ଲଗାଣ ବର୍ଷା : ଫସଲ ହାନୀ ସମ୍ଭାବନାକୁ ନେଇ ଚିନ୍ତାରେ ଚାଷୀ

ରାଜଗାଙ୍ଗପୁର/କୁତ୍ରା, ୨୪।୧୦ (ଡି.ଏନ.ଏ)-  ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଫସଲହାନୀ ସମ୍ଭାବନାକୁ ନେଇ ଚାଷୀ ଚିନ୍ତାରେ ଥିବା ଜଣାପଡିଛି। ଏବର୍ଷ ବର୍ଷା ପାଇଁ ଚାଷୀ, ଚାଷ କାର୍ଯ୍ୟକୁ ନେଇ ଆରମ୍ଭରୁ ଚିନ୍ତାରେ ରହିଅଛି। ଚାଷ ଆରମ୍ଭରେ ବର୍ଷା ବିଳମ୍ବରେ ହୋଇଥିଲା। ଫଳରେ ଧାନ ଚାଷୀ  ବହୁମାତ୍ରାରେ ଚାପଗ୍ରସ୍ତ ରହୁଥିଲେ। ହେଲେ ବିଳମ୍ବରେ ହେଲେ ମଧ୍ୟ ଭଲ ବର୍ଷା ହେବାରୁ ଧାନ ଚାଷୀ ମନରେ ଆନନ୍ଦ ଭରି ଦେଇଥିଲା। ଖେତରେ ଧାନ ଫସଲ ଦେଖି ଚାଷୀ ଭଲ ଅମଳକୁ ନେଇ ଖୁସିରେ ରହୁଥିଲେ। ହେଲେ ବୁଧବାର ଅପରାହ୍ନଠାରୁ କୁତ୍ରା ଓ ରାଜଗାଙ୍ଗପୁର ଅଞ୍ଚଳରେ ଆରମ୍ଭ ହୋଇଥିବା ଲଘୁଚାପ ବର୍ଷା ୨ ରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଜାଣିବା ପରେ ଏହି ଅଞ୍ଚଳର ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ଅଧିକାଂଶ ଜମିରେ ଧାନ ଫସଲ ପାଚି ଯାଇଛି। ଏହି ଲଗାଣ ବର୍ଷା ଓ ପବନ ଯୋଗୁ ପାଚିଲା ଧାନଗଛଗୁଡିକ ଧାନ ଖେତରେ ପଡି ପାଣିରେ ବୁଡି ରହିଛି। ଯଦି ବର୍ଷା ଦୁଇ ଦିନ ଧରି ଲାଗି ରହେ ତା’ହେଲେ ଧାନ ଖେତରେ ହିଁ ଖରାପ ହେବାର ସମ୍ଭାବନା ରହିଛି। ଚାଷୀ ଅମଳ କରିଥିବା ଧାନଗୁଡିକ ଖଳାରେ ପଡି ରହିଥିବାରୁ ବର୍ଷା ଯୋଗୁ ଏହି ଧାନଗୁଡିକ ଖରାପ ହେବାର ସମ୍ଭାବନାକୁ ଦେଖି ପୁଣି ଚିନ୍ତାରେ ରହୁଛନ୍ତି। ଏହାଛଡା କୁତ୍ରା ଓ ରାଜଗାଙ୍ଗପୁରର ବହୁ ଅଞ୍ଚଳରେ ଚାଷୀମାନେ ପରିବା ଚାଷ କରିଥିବାବେଳେ ଲଗାଣ ବର୍ଷା ଯୋଗୁ ତାହା ମଧ୍ୟ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁ ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ଲୋକେ ଘରୁ ବାହାରି ପାରୁ ନ ଥିବା ଦେଖିବାକୁ ମିଳୁଛି। ବଜାରଘାଟ ଜନଗହଳି ନ ଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କଡ଼ା ଆଭିମୁଖ୍ୟ: ଏଣିକି ମାସ୍କ ନ ପିନ୍ଧିଲେ ମିଳିବ ନାହିଁ ଅତ୍ୟାବଶ୍ୟକୀୟ ସାମଗ୍ରୀ

ଛତ୍ରପୁର, ୯।୪(ଡି.ଏନ୍‌.ଏ.)- କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ମାସ୍କ ନ ପିନ୍ଧିଥିଲେ ରାସନ,...

ଚୁଟିଆପଶିର ବିବାଦୀୟ ଜମିରେ ୧୪୪ ଧାରା ଜାରି କଲା ପ୍ରଶାସନ

ପାଟଣା,୨୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ଚୁଟିଆପଶି ମୌଜାର ଏକ ସରକାରୀ ଜମିରେ ଉକ୍ତ ଗ୍ରାମର କୁମ୍ଭାରସାହି ପକ୍ଷରୁ ପାଲାମଣ୍ଡପ ନିର୍ମାଣ ଓ ଗୋପାଳସାହି...

କ୍ୱାରାଣ୍ଟାଇନ୍‌ରେ ରହିଲେ ୨୧୭ ସୁରଟ ଫେରନ୍ତା, ଅନ୍ୟ କେହି କେନ୍ଦ୍ର ନିକଟକୁ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଜିଲାପାଳ

ଛତ୍ରପୁର,୩୦ା୪(ଡି.ଏନ୍‌.ଏ.): ସୁରଟରୁ ୪ଟି ବସ୍‌ ଯୋଗେ ୨୧୭ ପ୍ରବାସୀ ଓଡ଼ିଆ ବୁଧବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲାକୁ ଫେରିଛନ୍ତି। ସମସ୍ତଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ସ୍କ୍ରିନିଂ କରାଯାଇଥିବା...

ଭୋଟ ବେଳେ ଗଣ୍ଡଗୋଳ

କେନ୍ଦୁଝର,୧୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ଘଷିପୁରା ପଞ୍ଚାୟତରେ ୨୫ଟି ପଞ୍ଚାୟତ ଓ...

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଦାରିଙ୍ଗବାଡ଼ି,୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା କୋହଲା ପାଗ ସାଙ୍ଗକୁ ଶୀତ ଲାଗି ରହିଛି। ଶୁକ୍ରବାର ଦିନ ତମାମ୍‌ କୋହଲା...

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ନିମାପଡ଼ା, ୨।୧୦(ଡି.ଏନ୍‌.ଏ.): ଚାରିଛକ ଫାଣ୍ଡି ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ ବେଲପଡ଼ା ଗ୍ରାମର ମମତା ସାହୁଙ୍କ ଗୁରୁବାର ରାତିରେ ମୃତ୍ୟୁ ଘଟିଛି। ତେବେ ମମତାଙ୍କ ବାପଘର ଲୋକେ...

ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ: ଜୁନ୍‌ ୨୪ ଯାଏ ରହିବ ବଳବତ୍ତର

ବୁଗୁଡା,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ୪ ଗ୍ରାମକୁ ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ଶାନ୍ତିଲତା ନାୟକ ଶଟ୍‌ଡାଉନ ଘୋଷଣା...

ସ୍କୁଲ ମିଶ୍ରଣକୁ ଗାଁ ଲୋକଙ୍କ ବିରୋଧ

ଡୁବୁରୀ,୧୯।୩(ଡିଏନଏ): ସିଆରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଡୁବୁରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ପାଇଁ ନିଷ୍ପତ୍ତି ହୋଇଛି। ତେବେ ଏହି ମିଶ୍ରଣ ପ୍ରକ୍ରିୟାକୁ...

Advertisement
Archives

Model This Week