେସନ ପାଲଟିଥିଲା। ଅନେକ ଟିଭି ଚ୍ୟାନେଲ ଏବଂ ଇଣ୍ଟଭ୍ୟୁରେ ବବ୍‌କୁ ପ୍ରଦର୍ଶନ କରାଯାଇଥିଲା। ଏହା ସହ ମିଶିବାକୁ ଖ୍ୟାତନାମା ଆକ୍ଟର ମଧ୍ୟ ଇଚ୍ଛା ପ୍ରକାଶ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ପୃଥିବୀ: କରୋନା ଯୋଗୁ ସୃଷ୍ଟି ହେବାରେ ଲାଗିଛି ନୂଆ ସଙ୍କଟ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୭: କରୋନା ମାହାମାରୀ ଯୋଗୁ ପୃଥିବୀ ଉପରେ ପୁଣି ଏକ ବିପଦ ମାଡ଼ି ଆସୁଛି। ଏବେ ଏହା ଦ୍ୱାରା ନୂଆ ସଙ୍କଟ ସୃଷ୍ଟି ହେବାରେ...

ଜହ୍ନକୁ ଟ୍ରାଫିକ ଲାଇଟ୍‌ ଭାବି ରାସ୍ତାରେ ଅଟକିଲା କାର୍‌, ଭିଡିଓ ଦେଖିଲେ…

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟେସ୍‌ଲା କାର୍‌ ଚଲାଇ ଚର୍ଚ୍ଚାରେ ଅଛନ୍ତି। ଏହି କାର୍‌ ସ୍ବତନ୍ତ୍ର ଅଟୋ ପାଇଲଟ ମୋଡ୍‌ରେ ଚାଲିଥାଏ। ଏହାର...

ପାହାଡ଼ର ୩ ହଜାର ଫୁଟ ଉପରେ ରହିଛି ହଜାରେ ବର୍ଷ ପୁରୁଣା ଗଣେଶଙ୍କ ମୂର୍ତ୍ତି

ରାୟପୁର: ଭାରତର ବିଭିନ୍ନ ସ୍ଥାନରେ ବହୁ ସାଂସ୍କୃତିକ ସ୍ଥାନ ରହିଛି। ସେଥିମଧ୍ୟରେ ଛତିଶଗଡ଼ ଦନ୍ତଓ୍ବାଡା ଜିଲାର ଦନ୍ତେଶ୍ୱରୀ କାଳି ଏବଂ ଗଣେଶଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼...

କ୍ରିସ୍‌ମାସରେ ଦିଅନ୍ତୁ ଏସବୁ ଉପହାର

ଆସୁଛି କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଡିସେମ୍ବର ୨୫କୁ ବଡଦିନ, କ୍ରିସ୍‌ମାସ ବା ପ୍ରଭୁ ଯିଶୁଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ। ବିଶେଷ...

ଆମେରିକା ଦୂତାବାସ ନିକଟରେ ୩ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨୧।୧: ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାକର ବାଗଦାଦ୍‌ରେ ଆମେରିକା ଦୂତାବାସ ନିକଟରେ ଥିବା ହାଇ ସିକ୍ୟୁରିଟି ଗ୍ରୀନ୍‌ ଜୋନ୍‌ ଅଞ୍ଚଳରେ...

କରୋନା ଭାଇରସରେ ପୀଡ଼ିତ କାନାଡା ପ୍ରଧାନମନ୍ତ୍ରୀଙ୍କ ସହଧର୍ମିଣୀ

ଓଟାଓ୍ବା,୧୩।୩: କରୋନା ଭାଇରସ ଏବେ ପ୍ରାୟ ୧୧୭ ଦେଶକୁ ବ୍ୟାପିଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଙ୍କ ସହଧର୍ମିଣୀ ଶୋଫିଆ ଗ୍ରିଗୋଇରେ ଟ୍ରୁଡେ ମଧ୍ୟ ଏଥିରେ...

ଭାରତୀୟ ରାଜନୀତିରେ ସଫଳ ବୋହୂ

ନୂଆଦିଲ୍ଳୀ,୯।୧୨:ଆଜି ଭାରତୀୟ ରାଜନୀତିର ସଫଳ ବୋହୂ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ସେ ତାଙ୍କ ଜୀବନର ୭୩ ବର୍ଷର ଯାତ୍ରା ସମାପ୍ତ କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି...

ଫୁଡ୍‌ ଡେଲିଭରୀ ବୟ ଲୋକେଶନ ନ ପାଇବାରୁ ଏମିତି କଲେ ଗ୍ରାହକ

ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଏହାକୁ ଲକ୍‌ଡାଉନର ପ୍ରଭାବ କହିପାରିବା। କିନ୍ତୁ ରେଷ୍ଟୁରାଣ୍ଟ ଯିବା ବଦଳରେ ଏବେ ଅନ୍‌ଲାଇନରେ ଖାଦ୍ୟ ମଗାଇବାକୁ ଲୋକେ...

Advertisement
Archives

Model This Week