ଲାଞ୍ଚନେଇ ଫରେଷ୍ଟ ଗାର୍ଡ ଗିରଫ

ସମ୍ବଲପୁର,୪ା୧୧(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ୍‌ ଯୁଯୁମୁରା ବନ ବିଭାଗ ଫରେଷ୍ଟଗାର୍ଡ ମଧୁସ୍ମିିତା ମହାପାତ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଚାରାରୋପଣ ଓ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କାମର ବିଲ୍‌ କରିବା ପାଇଁ ସେ ୩୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି। ଏ ନେଇ ଭିଜିଲାନ୍ସ ବିଭାଗ ଏକ ମାମଲା (ନଂ.୨୮/୨୦) ରୁଜୁ କରି ତାଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରିଛି। ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ବେହେରନବସା ଗ୍ରାମରେ ବନ ସୁରକ୍ଷା ସମିତି ଦ୍ୱାରା ଚାରାରୋପଣ ଓ ବନ ସୁରକ୍ଷା ସମିତି ଗୃହ ନିର୍ମାଣ କରାଯାଇଥିଲା। ୫୦ ହଜାର ଟଙ୍କା ଦେଲେ ଏହାର ବିଲ୍‌ ଭାଉଚର ଦସ୍ତଖତ କରିବା ପାଇଁ ଫରେଷ୍ଟଗାର୍ଡ ମହାପାତ୍ର ସମିତି ସଦସ୍ୟଙ୍କୁ କହିିଥିଲେ। ବନ ସୁରକ୍ଷା ସମିତି କୋଷାଧ୍ୟକ୍ଷ ପର୍ଶୁରାମ ମିର୍ଦ୍ଧା ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ମଙ୍ଗଳବାର ଅପରାହ୍ନ ସାଢେ ୩ଟାରେ ପର୍ଶୁରାମ ଯୁଯୁମୁରା ବନ ବିଭାଗ ଅଫିସରେ ପହଞ୍ଚି ଫରେଷ୍ଟଗାର୍ଡ ମହାପାତ୍ରଙ୍କୁ ଉକ୍ତ ଟଙ୍କା ଦେଇଥିଲେ। ଟଙ୍କା ନେବାବେଳେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଅଧିତ୍କାରୀମାନେ ତାଙ୍କୁ ଗିରଫ କରିଥିଲେ। ସୂଚନାଯୋଗ୍ୟ, ମଧୁସ୍ମିତା ବନ ସୁରକ୍ଷା ସମିତିର ସଦସ୍ୟ ସଚିବ ରହିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ନାମରେ ଅଭିଯୋଗ ହୋଇଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲ ଆଇସୋଲେଶନରେ ୨୮

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣ ଉପରେ ସରକାର କଡ଼ା ନଜର ରଖିଛନ୍ତି। ରବିବାର ସୁଦ୍ଧା ଓଡ଼ିଶାରେ ୭୬ ନମୁନା ପରୀକ୍ଷା ପାଇଁ...

ମଦଦୋକାନ ଭଙ୍ଗାରୁଜା ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ସ୍ଥାନୀୟ ପିଭିଏନ୍‌ ପେଟ୍ରୋଲ ପମ୍ପ ଛକରେ ଥିବା ବିୟର ପାର୍ଲର ଭଙ୍ଗାରୁଜା ଘଟଣାରେ ଟାଉନ ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ...

ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ

ବିଜେପୁର,୧୯।୪(ଡି.ଏନ.ଏ.)-ବରଗଡ ଜିଲା ବିଜେପୁର ବ୍ଲକ ଚାରପାଲି ପଞ୍ଚାୟତରେ ଲକ୍‌ ଡାଉନ ବେଳେ ନିରାଶ୍ରିତଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ଘଟଣାର ରବିବାର ପ୍ରଶାସନିକ ତଦନ୍ତ ହୋଇଛି...

ସହର ଅଭିମୁଖେ ଗୋଠଖଣ୍ଡିଆ ହାତୀ

ଜଳେଶ୍ୱର,୧୦।୭(ଡି.ଏନ.ଏ.): ୩ଦିନ ଧରି ଏକ ଗୋଠଖଣ୍ଡିଆ ହାତୀ ରାଇବଣିଆର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟାଇ ଚାଲିଥିବା ବେଳେ ଶନିବାର ଅପରାହ୍ନରେ ସୁବର୍ଣ୍ଣରେଖା ନଦୀ ପାରି ହୋଇ...

ଗୁରୁଦ୍ୱାରା ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା:ହତ୍ୟା ମାମଲା ରୁଜୁ, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଖାରବେଳନଗର ଥାନା ନିକଟ ଗୁରୁଦ୍ୱାରା ପରିସରରୁ ଗୁରୁବାର ସୁବାସ ନାୟକ ନାମକ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ଉଦ୍ଧାର ସମୟରେ ତାଙ୍କ...

ନବ ଦାସଙ୍କ ହତ୍ୟା ତଦନ୍ତ ସିବିଆଇକୁ ନ ଦେଲେ ଆନ୍ଦୋଳନ

ଭୁବନେଶ୍ବର,୧୦ା୨(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍ଣ୍ଣ ଭୁଶୁଡ଼ି ପଡ଼ିଛି । ରାଜନୀତିର ହିଂସାକରଣ ଚରମସୀମା ଅତିକ୍ରମ କରିସାରିଛି । ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଅପରାଧୀଙ୍କୁ...

ଜଙ୍ଗଲରେ ପ୍ରସବ

ଟିକିରି,୨୫।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ଅନେକ ଗାଁକୁ ଏବେ ମଧ୍ୟ ଭଲ ରାସ୍ତାଟିଏ ନାହିଁ। ଆମ୍ବୁଲାନ୍ସ ଗାଁକୁ ଯାଇପାରୁ ନ ଥିବାରୁ ରୋଗୀ ଏବଂ...

ଦିନକରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନାରେ ୬୮ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୧୫୪ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ...

Advertisement
Archives

Model This Week