ଲାଞ୍ଚ ନେଇ ଜିଲା ଶ୍ରମ ଅଧିକାରୀ ଗିରଫ: ଟଙ୍କା ନଷ୍ଟ କରି ନ ପାରି ଭିଜିଲାନ୍ସ ଅଧିକାରୀଙ୍କୁ କାମୁଡ଼ିଲେ

ଫୁଲବାଣୀ ଅଫିସ, ୮ା୧୧-କନ୍ଧମାଳ ଜିଲା ଶ୍ରମ ଅଧିକାରୀ ଗୁରୁବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ ଜିଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା ଲାଞ୍ଚ ଟଙ୍କାକୁ ପାଟିରେ ପୂରାଇ ନଷ୍ଟ କରିବାକୁ ଚେଷ୍ଟା କରିବା ବେଳେ ଭିଜିଲାନ୍ସ ଇନ୍ସପେକ୍ଟରଙ୍କୁ କାମୁଡ଼ି ରକ୍ତାକ୍ତ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁକାଳୀନ ସହାୟତା ରାଶି ମିଳିବା ଫାଇଲକୁ ଜିଲାପାଳଙ୍କ ନିକଟକୁ ପଠାଇବା ନିମନ୍ତେ ଲାଞ୍ଚ ନେବାବେଳେ ସଂପୃକ୍ତ ଅଧିକାରୀ ଧରାପଡ଼ି ଗିରଫ ହୋଇଛନ୍ତି। ଏ ନେଇ ଭିଜିଲାନ୍ସରେ ନଂ.୩୦/୧୯ରେ ଏକ ମାମଲା ରୁଜୁ କରାଯାଇ ଶ୍ରମ ଅଧିକାରୀ ବେହେରାଙ୍କୁ କୋର୍ଟଚାଲାଣ କରାଯାଇଛି। ଫୁଲବାଣୀସ୍ଥିତ ତାଙ୍କ ଭଡ଼ା ଘର ଓ କଟକ ସିଡିଏ ୧୦ରେ ଥିବା ବାସଭବନ ଉପରେ ଚଢାଉ କରାଯାଇ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ଡିଏସ୍‌ପି ରବିକାନ୍ତ ସୁନା ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ୪ ଶ୍ରମିକ ତଥା ନୀରୋଦା ପ୍ରଧାନ, ଇନ୍ଦିରା କହଁର, କୁନ୍ତିମାଳା ପ୍ରଧାନଙ୍କ ସ୍ବାମୀ ଏବଂ ଗଜପତି ପ୍ରଧାନଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ମୃତକମାନଙ୍କ ନାମ ଶ୍ରମ କାର୍ଯ୍ୟାଳୟରେ ପଞ୍ଜୀକୃତ ରହିଛି। ତେଣୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ସରକାରୀ ନିୟମ ଅନୁସାରେ ଅକାଳ ମୃତ୍ୟୁ ଯୋଗୁ ୧ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାପାଇଁ ଟିକାବାଲିର ଆଞ୍ଚଳିକ ବିଶ୍ୱକର୍ମା ଶ୍ରମିକ ସଂଘର ସଭାପତି ବାବୁଜା ପ୍ରଧାନ ଆବେଦନ କରିଥିଲେ ା ଏ ସମ୍ପର୍କିତ ଫାଇଲ ଯାଞ୍ଚ କରି ଜିଲାପାଳଙ୍କ ନିକଟକୁ ପଠାଇବାକୁ ଶ୍ରମିକ ସଂଘ ସଭାପତି ପ୍ରଧାନଙ୍କୁ ଜିଲା ଶ୍ରମ ଅଧିକାରୀ ବେହେରା ୧୫ ହଜାର ଟଙ୍କା ମାଗିଥିଲେ ା ଏ ନେଇ ପ୍ରଧାନ ବୁଧବାର ଫୁଲବାଣୀସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ା ଯୋଜନା ମୁତାବକ ଗୁରୁବାର ସେ ୧୫ ହଜାର ଟଙ୍କା ନେଇ ଶ୍ରମ ଅଧିକାରୀ ବେହେରାଙ୍କୁ ତାଙ୍କ ଅଫିସ ପ୍ରକୋଷ୍ଠରେ ଦେଇଥିଲେ ା ଏହି ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ଉକ୍ତ ଟଙ୍କା ଜବତ କରିିବା ବେଳେ ଶ୍ରମ ଅଧିକାରୀ ବେହେରା ତାହାକୁ ପାଟିରେ ପୂରାଇ ଦେଇଥିଲେ ା ଇନ୍ସପେକ୍ଟର ପୁଲସ୍ତି ଛତ୍ରିଆ ତାଙ୍କ ପାଟିରୁ ଟଙ୍କା ବାହାର କରୁଥିବା ବେଳେ ବେହେରା ହାତକୁ କାମୁଡି ରକ୍ତାକ୍ତ କରି ଦେଇଥିଲେ ା ପରେ ଉକ୍ତ ଟଙ୍କା ଜବତ କରାଯାଇ ବେହେରାଙ୍କୁ ଗିରଫ କରାଯାଇଥିଲା। ଚଢ଼ାଉରେ ଭିଜିଲାନ୍ସ ଇନ୍ସପେକ୍ଟର ଛତ୍ରିଆଙ୍କ ସମେତ ଇନ୍ସପେକ୍ଟର କ୍ରିଷ୍ଣା କୁମାରୀ ପ୍ରଧାନ ପ୍ରମୁଖ ସାମିଲ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦରମା ମିଳିବାରେ ବିଳମ୍ବ : ଶିକ୍ଷକ ମହଲରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ବର୍ଗର ୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କ ଦରମା ମିଳୁ ନ ଥିବା ନେଇ ଅସନ୍ତୋଷ...

