Posted inଜାତୀୟ

ଲଗାଣ ବର୍ଷା ଯୋଗୁ ଧୋଇଗଲା ୪୦ବର୍ଷର ପୁରୁଣା ପୋଲ

ଗାନ୍ଧୀନଗର, ୭।୧୦: ଗୁଜରାଟ ଜୁନାଗଡରେ ଲଗାଣ ବର୍ଷା ଯୋଗୁ ରବିବାର ୬୦ଫୁଟ ଲମ୍ବାର ପୋଲ ଧୋଇ ହୋଇଯାଇଛି। ପୋଲ ଭାଙ୍ଗିବା ଯୋଗୁ ବହୁ କାର ଖାଲ ତଳେ ପଡ଼ିଯାଇଥିବାରୁ କେତେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ହେଲେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ଜୁନାଗଡ଼ର ମାଲାଙ୍କା ଗାଁରେ ଘଟିଛି। ସହରରେ ଲଗାଣ ବର୍ଷା ଯୋଗୁ ୪୦ବର୍ଷର ପୁରୁଣା ପୋଲଟି ଭାଙ୍ଗିଯିବାରୁ ୫୦୦ମିଟର ପର୍ଯ୍ୟନ୍ତ ରାସ୍ତା ଫାଟି ଯାଇଛି। ଏହି ରାସ୍ତା ଦେଇ ବହୁ ଗାଡି ମଟର ଚଳାଚଳ କରୁଥିବା ବେଳେ ହଠାତ୍‌ ପୋଲଟି ଭାଙ୍ଗିଯାଇଥିଲା। ପୋଲଟି ଭାଙ୍ଗିଯିବାରୁ ବହୁ କାର ଖାଲ ତଳକୁ ଖସିପଡ଼ିଥିଲା। ଏହାକୁ ଦେଖି ପାଖ ଚାଷ ଜମିରେ କାମ କରୁଥିବା ସ୍ଥାନୀୟ ଲୋକେ ଓ ପୋଲିସ ମିଳିତ ଭାବେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ହଜାର ଟପିଛି, ତରବରିଆ ଭାବେ ନିଆଯାଇଛି ଅନ୍‌ଲକ୍‌-୧ ନିଷ୍ପତ୍ତି: ବିଶେଷଜ୍ଞ

ନୂଆଦିଲ୍ଲୀ, ୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଗତ ୭ ଦିନ ମଧ୍ୟରେ ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧...

୧୫ ସିଆଇଏସ୍‌ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ ଉପରକୁ ଆତଙ୍କବାଦୀ ଆକ୍ରମଣ, ଜଣେ ଏଏସ୍‌ଆଇ ଶହୀଦ

ଜମ୍ମୁ,୨୨ ।୪: ଜମ୍ମୁର ଚଢା କ୍ୟାମ୍ପ ନିକଟରେ ଶୁକ୍ରବାର ଭୋର ପ୍ରାୟ ୪ଟା ବେଳେ ସିଆଇଏସ୍‌ଏଫ୍‌ର ୧୫ ଯବାନଙ୍କୁ ଡ୍ୟୁଟିରେ ନେଇ ଯାଉଥିବା ଏକ ବସ...

କରେଣ୍ଟ ଲାଗି କଟିଯାଇଥିଲା ୨ ହାତ; ପାଦରେ ଲେଖି ହେଲେ କୃଷି ପର୍ଯ୍ୟବେକ୍ଷକ

ସିକର, ୧୪।୯: ରାଜସ୍ଥାନର ସିକରରେ ରହୁଥିବା ଭରତ ସିଂ ଶେଖାଓ୍ବତଙ୍କୁ ଏବେ ସମସ୍ତେ ବେଶ୍‌ ତାରିଫ କରୁଛନ୍ତି। ମାତ୍ର ୬ ବର୍ଷ ବୟସରେ ଭରତ ଉଚ୍ଚ...

ଅଯୋଧ୍ୟା ହେବ ବିଶ୍ୱସ୍ତରୀୟ ସହର

ଅଯୋଧ୍ୟା,୧୦।୨: ଉତ୍ତରପ୍ରଦେଶର ରାମନଗରୀ ଅଯୋଧ୍ୟାକୁ ବିଶ୍ୱସ୍ତରୀୟ ସହର କରାଯିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ କାନାଡ଼ାର...

୨୪ ଘଣ୍ଟା ଖୋଲା ରହିବ ରେଷ୍ଟୁରାଣ୍ଟ୍‌-ମଲ୍‌-ପବ୍‌: ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ମୁମ୍ବାଇ,୨୨।୧: ମୁମ୍ବାଇରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ...

ଚିନ୍ତାଧାରା ସଚ୍ଚୋଟ ହେଲେ କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରହିବ…

ନୂଆଦିଲ୍ଲୀ,୧୧।୧୨: ଭାଜପା ସରକାର କେବଳ ଶିଳାନ୍ୟାସ କରେ ନାହିଁ। ପ୍ରତିଟି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର...

ଜମ୍ମୁ-କଶ୍ମୀରରେ ଶୀଘ୍ର ହେଉ ନିର୍ବାଚନ, ଜଣେ ଉପରାଜ୍ୟପାଳ ସମ୍ଭାଳି ପାରିବେନି ରାଜ୍ୟ: ଫାରୁକ ଅବଦୁଲା…

ଶ୍ରୀନଗର,୪।୬ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାଶନାଲ କନଫରେନ୍ସ (ଏନସି)୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଫାରୁକ ଅବଦୁଲା ଶ୍ରୀନଗରର ଲାଲବଜାରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ...

କରୋନା ଭୟ: ଦିଲ୍ଳୀ-ଗୁରୁଗ୍ରାମ ବର୍ଡର ସିଲ୍‌

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟକୁ ଦେଖି ଏବେ ଗୁରୁଗ୍ରାମ ସୀମାକୁ ସିଲ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥିତିରେ କେବଳ ସେହି ଲୋକଙ୍କୁ ଯିବାକୁ...

Advertisement
Archives

Model This Week