ଲିଙ୍ଗଗତ ଅସମାନତା ଉପରେ ଲଣ୍ଡନରେ ପିଜି କରୁଛନ୍ତି ଶ୍ୱେତରୂପା

ପାରାଦୀପ,୩ା୩(ସ୍ବ.ପ୍ର.): ପାରାଦୀପ ପିପିଏଲ ଟାଉନଶିପରେ ରହୁଥିବା ମେଧାବୀ ଛାତ୍ରୀ ଶ୍ୱେତରୂପା ମିଶ୍ର ଏବେ ଲଣ୍ଡନର ସୋଆସ(ସ୍କୁଲ ଅଫ୍‌ ଓରିଏଣ୍ଟାଲ ଆଣ୍ଡ୍‌ ଆଫ୍ରିକାନ୍‌ ଷ୍ଟଡିଜ) ବିଶ୍ୱବିଦ୍ୟାଳୟରେ ପିଜି କରୁଛନ୍ତି। ଲିଙ୍ଗଗତ ଅସମାନତା ଉପରେ ସେ ଭାରତର ଏକମାତ୍ର ଛାତ୍ରୀ ଭାବେ ଲଣ୍ଡନର ଏହି ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ପାଇଛନ୍ତି ବୋଲି ବାପା ସତ୍ୟନାରାୟଣ ମିଶ୍ର କହିଛନ୍ତି। ଶ୍ୱେତରୂପାଙ୍କ ଏହି ସଫଳତା ସମ୍ପର୍କରେ ଇଫ୍‌କୋ କମ୍ପାନୀ ତା’ର ବାର୍ଷିକ ପତ୍ରିକାରେ ପ୍ରମୁଖ ଭାବେ ଖବର ପ୍ରକାଶ କରିଛିି।
ସୂଚନାଯୋଗ୍ୟ, ଶ୍ୱେତରୂପା ପିପିଏଲ ଡିଏଭି ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ବିଶ୍ୱ ବିଦ୍ୟାଳୟରୁ ସ୍ନାତକ କରିଥିଲେ। ଦିଲ୍ଲୀରେ ଥିବାବେଳେ ସେ ଦୁଃଖୀ ଓ ଗରିବ ଲୋକଙ୍କ ସେବାରେ ନିୟୋଜିତ ଥିଲେ। ଏଥିସହ ତୃତୀୟ ଲିଙ୍ଗ (କିନ୍ନର)ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିଲେ। ଆମେରିକା ମେକ୍ସିକୋର ଗ୍ଲୋବାଲ ସଂସ୍ଥା ଫେଡେରିକୋ ସାଲାସ ପ୍ରତିଯୋଗିତା ୨୦୨୧ରେ ସେ ଦ୍ୱିତୀୟ ସ୍ଥାନ ପାଇଥିଲେ। ଏମିତି ଅନେକ କୃତିତ୍ୱ ହାସଲ କରିବା ପରେ ଲଣ୍ଡନର ସୋଆସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ୱେତରୂପାଙ୍କୁ ପଢ଼ିବା ପାଇଁ ସୁଯୋଗ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ତାଙ୍କୁ ଚୟନ କରାଯାଇଥିବା ବେଳେ ଏଥିପାଇଁ କୌଣସି ଫି’ ଦେବାକୁ ପଡ଼ୁନାହିଁ ବୋଲି ବାପା ସତ୍ୟନାରାୟଣ କୁହନ୍ତି। ବାପା ଇଫ୍‌କୋ କମ୍ପାନୀର ପ୍ରଶାସନିକ ଅଧିକାରୀ ଥିବାବେଳେ ମା’ ରୀନା ମହାପାତ୍ର ପିପିଏଲ୍‌ ଡିଏଭି ସ୍କୁଲର ବିଜ୍ଞାନ ବିଭାଗର ଅଧ୍ୟାପିକା। ତାଙ୍କ ପୈତୃକ ଗ୍ରାମ ଅନୁଗୋଳର ସଟରାଙ୍ଗ। ଆଗକୁ ଶ୍ୱେତରୂପା ମୂକ, ବଧିର ଭଳି ଭିନ୍ନକ୍ଷମ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ଶିକ୍ଷକ ଅଭାବ ପାଠ ପଢ଼ାରେ ସମସ୍ୟା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ

ରିଷିଡା, ୩/୭ (ସୁଶାନ୍ତ ମଲ୍ଲିକ): ଶିକ୍ଷକ ଅଭାବ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। କେଉଁଠି…

ଜନଗଣନା ହ୍ୟାଣ୍ଡବୁକ: ଜିଲାରେ ୨୩୭ ଅଧିକାରୀ ନେଲେ…

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଜନଗଣନା ଅବସରରେ ଜିଲା ଜନଗଣନା ପୁସ୍ତିକା ପ୍ରସ୍ତୁତିକୁ ସୂଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ…

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri