Posted inଜାତୀୟ

ଲିଭ୍‌ଇନ୍‌ରେ ରହୁଥିବା ଯୋଡ଼ା: ଜୀବିତ ଥିବାବେଳେ ନିର୍ଯାତନା; ମୃତ୍ୟୁପରେ ଅନ୍ତିମ ସଂସ୍କାର ମନା

ରାଞ୍ଚି,୨୩।୬: ଅର୍ଥାଭାବରୁ ବିବାହ ନ କରି ଭୋଜି ନ ଦେଇ ଲିଭ୍‌ଇନ୍‌ରେ ରହୁଥିବା ଝାଡଖଣ୍ଡର ଜନଜାତି ସମ୍ପ୍ରଦାୟଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥାଏ। ଏଭଳି ମହିଳାଙ୍କୁ ଏଠାରେ ସିନ୍ଦୂର ତଥା ଚୁଡି ପିନ୍ଧିବାକୁ ବାରଣ କରାଯାଇଥାଏ। ସେହିପରି ପୁରୁଷଙ୍କୁ ଗାଁର କୌଣସି ବିବାହ ଉତ୍ସବ ଅବା ଅନ୍ତିମ ସଂସ୍କାରରେ ଯୋଗଦେବାକୁ ମନା ହୋଇଥାଏ। ଏଭଳି ଯୋଡ଼ାଙ୍କଠାରୁ ଜନ୍ମିତ ସନ୍ତାନଙ୍କୁ ଉତ୍ତାରାଧିକାରୀ ସୂତ୍ରରେ କୌଣସି ସମ୍ପତ୍ତି ମିଳି ନ ଥାଏ। ସେହିପରି ଏଭଳି ଯୋଡ଼ାଙ୍କୁ ମୃତ୍ୟୁ ପରେ ମଧ୍ୟ ଅନ୍ତିମ ସଂସ୍କାର ପାଇଁ ଗାଁରେ କୌଣସି ସ୍ଥାନ ଦିଆଯାଇ ନ ଥାଏ। ସ୍ଥାନୀୟ ଖୁଣ୍ଟି,ଗୁମଲା, ସିମ୍‌ଡେଗା ଆଦି ଜନଜାତି ବହୁଳ ଅଞ୍ଚଳରେ ଲିଭ୍‌ଇନ୍‌ରେ ରହୁଥିବା ପ୍ରାୟ ୨ ଲକ୍ଷରୁ ଅଧିକ ଯୋଡ଼ା ରହିଛନ୍ତି। କେତେକଙ୍କର ବିବାହ ସରକାର ତଥା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସମ୍ପନ୍ନ ହୋଇଛି। ଏବେ ଏଭି ଯୋଡ଼ାଙ୍କ କାହାଣୀ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ ଗଙ୍ଗା: ମାର୍ଚ୍ଚ ୧୧ସୁଦ୍ଧା ୧୦୦ ବିମାନରେ ସ୍ୱଦେଶ ଫେରିବେ ଭାରତୀୟ, ଏବେବି ସୁମିରେ ଫସି ରହିଛନ୍ତି କେତେଜଣ ଛାତ୍ର

ନୂଆଦିଲ୍ଲୀ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ସରକାରଙ୍କ ଅପରେଶନ ଗଙ୍ଗାକୁ ଜୋରଦାର କରାଯାଇଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବାର ପ୍ରକ୍ରିୟା...

ଧର୍ମାନ୍ତରୀକରଣ ପରେ ସଂରକ୍ଷଣ : ପଛୁଆ ବର୍ଗ ସଂରକ୍ଷଣ ଦାବି ଖାରଜ କଲେ ହାଇକୋର୍ଟ…

ମଦୁରାଈ,୩।୧୨ : ଧର୍ମାନ୍ତରୀକରଣ ପରେ ମୂଳ ଧର୍ମରେ ଥିବା ସମୟରେ ମିଳୁଥିବା ସଂରକ୍ଷଣ ଆଉ ମିଳିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏକ ମାମଲାର ବିଚାର...

ଭାରତ-ଇସ୍ରାଏଲ ରାଜନୈତିକ ସମ୍ପର୍କକୁ ପୂରଣ ହେଲା ୩୦ ବର୍ଷ

ନୂଆଦିଲ୍ଲୀ,୩୦ ।୧: ଭାରତ-ଇସ୍ରାଏଲ ରାଜନୈତିକ ସମ୍ପର୍କକୁ ପୂରଣ ହୋଇଛି ୩୦ ବର୍ଷ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆମ ଦୁଇ ଦେଶ...

୨ ଝିଅଙ୍କ ପରେ ପ୍ରଯୋଜକ କରୀମ କରୋନାରେ ଆକ୍ରାନ୍ତ

ମୁମ୍ବାଇ,୮।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ଖେଳାଇଛି। କରୋନା କବଳରୁ ସାଧାରଣଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟି ପର୍ଯ୍ୟନ୍ତ କେହି ଏଥିରୁ ବର୍ତ୍ତି...

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମହିଳା

ମୁମ୍ବାଇ,୨୨ା୧୧: ସ୍ଥାନୀୟ ବାଇକୁଲା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନ ଧରିବାବେଳେ ଜଣେ ମହିଳା ହଠାତ୍‌ ଖସିପଡ଼ିଥିଲେ। ସୌଭାଗ୍ୟ ବଶତଃ ଜଣେ ଆରପିଏଫ ମହିଳା କର୍ମଚାରୀ ତାଙ୍କ...

ସିନ୍ଦୂର-ମଙ୍ଗଳସୂତ୍ର ବିବାଦ: ଧର୍ମନିରପେକ୍ଷ ଭାରତର ନାଗରିକ କହିଲେ ନୁସରତ୍‌ ଜାହାଁ

ନୂଆଦିଲ୍ଲୀ,୩୦।୬: ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ୍‌ ଜାହାଁଙ୍କୁ ନେଇ ଜାରି ରହିଥିବା ସିନ୍ଦୂର-ମଙ୍ଗଳସୂତ୍ର ବିବାଦରେ ମୁହଁ ଖୋଲିଛନ୍ତି ନୁସରତ୍‌। ସେ ଧର୍ମନିରପେକ୍ଷ ଭାରତର ନାଗରିକ। ତେଣୁ...

ଅଷ୍ଟ୍ରେଲିଆ ଯାଇପାରିବେ କୋଭାକ୍ସିନ ନେଇଥିବା ଭାରତୀୟ

ନୂଆଦିଲ୍ଲୀ,୧।୧୧: ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅଷ୍ଟ୍ରେଲିଆ ସ୍ବୀକୃତି ପ୍ରଦାନ କରିଛି। ଏହି ଟିକା ନେଇଥିବା ଲୋକେ ଅଷ୍ଟ୍ରେଲିଆ ଯାଇପାରିବେ। ଅଷ୍ଟ୍ରେଲିଆରେ ପଞ୍ଜୀକୃତ ହୋଇ...

ସାଇକେଲ ଧରିବା ପରେ ଯୋଗୀଙ୍କୁ ଟାର୍ଗେଟ

ଲକ୍ଷ୍ନୌ,୧୪।୧: ଶେଷରେ ଅଖିଳେଶଙ୍କ ସାଇକେଲ ଧରିଛନ୍ତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌଯ୍ୟ । ସେ ଏକା ନୁହନ୍ତି ତାଙ୍କ ସହ...

Advertisement
Archives

Model This Week