Posted inଖେଳ

ଲିଭରପୁଲ୍‌କୁ ୬ଷ୍ଠ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ

ମାଡ୍ରିଡ୍‌,୨ା୬- ମହମ୍ମଦ ସାଲା ଚାମ୍ପିୟନ୍ସ ଲିଗ୍‌ ଫାଇନାଲର ଅନ୍ୟତମ ଦ୍ରୁତତମ ଗୋଲ ଓ ଡିଭୋକ ଓରିଗିଙ୍କ ଗୋଲ ବଳରେ ଲିଭରପୁଲ ଦଳ ୨-୦ ଗୋଲରେ ଟୋଟେନହାମକୁ ପରାସ୍ତ କରିଛି। ଫଳରେ ଇଂଲିଶ ପ୍ରିମିୟର ଲିଗ୍‌ କ୍ଲବ ୬ଷ୍ଠ ଥର ପାଇଁ ଏହି ସମ୍ମାନଜନକ ଟ୍ରଫି ହାତେଇଛି। ମ୍ୟାଚ୍‌ର ପ୍ରଥମ ଦୁଇ ମିନିଟ୍‌ ମଧ୍ୟରେ ଟୋଟେନହାମ ଖେଳାଳି ମୌସା ସିସୋକୋଙ୍କ ହାତରେ ସାଲାଙ୍କ ଏକ ଶଟ୍‌ ବାଜିଥିଲା। ଫଳରେ ଲିଭରପୁଲକୁ ପେନାଲ୍ଟି ମିଳିଥିଲା, ଯାହାକୁ ସାଲା ଗୋଲରେ ପରିଣତ କରିଥିଲେ। ମ୍ୟାଚ୍‌ର ୮୭ତମ ମିନିଟ୍‌ରେ ଓରିଗିଙ୍କ ଗୋଲ ପରେ ଟୋଟେନହାମର ମ୍ୟାଚ୍‌କୁ ଫେରିିବା ଆଶା ମଉଳି ଯାଇଥିଲା। ଏହି ବିଜୟ ସହ ଗତ ବର୍ଷ ଅଧୁରା କାର୍ଯ୍ୟକୁ ପୂରା କରିଛି ମ୍ୟାନେଜର ଜୁର୍ଗନ କ୍ଲପଙ୍କ ଦଳ। ଗତବର୍ଷ ରିଅଲ ମାଡ୍ରିଡ୍‌ଠାରୁ ଲିଭରପୁଲ ଚାମ୍ପିୟନ୍ସ ଲିଗ୍‌ ଫାଇନାଲରେ ପରାସ୍ତ ହୋଇଥିଲା। ଏହା ଲିଭରପୁଲ ମ୍ୟାନେଜର ଭାବେ ଜୁର୍ଗନଙ୍କ ପ୍ରଥମ ଟାଇଟଲ। ସାଢ଼େ ୩ ବର୍ଷ କାର୍ଯ୍ୟକାଳ ପରେ ସେ ୬ଟି ଫାଇନାଲରେ ପରାଜୟ ଧାରା ଭଙ୍ଗ କରିଛନ୍ତି। ପୂର୍ବରୁ ୧୯୭୭, ୧୯୭୮, ୧୯୮୧, ୧୯୮୪ ଓ ୨୦୦୫ରେ ଲିଭରପୁଲ ଚାମ୍ପିୟନ୍ସ ଟ୍ରଫି ହାତେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

ଟିମ ଇଣ୍ଡିଆରେ ବଡ଼ ଓଲଟପାଲଟ: ରୋହିତଙ୍କୁ ଦଳରୁ ବାହାର କଲା BCCI, କ୍ରିକେଟ ଜଗତରେ ହଇଚଇ

ମୁମ୍ବାଇ,୮।୯: ବୟସ ସମ୍ପର୍କିତ ଅନିୟମିତତା ଅଭିଯୋଗରେ ଭାରତୀୟ ଅଣ୍ଡର-୧୯ ଦଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ଯାଦବ। ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବାକୁ ଥିବା ଦିନିକିଆ ଏବଂ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri