ଲାଠିପଡ଼ା ମଡେଲ ଡିଗ୍ରୀ କଲେଜରେ ଅବ୍ୟବସ୍ଥା: ପ୍ରତିବାଦରେ ଛାତ୍ରମାନଙ୍କ ଧାରଣା

ନୟାଗଡ଼ ଅଫିସ,୨୧ା୯: ନୟାଗଡ଼ ଜିଲା ସଦର ବ୍ଲକ ଲାଠିପଡ଼ାସ୍ଥିତ ଜିଲାର ଏକମାତ୍ର ସରକାରୀ ମଡେଲ ଡିଗ୍ରୀ କଲେଜରେ ଲାଗି ରହିଛି ଅବ୍ୟବସ୍ଥା। ବିଭିନ୍ନ ସମୟରେ ଏ ନେଇ ଛାତ୍ରୀଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ଫଳରେ ଅବ୍ୟବସ୍ଥାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ଲାଗି ରହିଥିଲା। ଶୁକ୍ରବାର ଏହା ତୀବ୍ର ରୂପ ଧାରଣ କରିଥିଲା। କଲେଜର ନାମଫଳକ ଲଗାଇବା, ସାଇକେଲ୍‌ ଷ୍ଟାଣ୍ଡ ନିର୍ମାଣ କରିବା, ଛାତ୍ରୀ ଓ ଛାତ୍ରନିବାସକୁ ଖୋଲିବା , ଖେଳପଡ଼ିଆ ନିର୍ମାଣ କରିବା ଭଳି ୪ ଦଫା ଦାବିରେ ଛାତ୍ରମାନେ ଧାରଣା ଦେଇଥିଲେ। ଛାତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଧ୍ୟାହ୍ନ ୧୨ଟାରୁ ପ୍ରାୟ ୩ ଘଣ୍ଟା ଛାତ୍ରମାନେ ଧାରଣାରେ ବସିବା ପରେ କଲେଜ କର୍ତ୍ତୃପକ୍ଷ ଏହାର ସମାଧାନ ଲାଗି ଆଲୋଚନା କରିବାକୁ ଡାକିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଯେ, ୧୦ ଅଗଷ୍ଟ ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉକ୍ତ ମଡେଲ ଡିଗ୍ରୀ କଲେଜକୁ ଉଦ୍‌ଘାଟନ କରିଥିଲେ। ଏହାପରେ ଉକ୍ତ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷାଦାନ କରାଯାଇଥିଲା। ୨ ବର୍ଷ ବିତି ଯାଇଥିଲେ ମଧ୍ୟ କଲେଜରେ ବିଭିନ୍ନ ଅବ୍ୟବସ୍ଥା ଲାଗି ରହିଛି। କଲେଜ ପରିସରରେ ଛାତ୍ରୀ ଓ ଛାତ୍ରନିବାସ କରାଯାଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ନାହିଁ। ହଷ୍ଟେଲ ଖୋଲା ନ ହେବା ଯୋଗୁ୍‌ ବାହାରୁ ଆସୁଥିବା ଛାତ୍ରୀଛାତ୍ରମାନେ ବହୁତ ହଇରାଣ ହେଉଛନ୍ତି। ମଜୁରିଆପଲ୍ଲୀ ଛକଠାରେ ବସ୍‌ରୁ ଓହ୍ଲାଇ କଲେଜକୁ ଛାତ୍ରୀଛାତ୍ରମାନେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି। ମଜୁରିଆପଲ୍ଲୀ ଛକଠାରୁ କଲେଜର ଦୂରତା ପ୍ରାୟ ୧.୫ କିଲୋମିଟର ହୋଇଥିଲେ ମଧ୍ୟ ସେହି ବାଟରେ କୌଣସି ଅଟୋ ଯାଉନାହିଁ। ଫଳରେ ଛାତ୍ରୀଛାତ୍ର ଚାଲି ଚାଲି ଯାଉଥିବା ଧାରଣାଦେଇଥିବା ଛାତ୍ରମାନେ ପ୍ରକାଶ କରିଥିଲେ। ଗତ ଫନିରେ କଲେଜର ନାମଫଳକ ଉଡ଼ି ଯାଇଥିଲେ ମଧ୍ୟ ଏହାକୁ ଲଗାଯାଉ ନାହିଁ। ମହାବିଦ୍ୟାଳୟରେ ସାଇକେଲ୍‌ ଷ୍ଟାଣ୍ଡ ଓ ଖେଳପଡ଼ିଆ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ହଇରାଣ ହେଉଥିବା ପ୍ରକାଶ କରିଥିଲେ। ଉକ୍ତ ମଡେଲ ଡିଗ୍ରୀ କଲେଜରେ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ୮୬୯ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏ ନେଇ କଲେଜ ଅଧ୍ୟକ୍ଷ ନୀଳାଞ୍ଚଳ ସେଠୀଙ୍କୁ ପଚାରିବାରୁ ସେ କୁହନ୍ତି, ନାମଫଳକ ଶନିବାର ଭିତରେ ଲାଗିଯିବ। ହଷ୍ଟେଲ କାର୍ଯ୍ୟ ସରିଥିଲେ ମଧ୍ୟ ଆସବାବପତ୍ର ନ ଥିବା ଯୋଗୁ ଏହାକୁ ଖୋଲାଯାଇ ପାରୁନାହିଁ। ପିଲାମାନେ ଅଭିଯୋଗ କରିଥିବା ସମସ୍ତ ସମସ୍ୟାକୁ ସମାଧାନ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri