ଲଗାତାର ଦ୍ୱିତୀୟ ଦିନ ଗୁଳିକାଣ୍ଡରେ ଥରିଲା ଆମେରିକା, ଇଣ୍ଡିଆନାରେ ୩ ମୃତ, ୨୪ ଘଣ୍ଟାରେ ତୃତୀୟ ଗୁଳିକାଣ୍ଡ

ୱାଶିଂଟନ,୬ ।୭: ଆମେରିକାରେ ଲାଗାତାର ଭାବେ ଦ୍ୱିତୀୟ ଦିନରେ ପୁଣି ଏକ ଗୁଳିକାଣ୍ଡ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଗୁଳିକାଣ୍ଡ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ଗଣମାଧ୍ୟମ ସୂଚନା ଅନୁଯାୟୀ, ଏଥର ଇଣ୍ଡିଆନାର ଗେରି ଷ୍ଟ୍ରିଟରେ ଏକ ପାର୍ଟିରେ ଗୁଳିକାଣ୍ଡ ହୋଇଛି । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକେ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ହଲିଡେ ପାର୍ଟି ଚାଲିଥିବା ସମୟରେ ଫାୟାରିଂ ହୋଇଛି । ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଗେରିରେ ୧୩ ଜୁନରେ ଏକ ଗୁଳିକାଣ୍ଡ ହୋଇଥିଲା, ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଆମେରିକାରେ ୨୪ ଘଣ୍ଟାରେ ଏହା ତୃତୀୟ ଗୁଳିକାଣ୍ଡ । ଇଣ୍ଡିଆନା ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପେନସିଲଭାନିଆ ଗୁଳିକାଣ୍ଡରେ କାହାର ମୃତ୍ୟୁ ହୋଇ ନ ଥିଲା । ହେଲେ ଏହା ପୂର୍ବରୁ ସିକାଗୋରେ ହୋଇଥିବା ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ନିର୍ମମ ହତ୍ୟା

ଇସଲାମାବାଦ୍‌,୨୯।୧୨: ପାକିସ୍ତାନର ସିଞ୍ଜୋରୋ ସହରରେ ଜଣେ ୪୦ ବର୍ଷୀୟା ହିନ୍ଦୁ ମହିଳାଙ୍କୁ ନିର୍ମନ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହିନ୍ଦୁ ସମ୍ପ୍ରଦାୟର ପାକିସ୍ତାନର ପ୍ରଥମ ମହିଳା...

୫ମ ମହାସାଗର ହେଲା ସଦର୍ନ ଓସେନ୍‌

ଦକ୍ଷିଣ ମହାସାଗର ବା ସଦର୍ନ ଓସେନ୍‌କୁ ପୃଥିବୀର ୫ମ ମହାସାଗର ମାନ୍ୟତା ପ୍ରଦାନ କରାଯାଇଛି। ୧୯୧୫ ମସିହାରୁ ଓସେନ୍‌ ମାନଚିତ୍ର ପ୍ରସ୍ତୁତ କରୁଥିବା ନ୍ୟାଶନାଲ ଜିଓଗ୍ରାଫି...

୭୫ ବର୍ଷ ତଳେ ରାଓ୍ବଲପିଣ୍ଡିରୁ ଅମୃତସର ଟ୍ରେନ ଭଡ଼ା ମାତ୍ର ୪ ଟଙ୍କା…

ନୂଆଦିଲ୍ଲୀ/ଇସଲାମାବାଦ,୨୩।୧ : ଭାରତ ଏବଂ ପାକିସ୍ତାନର ସ୍ବାଧୀନତା ସମୟ ଏକ ରେଳ ଟିକଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟିକଟ ପାକିସ୍ତାନର...

ଆମେରିକା ଫୁଡ କୋଟରେ ଫୁଟିଲା ଗୁଳି, ୩ ଆହତ

ଓ୍ବାଶିଂଟନ,୯।୪: ଆମେରିକାର ଡେଲାଭେୟର ସ୍ଥିତ ମଲରେ ଶନିବାର ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ଏମାନେ ଆହତ ହୋଇଥିବା ଜଣାପଡିଛି।...

ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍‌ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ

ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି।...

ଭାରତୀୟ ଶିଶୁ ପାଇଁ ନିୟମ ଭାଙ୍ଗିଲା ୟୁଏଇ

ଆବୁଧାବି,୨୯।୪: ଜଣେ ଭାରତୀୟ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ) ତା’ର ନିୟମ ଭଙ୍ଗ କରିଛି। ଏହି ଆଧାରରେ ୟୁଏଇ...

ତାଲିବାନ୍‌ କବ୍‌ଜାରୁ ମୁକୁଳିଲେ ୮୩ ସାଧାରଣ ଲୋକ

କାବୁଲ,୬।୬: ଆଫ୍‌ଗାନୀସ୍ଥାନରେ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ଦ୍ୱାରା ବନ୍ଦୀ ହୋଇରହିଥିବା ୮୩ ସାଧାରଣ ଲୋକଙ୍କୁ ମିଳିତ ସୁରକ୍ଷାକର୍ମୀ ମୁକୁଳାଇଛନ୍ତି। କ୍ୱାଇଜାର ଜିଲାର ଫାରେୟାବ ପ୍ରଦେଶରେ ହୋଇଥିବା...

ସାଟେଲାଇଟ୍‌ ହ୍ୟାକିଂ ପରେ ସାଇବର ଯୁଦ୍ଧର ଧମକ ଦେଲା ରୁଷିଆ…

ମସ୍କୋ,୩।୩ : ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଦେଶର ଉପଗ୍ରହକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ହ୍ୟାକରମାନଙ୍କୁ ଚେତାବନୀ ଦେଇଛି । ସେମାନଙ୍କ କାର୍ଯ୍ୟକୁ ଯୁଦ୍ଧ...

Advertisement
Archives

Model This Week