Posted inଖେଳ

ଲଡର୍‌ସ ଟେଷ୍ଟରୁ ଓଲି ଷ୍ଟୋନ୍‌ ବାଦ୍‌

ଲଣ୍ଡନ, ୭।୮- ଆଘାତଜନିତ ସମସ୍ୟା ଇଂଲଣ୍ଡ ଦ୍ରୁତ ବୋଲର ଓଲି ଷ୍ଟୋନ୍‌ ଲଡର୍‌ସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଆଶେସ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ଓ୍ବର୍କଶାୟର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟୋନ୍‌ ଏଜ୍‌ବାଷ୍ଟନରେ ଅଭ୍ୟାସ କରୁଥିବାବେଳେ ପିଠି ଯନ୍ତ୍ରଣାଜନିତ ଆଘାତ ପାଇଥିଲେ ଏବଂ ତାଙ୍କୁ ୨ ସପ୍ତାହ ଲାଗି ବିଶ୍ରାମ ଦିଆଯାଇଛି। ଫଳରେ ଅଗଷ୍ଟ ୧୪ରୁ ଆରମ୍ଭ ହେବାକୁ ଥିବା ଆଶେସ ସିରିଜର ୨ୟ ମ୍ୟାଚ୍‌ରୁ ସେ ବାଦ୍‌ ପଡ଼ିବା ନିଶ୍ଚିତ ହୋଇଛି। ୨୫ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ଓଲି ଆୟର୍ଲାଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ପଦାର୍ପଣ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ପରାଜୟବରଣ କରିଥିବା ଘରୋଇ ଇଂଲଣ୍ଡ ଦଳ ପାଇଁ ଷ୍ଟୋନ୍‌ ବାଦ୍‌ ପଡ଼ିବା ଶକ୍ତ ଧକ୍କା ସଦୃଶ ହୋଇଛି। ପୂର୍ବରୁ ମଙ୍ଗଳବାର ସମାନ ଆଘାତଜନିତ କାରଣ ଲାଗି ବରିଷ୍ଠ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ୨ୟ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ। ଆଣ୍ଡରସନଙ୍କ ସ୍ଥାନରେ ଷ୍ଟୋନ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଥିଲା। ଅନ୍ୟତମ ଦ୍ରୁତ ବୋଲର ମାର୍କ ଉଡ୍‌ ପୁରା ସିଜନରୁ ବାଦ୍‌ ପଡ଼ିସାରିଥିବାବେଳେ ଏବେ ଜୋଫ୍ରା ଆର୍ଚର ଲଡର୍‌ସ ଟେଷ୍ଟ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି। ଜୋଫ୍ରା ମଙ୍ଗଳବାର ସସେକ୍ସ ୨ୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ଗ୍ଲୋଷ୍ଟରଶାୟର ବିପକ୍ଷରେ ୬ ଉଇକେଟ୍‌ ଓ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁନୀଲ ଗାଭାସ୍କରଙ୍କ କଥା ଶୁଣି ମୁଣ୍ଡ ପିଟିଲେ ଏହି ପ୍ରସିଦ୍ଧ କ୍ରିକେଟର

ମୁମ୍ବାଇ, ୧୯।୪: ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନରୁ ଆହତ ହୋଇ ବାଦ୍‌ ପଡିଛନ୍ତି। ସେ ଏବେ ଘରକୁ ଫେରିଛନ୍ତି...

ବିନା ପରିବର୍ତ୍ତନରେ ଓହ୍ଲାଇଲେ ଦୁଇ ଦଳ

ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରତିପକ୍ଷ ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି। ପୂରା...

ଅଲ୍‌ ଓଡ଼ିଶା କେ.ସି. ମେମୋରିଆଲ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-କେ.ସି. ମେମୋରିଆଲ ଟ୍ରଷ୍ଟ ଓ ଉଡାନ ବ୍ୟାଡ୍‌ମିଣ୍ଟନ ଏକାଡେମୀ ଆନୁକୂଲ୍ୟରେ ଅଲ୍‌ ଓଡ଼ିଶା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଛି। ପଟିଆସ୍ଥିତ...

ନଟରାଜନଙ୍କୁ ମିଳିଲା ସୁଯୋଗ, କଥା ଦେଇ ରଖିପାରିଲେ ନାହିଁ ଅଷ୍ଟ୍ରେଲିଆ ଖେଳାଳି

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ଟି. ନାଟରାଜନ ଭାରତ ପକ୍ଷରୁ ଡେବ୍ୟୁ...

ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ: ହାଟ୍ରିକ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଭାରତ ନିଜର ତୃତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବାକୁ ଯାଉଛି। ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା...

ଶ୍ରୀଲଙ୍କାର ସିରିଜ ବିଜୟ

ପାଲିକେଲ, ୪ା୫ (ଏପି)-ପଦାର୍ପଣ ମ୍ୟାଚରେ ପ୍ରବୀଣ ଜୟବିକ୍ରମଙ୍କ ୧୧ ଉଇକେଟ ସଫଳତା ଯୋଗୁ ଶ୍ରୀଲଙ୍କା ଏଠାରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ୨୦୯ ରନରେ...

ଓ୍ବେଷ୍ଟଇଣ୍ଡିଜ ଆଗରେ ବିଶାଳ ଟାର୍ଗେଟ

ବିଶାଖାପାଟଣା,୧୮।୧୨(ପି.ଟି.)- ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୮୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଆମନ୍ତ୍ରଣ...

ଜାତୀୟ ହକି ପାଇଁ ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୧୬।୩- କରୋନା ଭାଇରସ ସଂକ୍ରମଣ ଜନିତ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ଏପ୍ରିଲ ୧୦ରୁ ବିଭିନ୍ନ ଭେନ୍ୟୁରେ ଆରମ୍ଭ ହେବାକୁଥିବା...

Advertisement
Archives

Model This Week