ଆବାସ ଯୋଜନାରେ ଅନିୟମିତତା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ପଦ୍ମପୁର,୧୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ପଦ୍ମପୁରର ସାନକୃଷ୍ଣପୁର ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ଏଥିସହ ସରପଞ୍ଚ...

ଆନନ୍ଦପୁର ପୌରପାଳିକାରେ ସ୍ବାୟତ୍ତ ଶାସନ ଦିବସ

ଆନନ୍ଦପୁର,୩୧।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପୌର ଅଧିକାରୀ ହିତାଂଶୁ ଶେଖର ସାମଲଙ୍କ ସଂଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ...

ଜାଗା ଦେବାକୁ ରାଜି ହେଲେନି ବୋଲି: ୨ ଭଉଣୀଙ୍କୁ ମାଡ଼ମାରି ଗଛରେ ବାନ୍ଧିଲେ ଭାଇ

କୁଜଙ୍ଗ,୯ା୧(ଡି.ଏନ.ଏ.): ସମ୍ପତ୍ତି ଲୋଭରେ ୨ ଭାଇ ତାଙ୍କ ମା’ ଓ ଦୁଇ ଭଉଣୀଙ୍କୁ ମାଡ଼ମାରିବା ସହ ଗଛରେ ବାନ୍ଧିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବାପରେ...

ଲାଞ୍ଚ ମାଗି ନିଲମ୍ବିତ ହେଲେ ବେଗୁନିଆ ଥାନା ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୧୫।୧: ଜଣେ ଅଭିଯୁକ୍ତଙ୍କ ମା’ଙ୍କୁ ଲାଞ୍ଚ ମାଗି ଫସିଛନ୍ତି ବେଗୁନିଆ ଥାନା ଏସ୍‌ଆଇ ସୁଜାତା ପଲେଇ। ଏହାର ଏକ ଅଡିଓ ଭାଇରାଲ ହେବା ପରେ...

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ବାଜିଲା ବିଗୁଲ। ବହୁ ଚର୍ଚ୍ଚିତ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୧୭ ତାରିଖରେ ଏହି ଉପନିର୍ବାଚନ...

ଭଙ୍ଗା ଘରେ ଚାଲିଛି ପାଠ ପଢ଼ା

ତେଲକୋଇ, ୨୨।୮(ଡି.ଏନ.ଏ.)-ତେଲକୋଇ ମୁଖ୍ୟାଳୟରେ ରହିଛି ସର୍ବ ପୂରାତନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହୁଥିବା ବେଳେ ଶ୍ରେଣୀ...

ଖଣ୍ଡାଧାର ଜଳପ୍ରପାତ

କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳାଠାରେ ପ୍ରାକୃତିକ ସବୁଜିମା ପରିବେଶ ମଧ୍ୟରେ ରହିଛି ଖଣ୍ଡାଧାର ଜଳପ୍ରପାତ। ଏହି ପ୍ରକୃତିଦତ୍ତ ଜଳପ୍ରପାତ ଓ ଏଠାକାର ଥଣ୍ଡା...

Advertisement
Archives

Model This Week