ଲଗାଣ ବର୍ଷା : ଫସଲ ହାନୀ ସମ୍ଭାବନାକୁ ନେଇ ଚିନ୍ତାରେ ଚାଷୀ

ରାଜଗାଙ୍ଗପୁର/କୁତ୍ରା, ୨୪।୧୦ (ଡି.ଏନ.ଏ)-  ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଓ କୁତ୍ରା ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଫସଲହାନୀ ସମ୍ଭାବନାକୁ ନେଇ ଚାଷୀ ଚିନ୍ତାରେ ଥିବା ଜଣାପଡିଛି। ଏବର୍ଷ ବର୍ଷା ପାଇଁ ଚାଷୀ, ଚାଷ କାର୍ଯ୍ୟକୁ ନେଇ ଆରମ୍ଭରୁ ଚିନ୍ତାରେ ରହିଅଛି। ଚାଷ ଆରମ୍ଭରେ ବର୍ଷା ବିଳମ୍ବରେ ହୋଇଥିଲା। ଫଳରେ ଧାନ ଚାଷୀ  ବହୁମାତ୍ରାରେ ଚାପଗ୍ରସ୍ତ ରହୁଥିଲେ। ହେଲେ ବିଳମ୍ବରେ ହେଲେ ମଧ୍ୟ ଭଲ ବର୍ଷା ହେବାରୁ ଧାନ ଚାଷୀ ମନରେ ଆନନ୍ଦ ଭରି ଦେଇଥିଲା। ଖେତରେ ଧାନ ଫସଲ ଦେଖି ଚାଷୀ ଭଲ ଅମଳକୁ ନେଇ ଖୁସିରେ ରହୁଥିଲେ। ହେଲେ ବୁଧବାର ଅପରାହ୍ନଠାରୁ କୁତ୍ରା ଓ ରାଜଗାଙ୍ଗପୁର ଅଞ୍ଚଳରେ ଆରମ୍ଭ ହୋଇଥିବା ଲଘୁଚାପ ବର୍ଷା ୨ ରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଜାଣିବା ପରେ ଏହି ଅଞ୍ଚଳର ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ଅଧିକାଂଶ ଜମିରେ ଧାନ ଫସଲ ପାଚି ଯାଇଛି। ଏହି ଲଗାଣ ବର୍ଷା ଓ ପବନ ଯୋଗୁ ପାଚିଲା ଧାନଗଛଗୁଡିକ ଧାନ ଖେତରେ ପଡି ପାଣିରେ ବୁଡି ରହିଛି। ଯଦି ବର୍ଷା ଦୁଇ ଦିନ ଧରି ଲାଗି ରହେ ତା’ହେଲେ ଧାନ ଖେତରେ ହିଁ ଖରାପ ହେବାର ସମ୍ଭାବନା ରହିଛି। ଚାଷୀ ଅମଳ କରିଥିବା ଧାନଗୁଡିକ ଖଳାରେ ପଡି ରହିଥିବାରୁ ବର୍ଷା ଯୋଗୁ ଏହି ଧାନଗୁଡିକ ଖରାପ ହେବାର ସମ୍ଭାବନାକୁ ଦେଖି ପୁଣି ଚିନ୍ତାରେ ରହୁଛନ୍ତି। ଏହାଛଡା କୁତ୍ରା ଓ ରାଜଗାଙ୍ଗପୁରର ବହୁ ଅଞ୍ଚଳରେ ଚାଷୀମାନେ ପରିବା ଚାଷ କରିଥିବାବେଳେ ଲଗାଣ ବର୍ଷା ଯୋଗୁ ତାହା ମଧ୍ୟ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁ ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ଲୋକେ ଘରୁ ବାହାରି ପାରୁ ନ ଥିବା ଦେଖିବାକୁ ମିଳୁଛି। ବଜାରଘାଟ ଜନଗହଳି ନ ଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri