ଲଗାଣ ବର୍ଷାରେ ମହିଳାଙ୍କ ଘର ଭାଙ୍ଗିଲା

ସୋର, ୨୭ା୧୦(ଡି.ଏନ.ଏ.)-ସୋର ବ୍ଲକ ଅନ୍ତର୍ଗତ ସବିରା ପଞ୍ଚାୟତ ଅଧୀନ ବଣପାରିଆ ଗ୍ରାମର ଜଣେ ବିଧବାଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସ୍ବର୍ଗତ ଶମ୍ବୁନାଥ ବାରିକଙ୍କ ସ୍ତ୍ରୀ ମୀନା(୩୨)ଙ୍କର ଘର ଭୁଶୁଡି ପଡିଛି। ମୀନାଙ୍କର ୩ଟି ପିଲାଙ୍କ ସହ ଅଳ୍ପ କିଛି ଜରୁରୀ ଘରୋଇ ସାମଗ୍ରୀ ପଡିଶା ଲୋକେ ଉଦ୍ଧାର କରି ନିକଟସ୍ଥ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ଦେଇଛନ୍ତି। ଏହି ଘର ଭଙ୍ଗା ଖବର ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଦିଆଯାଇଥିଲେ ବି ଅଦ୍ୟାବଧି କେହି ପହଞ୍ଚି ନ ଥିବା ଜଣାପଡିଛି। ପ୍ରକାଶଥାଉ କି, ମୀନାଙ୍କ ସ୍ବାମୀ ଶମ୍ବୁନାଥଙ୍କର ଗତ ୩ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ଦୁଃଖ ଅଭାବରେ ଦିନ କାଟୁଥିବା ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଗାରେଟ୍‌ କିଣିବା ବାହାନାରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌,ମଙ୍ଗଳସୂତ୍ର

ରାୟଗଡ଼ା,୬।୨(ସ୍ବ.ପ୍ର): ରାୟଗଡ଼ା ସହରରେ ନିୟମିତ ବ୍ୟବଧାନରେ ଲୁଟ୍‌, ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍‌ କରୁଛନ୍ତି ଚୋର। ତଥାପି...

ଜାଲରେ ପଡ଼ିଲା ବିରଳ ସାମୁଦ୍ରିକ ମାଛ

ବାଲିଆ,୨୧।୮(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କଣ୍ଟିଲୋ ନିକଟ ଦେବୀ ନଦୀରୁ ଶନିବାର ବିରଳ ପ୍ରଜାତିର ସାମୁଦ୍ରିକ ମାଛ ମିଳିଛି। ଏହି ଗ୍ରାମର କିଛି ମତ୍ସଜୀବୀ ଦେବୀ ନଦୀରେ...

ପ୍ରଥମ ଥର ବାୟାଣୀ ପୀଠରୁ ବାହାରିବ ମଶାଲଯାତ୍ରା

ଅନୁଗୋଳ ଅଫିସ, ୧୨ ।୩ କଳା, ସଂସ୍କୃତି, ଐତିହ୍ୟ ଏବଂ ଲୋକକଳାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଅନୁଗୋଳ ଜିଲାରେ ଆୟୋଜିତ ହେବାକୁ ଯାଉଛି ୯ମ ଜିଲା ମହୋତ୍ସବ।...

ଏକତରଫା ପ୍ରେମର କରୁଣ ପରିଣତି: ନାବାଳିକାଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେବାକୁ ଉଦ୍ୟମ

ବାସୁଦେବପୁର,୨୨।୮(ଡି.ଏନ.ଏ.)-ଏକତରଫା ପ୍ରେମର କରୁଣ ପରିଣତି କେତେ ଭୟାନକ ହୋଇପାରେ ତାହା ଭଦ୍ରକ ଜିଲା ବାସୁଦେବପୁର ଥାନା ଅଞ୍ଚଳରେ ବୁଧବାର ଦେଖିବାକୁ ମିଳିଛି । ଜଣେ ବିଫଳ...

ଗଜପତି ନଗରରେ ଗୋଷ୍ଠୀ ସଂଘର୍ଷ

ବ୍ରହ୍ମପୁର ଅଫିସ,୫।୮: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତି ନଗରରେ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ...

ଗଞ୍ଜାମର ୨,୩୨୮ ଅଙ୍ଗନୱାଡି କେନ୍ଦ୍ରରେ ତାଲା

ଛତ୍ରପୁର,୨୪ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ୫,୧୬୧ଟି ଅଙ୍ଗନୱାଡି କେନ୍ଦ୍ର ରହଥିବା ବେଳେ ସେଥିମଧ୍ୟରୁ ୨,୩୨୮ ଟି କେନ୍ଦ୍ରରେ ଗତ ୩ ଦିନ ହେଲା ତାଲା ପଡିଛି ।...

ଜୈନ ମନ୍ଦିର ସଦୃଶ ତୋରଣରେ ପୂଜା ପାଇବେ ଗଜାନନ

ବାରିପଦା ଅଫିସ,୨୫।୮- ବାରିପଦା ସହର ତକତପୁର ଫ୍ରେଣ୍ଡସ୍‌ ୟୁନିୟନ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ଗଣେଶ ପୂଜାର ସ୍ବାତନ୍ତ୍ର୍ୟ ରହିଛି। ୨୦୦୭ ରେ ସ୍ଥାନୀୟ ଅଞ୍ଚଳର...

ବାରଣ ସତ୍ତ୍ୱେ କମୁନି ପଲିଥିନ ବ୍ୟବହାର: ବିଜେପୁର ଏନ୍‌ଏସି ପକ୍ଷରୁ ଚଢ଼ାଉ, ୩,୯୦୦ ଟଙ୍କା ଜରିମାନା ଆଦାୟ

ବିଜେପୁର, ୩।୧୨(ଡି.ଏନ୍‌.ଏ.): ବରଗଡ ଜିଲା ବିଜେପୁର ଏନ୍‌ଏସି ପକ୍ଷରୁ ସହରରେ ପଲିଥିନ ଚଢାଉ ଅଭିଯାନ ମଙ୍ଗଳବାରରୁ ଆରମ୍ଭ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେରଙ୍କ ନେତୃତ୍ୱରେ...

Advertisement
Archives

Model This Week