ଲାଞ୍ଚ ନେଇ କନିଷ୍ଠ କିରାଣି ଗିରଫ

କଟକ ଅଫିସ,୧୩।୩: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କଟକ କାଜିବଜାରସ୍ଥିତ ଭକ୍ତମଧୁ ବିଦ୍ୟାପୀଠର କନିଷ୍ଠ କିରାଣି ନାରାୟଣ ସାହୁଙ୍କୁ ଗୁରୁବାର ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସହକାରୀ ଶିକ୍ଷକ ସୁମନ୍ତ କୁମାର ଧାନିକ ବକେୟା ୪୩ହଜାର ଟଙ୍କା ପାଇବେ। ବିଲ୍‌ ପ୍ରସ୍ତୁତ କରିବା ପାଇଁ କନିଷ୍ଠ କିରାଣି ସାହୁ ତାଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଧାନିକ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସ୍କୁଲ ପରିସରରେ ଧାନିକଙ୍କଠାରୁ ସାହୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ବିଦ୍ୟାଧରପୁରସ୍ଥିତ ତାଙ୍କ ବାସଭବନରେ ତଲାସି କରାଯାଇଥିଲା। ଏ ନେଇ କଟକ ଭିଜିଲାନ୍ସରେ ଏକ ମାମଲା(ନଂ.୩/୨୦) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯାତନା ବଧୁହତ୍ୟା ମାମଲା: ସ୍ବାମୀ ସମେତ ୪ଜଣ ନିର୍ଦ୍ଦୋଶରେ ଖଲାସ

ଯାଜପୁର ଟାଉନ,୧୧।୧୨(ଡି.ଏନ୍‌.ଏ.)- ଯାଜପୁର ସଦରଥାନା ଅନ୍ତର୍ଗତ ତୋରଡ ଗ୍ରାମରେ ଜନୈକା ନବବଧୁ କିରାସିନ ଢ଼ାଳି ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିବା ଘଟଣାରେ ଅତିରିକ୍ତ ଜିଲା ଦୌରାଜଜ୍‌...

ପାରାଦୀପରେ ମତ୍ସ୍ୟଜୀବୀଙ୍କ ମହା ସମାବେଶ, ସମସ୍ୟା ସମାଧାନ ପାଇଁ ଗଠନ ହେବ କମିଟି

ପାରାଦୀପ,୧୯ା୧(ସ୍ବ.ପ୍ର.): ପାରାଦୀପ ମାଛଧରା ବନ୍ଦର ପରିସରରେ ଶନିବାର ମତ୍ସ୍ୟଜୀବୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ...

ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ ସମ୍ମିଳନୀ; ହକ୍‌ ମାଗିବା ଭିକ୍ଷା ନୁହେଁ: ମେଧା

ପୁରୀ ଅଫିସ, ୨୪।୧୧: ବର୍ତ୍ତମାନ ସରକାରଙ୍କ ବିଦେଶୀକରଣ ଓ କମ୍ପାନୀକରଣ ପ୍ରୀତି ଚାଲିଛି, ଯାହାକି ଏକ ସୁସ୍ଥ ସମାଜ ପାଇଁ ଠିକ୍‌ ନୁହେଁ। ଏହାକୁ ପରିତ୍ୟାଗ...

ବ୍ରହ୍ମପୁର ବଡ଼ ମେଡିକାଲରେ ଶିଶୁ ବିକ୍ରି ଅଭିଯୋଗ: ୭ଦିନ ଭିତରେ ରିପୋର୍ଟ ଦେବାକୁ ସିଡବ୍ଲ୍ୟୁସିର ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୨୪ା୫- ବ୍ରହ୍ମପୁର ବଡ଼ ମେଡିକାଲରେ ଶିଶୁ ବିକ୍ରି ନେଇ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଶନିବାର ଅଭିଯୋଗ ହୋଇଛି। ଚାଇଲ୍ଡ ଲାଇନ ଏନେଇ ଶିଶୁ ମଙ୍ଗଳ...

ସିଟିବସ୍‌ ଚଳାଚଳ ପାଇଁ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ବିଜେପୁର,୩।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁରରୁ ସଦରମହକୁମାକୁ ସିଟିବସ୍‌ ଚଳାଚଳ ପାଇଁ ରବିବାର ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ନେଇ ବିଜେଡି ମହିଳା ସଂଗଠନର ନେତ୍ରୀମାନେ...

ବରଗଡ଼ରେ କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ ଦାବି: ଅନଶନକୁ ଓହ୍ଲାଇଲା କୋଶଳ ସେନା

ବରଗ ଅଫିସ,୧୭।୧୧: ବରଗଡ଼ ଜିଲାରେ କ୍ୟାନ୍‌ସର ହସ୍ପିଟାଲ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାର କୋଶଳ ସେନା ବିକ୍ଷୋଭ ଶୋଭାଯାତ୍ରା ସହିତ ଅନଶନକୁ...

ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର: ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

ବାସୁଦେବପୁର, ୨୨।୧(ଡି.ଏନ.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବଳିବିନ୍ଧା ଗ୍ରାମର ଚାରିଘରିଆ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ଟି ପରିବାରର ୧୦...

ଭିକ୍ଷା ମାଗି ପରିବାର ଚଳାଉଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୨୭।୨-ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କେତେକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ...

Advertisement
Archives

Model This Week