Posted inଜାତୀୟ

ଲଣ୍ଡନ, ପ୍ୟାରିସ୍‌ ଭଳି ସଫାସୁତରା ହେବ ଦିଲ୍ଲୀ: କେଜରିଓ୍ବାଲ

ନୂଆଦିଲ୍ଲୀ, ୨୭।୧୨: ଆଗାମୀ ୫ ବର୍ଷ ମଧ୍ୟରେ ଲଣ୍ଡନ, ଟୋକିଓ ଏବଂ ପ୍ୟାରିସ୍‌ ଭଳି ରାଜଧାନୀ ଦିଲ୍ଲୀକୁ ସଫାସୁତରା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜରିଓ୍ବାଲ କହିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଦୁଇ ସପ୍ତାହ ମଧ୍ୟରେ ୭ଟି ଟାଉନ୍‌ ହଲ୍‌ ମିଟିଂ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ମିଟିଂରେ ଯୋଗଦେବା ଅବସରରେ କେଜରିଓ୍ବାଲ ଦିଲ୍ଲୀ ସରକାରଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ ଏବଂ ଭବିଷ୍ୟତ ରୋଡ୍‌ ମ୍ୟାପ୍‌ ବିଷୟରେ ମଧ୍ୟ ମିଟିଂରେ ଆଲୋଚନା କରିଥିଲେ। ରିପୋର୍ଟ କାର୍ଡରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଏବଂ ପାଣି ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଯୋଜନାଗୁଡିକ ବିଷୟରେ କୁହାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ଦିଲ୍ଲୀକୁ ବିଶ୍ୱର ସବୁଠୁ ସୁନ୍ଦର ସହର ଭାବେ ଗଢିତୋଳିବା ପାଇଁ ସମସ୍ତ କାର୍ଯ୍ୟ ହାତକୁ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରବରା ରାଓଙ୍କୁ ଜାମିନ…

ନୂଆଦିଲ୍ଲୀ, ୧୦।୮ : ମହାରାଷ୍ଟ୍ରରେ ୨୦୧୮ ଭୀମା କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ କବି ୮୪ ବର୍ଷ ବୟସ୍କ ପି. ବରବରା ରାଓଙ୍କୁ ସ୍ବାସ୍ଥ୍ୟ ଆଧାରରେ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ରାଜ୍ୟପାଳ ଭଗତ ସିଂଙ୍କୁ ଫେରାଇ ନେବାକୁ କେନ୍ଦ୍ରକୁ ଅନୁରୋଧ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ,୧୩ ।୨: ଶିବସେନା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭାଜପା ଇସାରାରେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛି । ଏହାକୁ ନେଇ ମହାରାଷ୍ଟ୍ର ସରକାର...

‘ ସମ୍ମାନଠାରୁ ମର୍ଯ୍ୟାଦା ବଡ଼ ’

ନୂଆଦିଲ୍ଲୀ,୧୭ା୨- ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ମାନର ଅଧିକାର ଆଗରେ ମହିଳାଙ୍କ ମର୍ଯ୍ୟାଦାକୁ ବଳି ପକାଯାଇ ପାରିବ ନାହିଁ। ସାମ୍ବାଦିକା ପ୍ରିୟା ରମାନୀଙ୍କୁ ଆପରାଧିକ ମାନହାନି ମାମଲାରେ...

ଆଜିଠୁ ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୨ା୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଗୁରୁବାର ଓ ଶୁକ୍ରବାର ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏଥିରେ ଦଳର କେତେକ...

ପାକିସ୍ତାନକୁ ଘାରିଛି ଯୁଦ୍ଧ ନିଶା: କୃଷ୍ଣାଘାଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଭାରତୀୟ ଯବାନ ଶହୀଦ୍‌

ଶ୍ରୀନଗର,୨୦।୮: ପାକିସ୍ତାନକୁ ଏବେ ଯୁଦ୍ଧ ନିଶା ଘାରିଛି। ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଦୁଇଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରୁଛି। ମଙ୍ଗଳବାର...

ଭାରତ ଯୋଡ ବଦଳରେ କଂଗ୍ରେସକୁ ଯୋଡି ଦିଅ…

ରାୟପୁର, ୧୦।୯ : ଛତିଶଗଡ ଗସ୍ତରେ ଥିବା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମୁଖ୍ୟମନ୍ତ୍ରୀ ଭୁପେଶ...

‘୧୦୦ କୋଟି ଦିଅ, ମନ୍ତ୍ରୀ ପଦ ନିଅ’

ପୁଣେ,୨୧।୭: ମହାରାଷ୍ଟ୍ରର ପୁଣେରେ ଜଣେ ଭାଜପା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ନଁ।ରେ ଠକେଇ ଉଦ୍ୟମ ସାମ୍ନାକୁ ଆସିଛି। ଏହି ଘଟଣାରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ୪ଅଭିଯୁକ୍ତଙ୍କୁ...

Advertisement
Archives

Model This Week